ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆସିଆନର ଅଧ୍ୟକ୍ଷତା ପାଇଁ ମାଲେସିଆ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
ଆସିଆନ-ଭାରତ ଶିଖର ସମ୍ମିଳନୀର ଆଭାସୀରେ ସାମିଲ ହେବେ ପ୍ରଧାନମନ୍ତ୍ରୀ
Posted On:
23 OCT 2025 10:13AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମାଲେସିଆ ପ୍ରଧାନମନ୍ତ୍ରୀ ଶ୍ରୀ ଅନୱର ଇବ୍ରାହିମଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଛନ୍ତି ।
ପରସ୍ପରର ଆଲୋଚନା ଅବସରରେ ମାଲେସିଆ ଆସିଆନର ଅଧ୍ୟକ୍ଷତା ଗ୍ରହଣ କରିଥିବାରୁ, ଶ୍ରୀ ଇବ୍ରାହିମଙ୍କୁ ପ୍ରଧାନମନ୍ତ୍ରୀ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଥିଲେ । ମାଲେସିଆ ନେତୃତ୍ୱରେ ଆଗାମୀ ଆସିଆନ ସମ୍ବନ୍ଧୀୟ ଶିଖର ସମ୍ମିଳନୀ ସଫଳ ଆୟୋଜନ ପାଇଁ ସେ ଶୁଭକାମନା ଜଣାଇଥିଲେ ।
ଆସିଆନ-ଭାରତ ଶିଖର ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଡ଼ି ହେବାକୁ ପ୍ରଧାନମନ୍ତ୍ରୀ ନିଜର ଇଚ୍ଛା ବ୍ୟକ୍ତ କରିଥିଲେ ଏବଂ ଆସିଆନ-ଭାରତ ବ୍ୟାପକ ରଣନୀତିକ ଭାଗିଦାରୀତା ଅଧିକ ସୁଦୃଢ଼ କରିବା ଦିଗରେ ଭାରତର ପ୍ରତିବଦ୍ଧତା ଦୋହରାଇଥିଲେ ।
ଶ୍ରୀ ମୋଦୀ ଏକ୍ସର ଏକ ପୋଷ୍ଟରେ କହିଛନ୍ତି;
“ମୋର ପ୍ରିୟ ମିତ୍ର,ମାଲେସିଆର ପ୍ରଧାନମନ୍ତ୍ରୀ ଶ୍ରୀ ଅନୱର ଇବ୍ରାହିମଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କଲି । ମାଲେସିଆର ଆସିଆନ ଅଧ୍ୟକ୍ଷତା ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଲି ଏବଂ ଆଗାମୀ ଶିଖର ସମ୍ମିଳନୀର ସଫଳତା ପାଇଁ ତାଙ୍କୁ ଶୁଭକାମନା ଜଣାଇଲି । ଆସିଆନ-ଭାରତ ଶିଖର ସମ୍ମିଳନୀରେ ଆଭାସୀ ମାଧ୍ୟମରେ ସାମିଲ ହେବାକୁ ଏବଂ ଆସିଆନ-ଭାରତ ବ୍ୟାପକ ରାଜନୈତିକ ଭାଗିଦାରୀତାକୁ ଅଧିକ ସୁଦୃଢ଼ କରିବାକୁ ମୁଁ ଉତ୍ସୁକ ।
@anwaribrahim”
SR
(Release ID: 2181846)
Visitor Counter : 6
Read this release in:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam