ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଖ୍ୟାତ ଅଭିନେତା ଶ୍ରୀ ଧର୍ମେନ୍ଦ୍ରଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ
प्रविष्टि तिथि:
24 NOV 2025 3:06PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଖ୍ୟାତ ଅଭିନେତା ଶ୍ରୀ ଧର୍ମେନ୍ଦ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ଶ୍ରୀ ଧର୍ମେନ୍ଦ୍ରଙ୍କ ବିୟୋଗକୁ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ଭାବେ ବର୍ଣ୍ଣନା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଧର୍ମେନ୍ଦ୍ର ଜୀ ପ୍ରତିଷ୍ଠିତ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ଥିଲେ ଏବଂ ଜଣେ ଅଭୂତପୂର୍ବ ଅଭିନେତା ଯିଏ କି ଅଭିନୟ କରିଥିବା ପ୍ରତ୍ୟେକ ଭୂମିକାରେ ଆକର୍ଷଣ ଓ ଗଭୀରତା ଆଣିପାରିଥିଲେ । ବିବିଧ ଚରିତ୍ରକୁ ଅଭିନୟରେ ଫୁଟାଇବାରେ ତାଙ୍କର ଦକ୍ଷତା ପିଢ଼ି ପିଢ଼ି ପରେ ପିଢ଼ି ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁ ପାରିଛି ।
ଏକ୍ସର ଏକ ପୋଷ୍ଟରେ ସେ କହିଛନ୍ତି;
“ଧର୍ମେନ୍ଦ୍ର ଜୀଙ୍କ ପରଲୋକରେ ଭାରତୀୟ ଚଳଚ୍ଚିତ୍ର ଜଗତରେ ଏକ ଯୁଗର ଅବସାନ ହୋଇଗଲା । ସେ ଜଣେ ପ୍ରତିଷ୍ଠିତ ଫିଲ୍ମ ବ୍ୟକ୍ତିତ୍ୱ ଥିଲେ,ଜଣେ ଅଭୂତପୂର୍ବ ଅଭିନେତା ଯିଏ କି ଅଭିନୟ କରିଥିବା ପ୍ରତ୍ୟେକ ଭୂମିକାରେ ଆକର୍ଷଣ ଓ ଗଭୀରତା ଆଣିପାରିଥିଲେ । ଯେଉଁଭଳି ଭାବେ ସେ ବିବିଧ ଭୂମିକାରେ ଅଭିନୟ କରିଥିଲେ, ତାହା ଅଗଣିତ ଲୋକଙ୍କ ହୃଦୟକୁ ଛୁଇଁ ପାରିଥିଲା । ଧର୍ମେନ୍ଦ୍ର ଜୀଙ୍କୁ ସେହିପରି ଭାବେ ତାଙ୍କ ସରଳତା,ବିନମ୍ରତା ଏବଂ ସ୍ନେହପୂର୍ଣ୍ଣ ସ୍ୱଭାବ ପାଇଁ ପ୍ରଶଂସା କରାଯାଇଥାଏ । ଏଭଳି ଦୁଃଖର ସମୟରେ ତାଙ୍କ ପରିବାର, ସମ୍ପର୍କୀୟ ଏବଂ ଅଗଣିତ ପ୍ରଶଂସକଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି!”
SR
(रिलीज़ आईडी: 2193800)
आगंतुक पटल : 5
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Gujarati
,
Tamil
,
Telugu
,
Kannada
,
Malayalam