ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନେପାଳ ପ୍ରଧାନମନ୍ତ୍ରୀ ସୁଶୀଳା କାର୍କୀଙ୍କ ସହ ଦ୍ୱିପାକ୍ଷିକ ସହଯୋଗ ଉପରେ ଚର୍ଚ୍ଚା କଲେ ପ୍ରଧାନମନ୍ତ୍ରୀ

Posted On: 18 SEP 2025 1:05PM by PIB Bhubaneshwar

 

ନେପାଳ ବିରୋଧ ପ୍ରଦର୍ଶନରେ ଧନଜୀବନ କ୍ଷତି ପାଇଁ ପ୍ରଧାନମନ୍ତ୍ରୀଙ୍କ ସମବେଦନା

ଶାନ୍ତି ଓ ସ୍ଥିରତା ସ୍ଥାପନ ସହ ଲୋକଙ୍କ ପ୍ରଗତି ପାଇଁ ଭାରତର ପୂର୍ଣ୍ଣ ସମର୍ଥନ: ପ୍ରଧାନମନ୍ତ୍ରୀ

୧୮ ସେପ୍ଟେମ୍ବର ୨୦୨୫: ପିଆଇବି ଦିଲ୍ଲୀ  

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନେପାଳର ଅନ୍ତରୀଣ ସରକାରର ପ୍ରଧାନମନ୍ତ୍ରୀ ଶ୍ରୀମତୀ ସୁଶୀଳା କାର୍କୀଙ୍କ ସହ ଟେଲିଫୋନରେ ଆଲୋଚନା କରିଛନ୍ତି।

ପ୍ରଧାନମନ୍ତ୍ରୀ, ଶ୍ରୀମତୀ ସୁଶୀଳା କାର୍କୀଙ୍କୁ ତାଙ୍କ ନିଯୁକ୍ତି ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତ ସରକାର ତଥା ଭାରତର ଜନସାଧାରଣଙ୍କ ପକ୍ଷରୁ ଶୁଭକାମନା ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ନିକଟରେ ନେପାଳରେ ବିରୋଧ ପ୍ରଦର୍ଶନ ଅବସରରେ ହୋଇଥିବା ଧନଜୀବନ ହାନି ପାଇଁ ଗଭୀର ସମବେଦନା ବ୍ୟକ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ବିଶେଷ ସମ୍ବନ୍ଧକୁ ଅଧିକ ସୁଦୃଢ଼ କରି, ଘନିଷ୍ଠତାପୂର୍ବକ କାର୍ଯ୍ୟ ଜାରି ରଖିବାକୁ ଭାରତର ତତ୍ପରତା ବ୍ୟକ୍ତ କରିଥିଲେ । ସେ ନେପାଳରେ ଶାନ୍ତି ଓ ସ୍ଥିରତା ପ୍ରତିଷ୍ଠା ଦିଗରେ ନେପାଳର ପ୍ରୟାସ ପ୍ରତି ଭାରତର ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀମତୀ ସୁଶୀଳା କାର୍କୀ ନେପାଳ ପ୍ରତି ଭାରତର ଦୃଢ଼ ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ଦୁଇ ଦେଶ ମଧ୍ୟରେ ସମ୍ବନ୍ଧକୁ ଅଧିକ ସୁଦୃଢ଼ କରିବା ପାଇଁ ଶ୍ରୀ ମୋଦୀଙ୍କ ଇଚ୍ଛାକୁ ଦୋହରାଇଥିଲେ ।

ପ୍ରଧାନମନ୍ତ୍ରୀ ନେପାଳର ଆଗାମୀ ରାଷ୍ଟ୍ରୀୟ ଦିବସ ପାଇଁ ଅଭିନନ୍ଦନ ଜଣାଇଥିଲେ ।

ଉଭୟ ନେତା ନିୟମିତ ସମ୍ପର୍କରେ ରହିବାକୁ ସହମତ ହୋଇଥିଲେ ।

SR


(Release ID: 2180694) Visitor Counter : 5