ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳି ସାମିଲ ହେବାକୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ


ଦୀପାବଳି ଆମ ସଂସ୍କୃତି ଓ ଲୋକ ପରମ୍ପରା ସହ ନିବିଡ଼ ଭାବେ ଜଡ଼ିତ, ଏହା ଆମ ସଭ୍ୟତାର ଆତ୍ମା ଏବଂ ପ୍ରକାଶ ଓ ଧାର୍ମିକତାର ପ୍ରତୀକ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 10 DEC 2025 12:20PM by PIB Bhubaneswar

ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳିକୁ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସିବ୍ୟକ୍ତ କରିବା ସହିତ ଗୌରବାନ୍ୱିତ ମନେ କରୁଥିବା କହିଛନ୍ତି ।

ଏକ୍ସରେ ୟୁନେସ୍କୋ ହ୍ୟାଣ୍ଡେଲରେ କରାଯାଇଥିବା ଏକ ପୋଷ୍ଟର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି:

‘‘ଭାରତ ଏବଂ ବିଶ୍ୱରେ ଥିବା ଆମ ଲୋକମାନେ ଆଜି ଖୁସିରେ ଅଧୀର।

ଆମ ପାଇଁ ଦୀପାବଳି ଆମ ସଂସ୍କୃତି ଏବଂ ଲୋକ ପରମ୍ପରା ସହିତ ଅତି ନିବିଡ଼ ଭାବେ ଜଡ଼ିତ। ଏହା ଆମ ସଭ୍ୟତାର ଆତ୍ମା। ଏହା ପ୍ରକାଶ ଏବଂ ଧାର୍ମିକତାର ପ୍ରତୀକ। ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ଦୀପାବଳିକୁ ସାମିଲ କରାଯିବା ଦ୍ୱାରା ବିଶ୍ୱସ୍ତରରେ ଏହି ଉତ୍ସବର ଲୋକପ୍ରିୟତା ଅଧିକ ବୃଦ୍ଧି ପାଇବ।

ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମର ମାର୍ଗଦର୍ଶନ କରୁଥାଉ।

@UNESCO”

 

 

***

PS/Swadhin

 


(ରିଲିଜ ଆଡି: 2201385) ପରିଦର୍ଶକ କାଉଣ୍ଟର : 44