ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭାରତ, ଅଷ୍ଟ୍ରେଲିଆ ଏବଂ କାନାଡା ସରକାରଙ୍କ ପକ୍ଷରୁ ମିଳିତ ବିବୃତ୍ତି
ପୋଷ୍ଟ କରାଯିବା ଦିନାଙ୍କ:
22 NOV 2025 9:21PM by PIB Bhubaneswar
ଭାରତ, ଅଷ୍ଟ୍ରେଲିଆ ଏବଂ କାନାଡା ଆଜି ଏକ ନୂତନ ତ୍ରିପାକ୍ଷିକ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ ସହଭାଗୀତା: ଅଷ୍ଟ୍ରେଲିଆ-କାନାଡା-ଭାରତ ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ (ଏସିଆଇଟିଆଇ) ସହଭାଗୀତାରେ ପ୍ରବେଶ କରିବାକୁ ସହମତି ପ୍ରକାଶ କରିଛନ୍ତି ।
ତିନି ପକ୍ଷ ବର୍ତ୍ତମାନ ଦ୍ୱିପାକ୍ଷିକ ପଦକ୍ଷେପଗୁଡିକୁ ପରିପୂରକ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଉଦୀୟମାନ ପ୍ରଯୁକ୍ତି ଉପରେ ସହଯୋଗରେ ସେମାନଙ୍କର ମହତ୍ୱାକାଂକ୍ଷାକୁ ସୁଦୃଢ଼ କରିବାକୁ ସମହତ ହୋଇଛନ୍ତି ।
ଏହି ପଦକ୍ଷେପ ତିନୋଟି ଦେଶର ପ୍ରାକୃତିକ ଶକ୍ତିକୁ ଉପଯୋଗ କରିବା ସହିତ ସବୁଜ ଶକ୍ତି ନବସୃଜନ ଏବଂ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମେତ ଦୃଢ଼ ଯୋଗାଣ ଶୃଙ୍ଖଳ ନିର୍ମାଣ ଉପରେ ଗୁରୁତ୍ୱ ଦେବ। ଏହା ନେଟ ଶୂନ୍ୟ ଆଡକୁ ସେମାନଙ୍କର ସମ୍ପୃକ୍ତ ମହତ୍ୱାକାଂକ୍ଷା ଏବଂ ରଣନୈତିକ ସହଯୋଗକୁ ଆହୁରି ଗଭୀର କରିବ ଏବଂ ଏକ ସୁରକ୍ଷିତ, ସ୍ଥାୟୀ ତଥା ସ୍ଥିର ଭବିଷ୍ୟତ ଦିଗରେ ଯୋଗାଣ ଶୃଙ୍ଖଳାର ବିବିଧତାକୁ ତ୍ୱରାନ୍ୱିତ କରିବ । ଏହି ସହଭାଗୀତା ଆମର ନାଗରିକମାନଙ୍କ ଜୀବନକୁ ଉନ୍ନତ କରିବା ପାଇଁ କୃତ୍ରିମ ବୁଦ୍ଧିମତ୍ତାର ବିକାଶ ଏବଂ ଏହାକୁ ବ୍ୟାପକ ଭାବରେ ଗ୍ରହଣ କରିବା ଉପରେ ମଧ୍ୟ ପରୀକ୍ଷା କରିବ ।
ଏହି ପଦକ୍ଷେପକୁ ଆଗକୁ ନେବା ପାଇଁ ଅଧିକାରୀମାନେ ୨୦୨୬ ମସିହାର ପ୍ରଥମ ତିନିମାସ ମଧ୍ୟରେ ଉକ୍ତ ବିଷୟ ଉପରେ ଏକ ବୈଠକର ଆୟୋଜନ କରିବା ଉଚିତ ବୋଲି ତିନି ପକ୍ଷ ସହମତ ହୋଇଛନ୍ତି।
SR
(ରିଲିଜ ଆଡି: 2193274)
ପରିଦର୍ଶକ କାଉଣ୍ଟର : 31
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam