ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତର ଏଫ୍ଟିଏ କିପରି ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ ଏକ ବ୍ୟାପକ ମିଶନର ଅଂଶ ପାଲଟିଛି ସେ ବିଷୟରେ ଏକ ପ୍ରବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
23 DEC 2025 2:58PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ସେୟାର କରିଛନ୍ତି, ଯେଉଁଥିରେ ବ୍ୟାଖ୍ୟା କରାଯାଇଛି ଯେ, ଭାରତର ଆଜିର ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଶୁଳ୍କ ହ୍ରାସଠାରୁ ବହୁତ ଆଗକୁ ବଢ଼ି ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଏକ ବ୍ୟାପକ ମିଶନର ଅଂଶ। "ସେ ଉଲ୍ଲେଖ କରିଛନ୍ତି, ଭାରତ-ନ୍ୟୁଜିଲ୍ୟାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏକ ଐତିହାସିକ ମାଇଲଖୁଣ୍ଟ କାରଣ ଏହା ଭାରତର ପ୍ରଥମ ମହିଳା ନେତୃତ୍ୱାଧୀନ ମୁକ୍ତ ବାଣିଜ୍ୟ ଚୁକ୍ତିନାମା। ପ୍ରାୟ ସମଗ୍ର ଆଲୋଚନାକାରୀ ଦଳରେ ମହିଳାମାନେ ଥିଲେ", ଶ୍ରୀ ମୋଦୀ କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପୀୟୁଷ ଗୋୟଲଙ୍କ ଏକ୍ସ ଉପରେ ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି:
"ଏହି ଉଚ୍ଚକୋଟୀର ଲେଖାରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପିୟୁଷ ଗୋୟଲ ବ୍ୟାଖ୍ୟା କରିଛନ୍ତି ଯେ, ଆଜି ଭାରତର ଏଫ୍ଟିଏ ଗୁଡ଼ିକ ଶୁଳ୍କ ହ୍ରାସଠାରୁ ବହୁତ ଆଗକୁ ବଢ଼ି ଅର୍ଥନୀତିକୁ ସୁଦୃଢ଼ କରିବା ଏବଂ ଲକ୍ଷ ଲକ୍ଷ ଲୋକଙ୍କ ଜୀବନକୁ ଉନ୍ନତ କରିବା ପାଇଁ ଏକ ବ୍ୟାପକ ମିଶନର ଅଂଶ।
ସେ ଉଲ୍ଲେଖ କରିଛନ୍ତି, ଭାରତ-ନ୍ୟୁଜିଲ୍ୟାଣ୍ଡ ଏଫଟିଏ ଏକ ଐତିହାସିକ ମାଇଲଖୁଣ୍ଟ କାରଣ ଏହା ଭାରତର ପ୍ରଥମ ମହିଳା ନେତୃତ୍ୱାଧୀନ ଏଫ୍ଟିଏ। ପ୍ରାୟ ସମଗ୍ର ଆଲୋଚନାକାରୀ ଦଳରେ ମହିଳାମାନେ ଥିଲେ।"
HS
(रिलीज़ आईडी: 2208326)
आगंतुक पटल : 32
इस विज्ञप्ति को इन भाषाओं में पढ़ें:
English
,
Urdu
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam