ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୋଲିସ ଶହୀଦ ସ୍ମାରକୀ ଦିବସରେ ବୀର ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
21 OCT 2025 9:10AM by PIB Bhubaneshwar
ପୋଲିସ ଶହୀଦ ସ୍ମାରକୀ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ପୋଲିସଙ୍କ ବୀରତ୍ୱ ଏବଂ ବଳିଦାନ ପ୍ରତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଦେଶ ଓ ଦେଶବାସୀଙ୍କ ସୁରକ୍ଷା ଦିଗରେ ସେମାନଙ୍କର ଅତୁଟ ସମର୍ପଣ ଭାବନାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ।
ଏକ୍ସର ଏକ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ପୋଲିସ ଶହୀଦ ସ୍ମାରକୀ ଦିବସ ଅବସରରେ ଆମେ ଆମ ପୋଲିସଙ୍କ ବୀରତ୍ୱକୁ ସଲାମ କରୁଛୁ ଏବଂ କର୍ତ୍ତବ୍ୟ ପାଳନରେ ସେମାନେ ଦେଇଥିବା ସର୍ବୋଚ୍ଚ ବଳିଦାନକୁ ସ୍ମରଣ କରୁଛୁ । ସେମାନଙ୍କ ଦୃଢ଼ ସମର୍ପଣ ଆମ ଦେଶ ଓ ଦେଶବାସୀଙ୍କୁ ସୁରକ୍ଷିତ ରଖିଛି । ସଙ୍କଟ ସମୟରେ ଏବଂ ଆବଶ୍ୟକତା ବେଳେ ସେମାନଙ୍କ ବୀରତ୍ୱ ଓ ପ୍ରତିବଦ୍ଧତା ପ୍ରଶଂସନୀୟ ।”
SR
(Release ID: 2181137)
Visitor Counter : 6
Read this release in:
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam