ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ପ୍ରଧାନମନ୍ତ୍ରୀଙ୍କ ହାର୍ଦ୍ଦିକ ସ୍ୱାଗତ
ପ୍ରଶାନ୍ତି ନିଳୟମରେ ଶ୍ରୀ ସତ୍ୟସାଇ ବାବାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ପ୍ରଧାନମନ୍ତ୍ରୀ
ଶ୍ରୀ ସତ୍ୟସାଇ ସେଣ୍ଟ୍ରାଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଗୌଦାନ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
Posted On:
19 NOV 2025 1:46PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସାଇ ରାମ ଦିବ୍ୟ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ପହଞ୍ଚିଥିଲେ ଏବଂ ତାଙ୍କର ହାର୍ଦ୍ଦିକ ସ୍ୱାଗତ କରାଯାଇଥିଲା ।
ପ୍ରଧାନମନ୍ତ୍ରୀ ପ୍ରଶାନ୍ତି ନିଳୟମର ସାଇ କୁଲୱନ୍ତ ହଲରେ ଶ୍ରୀ ସତ୍ୟସାଇ ବାବାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ ପରେ ଦର୍ଶନ ପାଇଁ ଓମ୍କାର ହଲ୍କୁ ଯାଇଥିଲେ । ଶ୍ରୀ ମୋଦୀ କହିଥିଲେ ଯେ, ଏହି ପବିତ୍ର ସ୍ଥାନକୁ ଆସିବା ଶ୍ରୀ ସତ୍ୟସାଇ ବାବାଙ୍କ ଅସୀମ କରୁଣା ଏବଂ ମାନବତାର ଉତ୍ଥାନ ପାଇଁ ଜୀବନବ୍ୟାପୀ ପ୍ରତିବଦ୍ଧତାର ସ୍ମରଣ କରାଏ । ଶ୍ରୀ ସତ୍ୟସାଇ ବାବାଙ୍କ ନିସ୍ୱାର୍ଥପର ସେବାର ବାର୍ତ୍ତା ଲକ୍ଷ ଲକ୍ଷ ଲୋକଙ୍କୁ ମାର୍ଗଦର୍ଶନ ଏବଂ ପ୍ରେରଣା ଦେଇ ଚାଲିଛି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଶ୍ରୀ ସତ୍ୟସାଇ ସେଣ୍ଟ୍ରାଲ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଗୌଦାନ ସମାରୋହରେ ମଧ୍ୟ ଅଂଶଗ୍ରହଣ କରିଥିଲେ, ଯାହା ପଶୁ କଲ୍ୟାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମେତ ଅନେକ ମହାନ ପଦକ୍ଷେପ ଗ୍ରହଣ କରିଛି । ଏହି ସମାରୋହର ଏକ ଅଂଶ ଭାବରେ, ଚାଷୀମାନଙ୍କୁ ଗିର ଗାଈ ସମେତ ଅନ୍ୟ ଗାଈ ପ୍ରଦାନ କରାଯାଇଥିଲା । ପ୍ରଧାନମନ୍ତ୍ରୀ ତାଙ୍କର ଶୁଭକାମନା ଜଣାଇ କହିଥିଲେ ଯେ, ସମସ୍ତଙ୍କୁ ଶ୍ରୀ ସତ୍ୟସାଇ ବାବାଙ୍କ ଆଦର୍ଶ ଅନୁସରଣ କରି ସମାଜ କଲ୍ୟାଣ ପାଇଁ କାର୍ଯ୍ୟ ଜାରି ରଖିବାକୁ ପଡିବ ।
ଏକ୍ସରେ ପୃଥକ ପୃଥକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସାଇ ରାମଙ୍କ ଦିବ୍ୟ ଜପ ମଧ୍ୟରେ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ଥୀରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ମିଳିଥିଲା ।”
“ପ୍ରଶାନ୍ତି ନିଳୟମର ସାଇ କୁଲୱନ୍ତ ହଲରେ ଶ୍ରୀ ସତ୍ୟସାଇ ବାବାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦର୍ଶନ ପାଇଁ ଓମ୍କାର ହଲକୁ ଯାଇଥିଲି । ଏହି ପବିତ୍ର ସ୍ଥାନକୁ ଆସିବା ତାଙ୍କର ଅସୀମ କରୁଣା ଏବଂ ମାନବତାର ଉନ୍ନତି ପାଇଁ ଜୀବନବ୍ୟାପୀ ପ୍ରତିବଦ୍ଧତାର ସ୍ମରଣ କରାଇଥାଏ । ତାଙ୍କର ନିଃସ୍ୱାର୍ଥପର ସେବାର ବାର୍ତ୍ତା ଲକ୍ଷ ଲକ୍ଷ ଲୋକଙ୍କୁ ମାର୍ଗଦର୍ଶନ ଏବଂ ପ୍ରେରଣା ଦେଇ ଚାଲିଛି ।”
“ଶ୍ରୀ ସତ୍ୟସାଇ ସେଣ୍ଟ୍ରାଲ ଟ୍ରଷ୍ଟ ଦ୍ୱାରା କରାଯାଉଥିବା ଅନେକ ମହାନ କାର୍ଯ୍ୟ ମଧ୍ୟରୁ ପଶୁ କଲ୍ୟାଣ ଉପରେ ନିଆଯାଉଥିବା ପଦକ୍ଷେପ ଅନ୍ୟତମ । ଆଜି, ଗୌଦାନ ସମାରୋହରେ ଅଂଶଗ୍ରହଣ କଲି, ଯେଉଁଥିରେ ଚାଷୀମାନଙ୍କୁ ଗାଈ ଦିଆଯାଉଛି । ତଳେ ଥିବା ଚିତ୍ରରେ ଥିବା ଗାଈଗୁଡିକ ଗିର ଗାଈ! ଶ୍ରୀ ସତ୍ୟସାଇ ବାବା ଦେଖାଇଥିବା ମାର୍ଗରେ ଚାଲି ଆମେ ସମସ୍ତେ ଆମ ସମାଜର କଲ୍ୟାଣ ପାଇଁ କାମ କରିଚାଲିବ ।”
SR
(Release ID: 2191979)
Visitor Counter : 6
Read this release in:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Gujarati
,
Tamil
,
Telugu
,
Kannada
,
Malayalam