ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୮ ନଭେମ୍ବରରେ “ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା” ଶୀର୍ଷକ ଜାତୀୟ ସମ୍ମିଳନୀ ଉଦ୍‌ଘାଟନ କରିବେ ପ୍ରଧାନମନ୍ତ୍ରୀ

प्रविष्टि तिथि: 06 NOV 2025 2:50PM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୨୦୨୫ ଦିନ ସନ୍ଧ୍ୟା ପ୍ରାୟ ୫ଟାରେ ଭାରତର ସୁପ୍ରିମକୋର୍ଟରେ “ଆଇନଗତ ସହାୟତା ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା” ଶୀର୍ଷକ ଜାତୀୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ ଏହି କାର୍ଯ୍ୟକ୍ରମ ସମୟରେ, ପ୍ରଧାନମନ୍ତ୍ରୀ ଜାତୀୟ ଆଇନଗତ ସେବା ପ୍ରାଧିକରଣ (ଏନ୍‌ଏଏଲ୍‌ଏସ୍‌ଏ) ଦ୍ୱାରା ପ୍ରସ୍ତୁତ ସମ୍ପ୍ରଦାୟିକ ମଧ୍ୟସ୍ଥତା ପ୍ରଶିକ୍ଷଣ ମଡ୍ୟୁଲ ଆରମ୍ଭ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ।

ଏନଏଏଲଏସ୍‌ଏ ଦ୍ୱାରା ଆୟୋଜିତ ଏହି ଦୁଇ ଦିନିଆ ସମ୍ମିଳନୀରେ ଆଇନଗତ ସେବା ଢ଼ାଞ୍ଚାର ପ୍ରମୁଖ ଦିଗଗୁଡିକ ଯେପରିକି ଆଇନଗତ ସହାୟତା ପ୍ରତିରକ୍ଷା ପରାମର୍ଶ ପ୍ରଣାଳୀ, ପ୍ୟାନେଲ ଓକିଲ, ପାରା-ଆଇନଗତ ସ୍ୱେଚ୍ଛାସେବକ, ସ୍ଥାୟୀ ଲୋକ ଅଦାଲତ ଏବଂ ଆଇନଗତ ସେବା ପ୍ରତିଷ୍ଠାନର ଆର୍ଥିକ ପରିଚାଳନା ଉପରେ ଆଲୋଚନା କରାଯିବ

 

SR


(रिलीज़ आईडी: 2191982) आगंतुक पटल : 20
इस विज्ञप्ति को इन भाषाओं में पढ़ें: Tamil , Malayalam , Assamese , Kannada , English , Urdu , Marathi , हिन्दी , Bengali , Manipuri , Punjabi , Gujarati , Telugu