ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୮ ନଭେମ୍ବରରେ “ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା” ଶୀର୍ଷକ ଜାତୀୟ ସମ୍ମିଳନୀ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 NOV 2025 2:50PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୮ ନଭେମ୍ବର ୨୦୨୫ ଦିନ ସନ୍ଧ୍ୟା ପ୍ରାୟ ୫ଟାରେ ଭାରତର ସୁପ୍ରିମକୋର୍ଟରେ “ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା” ଶୀର୍ଷକ ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ । ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ଜାତୀୟ ଆଇନଗତ ସେବା ପ୍ରାଧିକରଣ (ଏନ୍‌ଏଏଲ୍‌ଏସ୍‌ଏ) ଦ୍ୱାରା ପ୍ରସ୍ତୁତ ସମ୍ପ୍ରଦାୟିକ ମଧ୍ୟସ୍ଥତା ପ୍ରଶିକ୍ଷଣ ମଡ୍ୟୁଲ ଆରମ୍ଭ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଏନଏଏଲଏସ୍‌ଏ ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଆଇନଗତ ସେବା ଢ଼ାଞ୍ଚାର ପ୍ରମୁଖ ଦିଗଗୁଡିକ ଯେପରିକି ଆଇନଗତ ସହାୟତା ପ୍ରତିରକ୍ଷା ପରାମର୍ଶ ପ୍ରଣାଳୀ, ପ୍ୟାନେଲ ଓକିଲ, ପାରା-ଆଇନଗତ ସ୍ୱେଚ୍ଛାସେବକ, ସ୍ଥାୟୀ ଲୋକ ଅଦାଲତ ଏବଂ ଆଇନଗତ ସେବା ପ୍ରତିଷ୍ଠାନର ଆର୍ଥିକ ପରିଚାଳନା ଉପରେ ଆଲୋଚନା କରାଯିବ ।

 

SR


(ରିଲିଜ ଆଡି: 2191982) ପରିଦର୍ଶକ କାଉଣ୍ଟର : 43