ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କାଶୀ ତାମିଲ ସଙ୍ଗମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
02 DEC 2025 6:40PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଆରମ୍ଭ ହେଉଥିବା କାଶୀ ତାମିଲ ସଙ୍ଗମ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ଶ୍ରୀ ମୋଦୀ କହିଛନ୍ତି ଯେ ଏହି ଜୀବନ୍ତ କାର୍ଯ୍ୟକ୍ରମ 'ଏକ ଭାରତ, ଶ୍ରେଷ୍ଠ ଭାରତ’ ଭାବନାକୁ ଗଭୀର କରିଥାଏ। ଶ୍ରୀ ମୋଦୀ କହିଥିଲେ, "ସଙ୍ଗମ ପାଇଁ ଆସୁଥିବା ସମସ୍ତଙ୍କପାଇଁ କାଶୀରେ ଏକ ସୁଖଦ ଏବଂ ସ୍ମରଣୀୟ ରହଣି କାମନା କରୁଛି!"
ପ୍ରଧାନମନ୍ତ୍ରୀ 'ଏକ୍ସ’ରେ ପୋଷ୍ଟ କରିଛନ୍ତି:
"ଆଜି ଯେତେବେଳେ କାଶୀ ତାମିଲ ସଙ୍ଗମ ଆରମ୍ଭ ହେଉଛି, ମୁଁ ଏହି କାର୍ଯ୍ୟକ୍ରମ ପାଇଁ ମୋର ଶୁଭେଚ୍ଛା ଜଣାଉଛି ଯାହା, 'ଏକ ଭାରତ, ଶ୍ରେଷ୍ଠ ଭାରତ'ର ଭାବନାକୁ ଗଭୀର କରିଥାଏ। ସଙ୍ଗମ ପାଇଁ ଆସୁଥିବା ସମସ୍ତଙ୍କୁ କାଶୀରେ ଏକ ସୁଖଦ ଏବଂ ସ୍ମରଣୀୟ ରହଣି କାମନା କରୁଛି! "
HS
(रिलीज़ आईडी: 2198024)
आगंतुक पटल : 34
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam