ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ ପାରା ଗେମ୍ସ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ବର୍ଗରେ ସ୍ୱର୍ଣ୍ଣ ପଦକ ବିଜେତା ସୁହାସ ଏଲ. ଯଥିରାଜଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ
ପୋଷ୍ଟ କରାଯିବା ଦିନାଙ୍କ:
27 OCT 2023 7:41PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ହାଙ୍ଗଜୌ ଏସୀୟ ପାରା ଗେମ୍ସ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍୪ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସୁହାସ ଏଲ୍. ଯଥିରାଜଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
"ଏସୀୟ ପାରା ଗେମ୍ସରେ ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗଲ୍ସ ଏସ୍ଏଲ୍-୪ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଥିବାରୁ ସୁହାସ ଏଲ୍. ଯଥିରାଜଙ୍କୁ ଅଭିନନ୍ଦନ! ସେ ଅସାଧାରଣ ସମର୍ପଣ ଏବଂ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହି ସଫଳତା ଅସାଧାରଣ ଭାବରେ ତାଙ୍କର ଅଦମ୍ୟ ମନୋଭାବ ଏବଂ ଆଗ୍ରହକୁ ପ୍ରତିଫଳିତ କରୁଛି।"
*****
MT
(ରିଲିଜ ଆଡି: 2187648)
ପରିଦର୍ଶକ କାଉଣ୍ଟର : 23
ଏହି ରିଲିଜ ପଢନ୍ତୁ :
Marathi
,
English
,
Urdu
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam