ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଥିମ୍ପୁଠାରେ ଭୂଟାନର ମହାମହିମ ରାଜା ଚତୁର୍ଥଙ୍କ ୭୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜ ଅଭିଭାଷଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

Posted On: 11 NOV 2025 5:24PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଥିମ୍ପୁଠାରେ ଭୂଟାନର ମହାମହିମ ରାଜା ଚତୁର୍ଥଙ୍କ ୭୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ନିଜର ଅଭିଭାଷଣର ଝଲକ ସେୟାର କରିଛନ୍ତି।

‘ଏକ୍ସ’ରେ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:

"ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ଭୟଙ୍କର ବିସ୍ଫୋରଣ ସମସ୍ତଙ୍କୁ ଗଭୀର ଭାବେ ଆଘାତ ଦେଇଛି। ଯେଉଁମାନେ ପୀଡ଼ିତ ହୋଇଛନ୍ତି ଭାରତ ସେମାନଙ୍କ ସହିତ ଛିଡା ହୋଇଛି।

ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେଉଛି ଯେ, ଏଜେନ୍ସିମାନେ ସମଗ୍ର ଷଡଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବେ।

ଏଥିରେ ସମ୍ପୃକ୍ତ ସମସ୍ତଙ୍କୁ ନ୍ୟାୟ ଦିଆଯିବ ।

ଦିଲ୍ଲୀ ଘଟଣା ପରେ ଭୂଟାନର ଏକତା ପ୍ରତି ପ୍ରଧାନମନ୍ତ୍ରୀଙ୍କ କୃତଜ୍ଞତା ପ୍ରକାଶ ।

"ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେଉଛି ଯେ, ଆମର ତଦନ୍ତକାରୀ ସଂସ୍ଥାଗୁଡ଼ିକ ଏହି ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ପହଞ୍ଚିବେ। ଦାୟୀମାନଙ୍କୁ କୌଣସି ମୂଲ୍ୟରେ ଛଡ଼ାଯିବ ନାହିଁ।"

"ମହାମହିମ ରାଜା ଚତୁର୍ଥଙ୍କ ୭୦ତମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭୂଟାନର ଜନସାଧାରଣ ଏକ ଅନନ୍ୟ ପ୍ରାର୍ଥନା ମାଧ୍ୟମରେ ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ପରେ ଭାରତର ଜନସାଧାରଣଙ୍କ ସହ ଏକତା ବ୍ୟକ୍ତ କରିଥିଲେ। ମୁଁ ଏହି ଆଚରଣକୁ କେବେବି ଭୁଲିବି ନାହିଁ। "

HS


(Release ID: 2189056) Visitor Counter : 4