ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ କନିଷ୍ଠ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
11 DEC 2025 9:49PM by PIB Bhubaneshwar
ଏଫ୍ଆଇଏଚ୍ ହକି ପୁରୁଷ କନିଷ୍ଠ ବିଶ୍ୱକପ୍ ୨୦୨୫ରେ ଇତିହାସ ସୃଷ୍ଟି କରିଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତର କନିଷ୍ଠ ପୁରୁଷ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି।
ଏହି ସମ୍ମାନଜନକ ବିଶ୍ୱସ୍ତରୀୟ ପ୍ରତିଯୋଗିତାରେ ଭାରତର ପ୍ରଥମ ବ୍ରୋଞ୍ଜ ପଦକ ହାସଲ କରିଥିବାରୁ ପ୍ରଧାନମନ୍ତ୍ରୀ ଯୁବ ଏବଂ ଉତ୍ସାହୀ ଦଳକୁ ପ୍ରଶଂସା କରିଥିଲେ। ସେ ଉଲ୍ଲେଖ କରିଥିଲେ ଯେ ଏହି ଉଲ୍ଲେଖନୀୟ ସଫଳତା ଭାରତର ଯୁବକମାନଙ୍କ ପ୍ରତିଭା, ଦୃଢ଼ ସଂକଳ୍ପ ଏବଂ ନମନୀୟତାକୁ ପ୍ରତିଫଳିତ କରୁଛି।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:
"ଏଫ୍ଆଇଏଚ୍ ହକି ପୁରୁଷ କନିଷ୍ଠ ବିଶ୍ୱକପ୍ ୨୦୨୫ରେ ଇତିହାସ ସୃଷ୍ଟି କରିଥିବାରୁ ଆମର ପୁରୁଷ କନିଷ୍ଠ ହକି ଦଳକୁ ଅଭିନନ୍ଦନ ! ଆମର ଯୁବ ଏବଂ ଉତ୍ସାହୀ ଦଳ ଏହି ସମ୍ମାନଜନକ ପ୍ରତିଯୋଗିତାରେ ଭାରତର ପ୍ରଥମ ବ୍ରୋଞ୍ଜ ପଦକ ହାସଲ କରିଛି। ଏହି ଅବିଶ୍ୱସନୀୟ ସଫଳତା ସାରା ଦେଶରେ ଅସଂଖ୍ୟ ଯୁବକମାନଙ୍କୁ ପ୍ରେରଣା ଦେଇଛି ।’’
HS
(रिलीज़ आईडी: 2202813)
आगंतुक पटल : 2
इस विज्ञप्ति को इन भाषाओं में पढ़ें:
Kannada
,
Malayalam
,
Bengali
,
Gujarati
,
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Telugu