ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସେପ୍ଟେମ୍ବର ୨୦ରେ ପ୍ରଧାନମନ୍ତ୍ରୀଙ୍କ ଗୁଜରାଟ ଗସ୍ତ
Posted On:
19 SEP 2025 5:22PM by PIB Bhubaneshwar
-ପ୍ରଧାନମନ୍ତ୍ରୀ ‘ସମୁଦ୍ର ସେ ସମୃଦ୍ଧି’ କାର୍ଯ୍ୟକ୍ରମରେ ସାମିଲ ହେବେ
-ଭାବନଗରରେ ୩୪,୨୦୦ କୋଟି ଟଙ୍କାର ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ
-ପ୍ରକଳ୍ପ ଗୁଡ଼ିକ ବିଭିନ୍ନ କ୍ଷେତ୍ରର: ସାମୁଦ୍ରିକ, ଏଲଏନଜି ଇନଫ୍ରାଷ୍ଟ୍ରକଚର,ନବୀକରଣୀୟ ଶକ୍ତି, ରାଜମାର୍ଗ, ସ୍ୱାସ୍ଥ୍ୟସେବା ଏବଂ ସହରାଞ୍ଚଳ ପରିବହନ
-ପ୍ରଧାନମନ୍ତ୍ରୀ ଲୋଥାଲସ୍ଥିତ ଜାତୀୟ ସାମୁଦ୍ରିକ ଐତିହ୍ୟ କମ୍ପ୍ଲେକ୍ସ ପରିଦର୍ଶନ କରିବେ ଏବଂ ଏହାର ପ୍ରଗତି ସମୀକ୍ଷା କରିବେ
- ଜାହାଜ ନିର୍ମାଣ, ବନ୍ଦର ଆଧୁନିକୀକରଣ, ସବୁଜ ଶକ୍ତି ଏବଂ ଉପକୂଳ ସଂଯୋଗୀକରଣ ମାଧ୍ୟମରେ ସମୁଦ୍ର-ଭିତ୍ତିକ ବିକାଶ ଉପରେ ଧ୍ୟାନ ଦିଆଯିବ
-ଢ଼ୋଲେରାଠାରେ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ସର୍ଭେ କରିବେ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୨୦ ତାରିଖରେ ଗୁଜରାଟ ଗସ୍ତରେ ଯିବେ । ସେ ‘ସମୁଦ୍ର ସେ ସମୃଦ୍ଧି’ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଭାଭନଗରରେ ପୂର୍ବାହ୍ନ ପ୍ରାୟ ୧୦ଟା ୩୦ରେ ୩୪,୨୦୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହି ଅବସରରେ ଉପସ୍ଥିତ ସମାବେଶକୁ ମଧ୍ୟ ସେ ସମ୍ବୋଧିତ କରିବେ ।
ଏହାପରେ ଢ଼ୋଲେରାଠାରେ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ସର୍ଭେ କରିବେ । ଦ୍ୱିପ୍ରହର ୧ଟା ୨୦ରେ ସେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଲୋଥାଲ ଠାରେ ନ୍ୟାସନାଲ ମାରିଟାଇମ ହେରିଟେଜ କମ୍ପ୍ଲେକ୍ସ ପରିଦର୍ଶନ କରିବେ ।
ସାମୁଦ୍ରିକ କ୍ଷେତ୍ରକୁ ଗୁରୁତ୍ୱ ଦେଇ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ସାମୁଦ୍ରିକ କ୍ଷେତ୍ର ସହ ଜଡ଼ିତ ୭,୭୮୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଇନ୍ଦିରା ଡକ୍ ଠାରେ ସେ ମୁମ୍ବାଇ ଇଣ୍ଟରନ୍ୟାସନାଲ କ୍ରୁଜ ଟର୍ମିନାଲର ଉଦଘାଟନ କରିବେ । ପରେ ସେ କୋଲକାତାର ଶ୍ୟାମାପ୍ରାସାଦ ମୁଖାର୍ଜୀ ବନ୍ଦରର ଏକ ନୂତନ କଣ୍ଟେନର ଟର୍ମିନଲ ଏବଂ ଅନ୍ୟାନ୍ୟ ସୁବିଧାର ଶିଳାନ୍ୟାସ କରିବେ । ସେହିପରି ପାରାଦୀପ ବନ୍ଦରର ନୂତନ କଣ୍ଟେନର ବର୍ଥ, କାର୍ଗୋ ହ୍ୟାଣ୍ଡଲିଂ ସୁବିଧା ଏବଂ ସଂଯୋଗିତ ବିକାଶମୂଳକ କାମର ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ଏନ୍ନୋର ସ୍ଥିତ କାମରାଜର ବନ୍ଦରର ଟୁନା ଟେକ୍ରା ମଲ୍ଟି କାର୍ଗୋ ଟର୍ମିନଲ, ଅଗ୍ନି ନିର୍ବାପକ ସୁବିଧା ଏବଂ ଆଧୁନିକ ସଡ଼କ ଯୋଗାଯୋଗର ଶିଳାନ୍ୟାସ କରିବେ । ସେ ଚେନ୍ନାଇ ବନ୍ଦରର ସାମୁଦ୍ରିକ ପ୍ରାଚୀର ଏବଂ ପୁନଃସ୍ଥାପନ ଭଳି ଉପକୂଳର ସୁରକ୍ଷା କାମର ଶିଳନ୍ୟାସ କରିବେ । କାର-ନିକୋବର ଦ୍ୱୀପର ସମୁଦ୍ର ପ୍ରାଚୀର ନିର୍ମାଣ, କାଣ୍ଡଲାର ଦୀନଦୟାଲ ବନ୍ଦରରେ ବହୁମୁଖୀ କାର୍ଗୋ ବର୍ଥ ଏବଂ ଗ୍ରୀନ ବାୟୋ-ମିଥାନଲ ପ୍ଲାଣ୍ଟର ମଧ୍ୟ ଶିଳାନ୍ୟାସ କରି, ପାଟନା ଏବଂ ବାରାଣସୀରେ ଜାହାଜ ନିର୍ମାଣ ସୁବିଧାର ମଧ୍ୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିବେ ।
ଶତତ ବିକାଶର ପ୍ରତିବଦ୍ଧତା ସ୍ୱରୂପ ପ୍ରଧାନମନ୍ତ୍ରୀ ଗୁଜରାଟର ବିଭିନ୍ନ କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ୨୬,୩୫୪ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ସେ ଚହରା ବନ୍ଦରରେ ଏଚପିଏଲଏନଜି ରିଗ୍ୟାସିଫିକେସନ ଟର୍ମିନଲ, ଗୁଜରାଟର ଆଇଓସିଏଲ ରିଫାଇନାରୀରେ ଆକ୍ରିଲିକ୍ସ ଆଣ୍ଡ ଅକ୍ସୋ ଆଲକୋହଲ ପ୍ରୋଜେକ୍ଟ, ୬୦୦ ମେଗାୱାଟର ଗ୍ରୀନ ସୁ ଇନିସିଏଟିଭ୍, କୃଷକମାନଙ୍କ ପାଇଁ ପିଏମ-କୁସୁମ ୪୭୫ ମେଗାୱାଟ କମ୍ପୋନେଣ୍ଟ ସି ସୋଲାର ଫିଡର,୪୫ ମେଗାୱାଟର ବଦେଲି ସୋଲାର ପିଭି ପ୍ରୋଜେକ୍ଟ, ଧୋରଦୋ ଗ୍ରାମର ସମ୍ପୂର୍ଣ୍ଣ ସୌରଶକ୍ତିକରଣ ପ୍ରକଳ୍ପର ଉଦଘାଟନ କରିବେ । ପ୍ରଧାନମନ୍ତ୍ରୀ ଏଲଏନଜି ଇନଫ୍ରାଷ୍ଟ୍ରକଚର, ଅତିରିକ୍ତ ନବୀକରଣୀୟ ଶକ୍ତି ପ୍ରକଳ୍ପ, ଉପକୂଳ ସୁରକ୍ଷା କାମ, ରାଜପଥ, ସ୍ୱାସ୍ଥ୍ୟସେବା ଏବଂ ସହରାଞ୍ଚଳ ପରିବହନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଏଥିସହ ଭାବନଗରରେ ସାର-ଟି ଜେନେରାଲ ହସପିଟାଲ, ଜାମନଗରସ୍ଥିତ ଗୁରୁ ଗୋବିନ୍ଦ ସିଂହ ହସପିଟାଲର ସମ୍ପ୍ରସାରଣ ଏବଂ ୭୦ କିଲୋମିଟର ଜତୀୟ ରାଜପଥର ଚାରି ଲେନ କାମର ମଧ୍ୟ ଶିଳାନ୍ୟାସ କରିବେ ।
ଏହା ସହିତ ପ୍ରଧାନମନ୍ତ୍ରୀ ଢୋଲେରା ସ୍ପେଶାଲ ଇନଭେଷ୍ଟମେଣ୍ଟ ରିଜନ (ଡିଏସଆଇଆର)ର ଆକାଶମାର୍ଗରୁ ସର୍ଭେ କରିବେ । ଯାହା ଏକ ଶତତ ଔଦ୍ୟୋଗୀକରଣ, ସ୍ମାର୍ଟ ଇନଫ୍ରାଷ୍ଟ୍ରକଚର ଏବଂ ବୈଶ୍ୱିକ ନିବେଶ ସହ ଗଢ଼ି ଉଠୁଥିବା ଗ୍ରୀନଫିଲ୍ଡ ଔଦ୍ୟୋଗିକ ସହର । ସେ ମଧ୍ୟ ଲୋଥାଲ ଠାରେ ନ୍ୟାସନାଲ ମାରିଟାଇମ ହେରିଟେଜ କମ୍ପ୍ଲେକ୍ସ ନିର୍ମାଣର ସମୀକ୍ଷା କରିବେ । ପ୍ରାୟ ୪,୫୦୦ କୋଟି ଟଙ୍କା ଖର୍ଚ୍ଚରେ ଭାରତର ପ୍ରାଚୀନ ସାମୁଦ୍ରିକ ପରମ୍ପରାକୁ ସଂରକ୍ଷିତ ରଖିବା ସହ ପର୍ଯ୍ୟଟନ, ଗବେଷଣା, ଶିକ୍ଷା ଏବଂ ଦକ୍ଷତା ବିକାଶର କେନ୍ଦ୍ର ଭାବେ ଏହା ନିର୍ମାଣ କରାଯାଉଛି ।
SR
(Release ID: 2174347)
Visitor Counter : 6
Read this release in:
Gujarati
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Tamil
,
Telugu
,
Kannada
,
Malayalam