ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜି୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
Posted On:
19 NOV 2025 5:38PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧-୨୩ ନଭେମ୍ବର ୨୦୨୫ରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ଗସ୍ତ କରିବେ । ସେ ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ୨୦ତମ ଜି୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ଯୋଗ ଦେବେ । ଏହା ଗ୍ଲୋବାଲ ସାଉଥରେ ଅନୁଷ୍ଠିତ କ୍ରମାଗତ ଚତୁର୍ଥ ଜି୨୦ ଶିଖର ସମ୍ମିଳନୀ ହେବ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଜି୨୦ କାର୍ଯ୍ୟସୂଚୀ ଉପରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବେ । ପ୍ରଧାନମନ୍ତ୍ରୀ ଶିଖର ସମ୍ମିଳନୀର ତିନିଟି ଅଧିବେଶନରେ ଭାଷଣ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅଧିବେଶନଗୁଡିକର ବିଷୟବସ୍ତୁ ହେଉଛି :
କ. ସମାବେଶୀ ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି, ଯେଉଁଥିରେ କେହି ପଛରେ ରହିବେ ନାହିଁ: ନିଜ ଅର୍ଥବ୍ୟବସ୍ଥାର ନିର୍ମାଣ, ବାଣିଜ୍ୟର ଭୂମିକା, ବିକାଶ ପାଇଁ ପାଣ୍ଠି ଏବଂ ଋଣ ଭାର
ଖ. ଏକ ସ୍ଥିର ବିଶ୍ୱ – ଜି୨୦ର ଅବଦାନ: ବିପର୍ଯ୍ୟୟ ବିପଦ ହ୍ରାସ; ଜଳବାୟୁ ପରିବର୍ତ୍ତନ; ନ୍ୟାୟପୂର୍ଣ୍ଣ ଶକ୍ତି ପରିବର୍ତ୍ତନ; ଖାଦ୍ୟ ବ୍ୟବସ୍ଥା
ଗ. ସମସ୍ତଙ୍କ ପାଇଁ ଏକ ନରିପେକ୍ଷ ଏବଂ ନ୍ୟାୟପୂର୍ଣ୍ଣ ଭବିଷ୍ୟତ: ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ; ଉପଯୁକ୍ତ କାର୍ଯ୍ୟ; କୃତ୍ରିମ ବୁଦ୍ଧିମତ୍ତା
ଜି୨୦ ନେତାଙ୍କ ଶିଖର ସମ୍ମିଳନୀ ସମୟରେ, ପ୍ରଧାନମନ୍ତ୍ରୀ ଜୋହାନ୍ସବର୍ଗରେ ଉପସ୍ଥିତ କିଛି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଦକ୍ଷିଣ ଆଫ୍ରିକା ଦ୍ୱାରା ଆୟୋଜିତ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (ଆଇବିଏସଏ) ନେତାମାନଙ୍କ ବୈଠକରେ ମଧ୍ୟ ଯୋଗଦେବେ ।
SR
(Release ID: 2192765)
Visitor Counter : 3