ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ହର ଘର ତିରଙ୍ଗା ଅଭିଯାନ ସାରା ଦେଶରେ ତ୍ରିରଙ୍ଗା ପ୍ରତି ୧୪୦ କୋଟି ଭାରତୀୟଙ୍କ ଗଭୀର ସମ୍ମାନକୁ ସୂଚିତ କରୁଛି: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

प्रविष्टि तिथि: 14 AUG 2024 9:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ "ହର ଘର ତିରଙ୍ଗା" ଅଭିଯାନ ପ୍ରତି ଗଭୀର ସନ୍ତୋଷ ପ୍ରକାଶ କରିଛନ୍ତି। ଏବଂ କହିଛନ୍ତି ଯେ ହର ଘର ତିରଙ୍ଗା ଆନ୍ଦୋଳନ ସାରା ଭାରତରେ ଲୋକପ୍ରିୟ ହୋଇଛି ଯାହା ୧୪୦ କୋଟି ଭାରତୀୟଙ୍କ ତ୍ରିରଙ୍ଗା ପ୍ରତି ଗଭୀର ସମ୍ମାନକୁ ସୂଚିତ କରେ।

'ଅମୃତ ମହୋତ୍ସବ' ହ୍ୟାଣ୍ଡେଲ 'X' ରେ ଏକ ପୋଷ୍ଟରେ ତାମିଲନାଡୁର ରାମେଶ୍ୱରମ ନିକଟସ୍ଥ ମଣ୍ଡପମରେ ଥିବା ଭାରତୀୟ ତଟରକ୍ଷୀ ବାହିନୀ ଷ୍ଟେସନରେ 'ହର ଘର ତିରଙ୍ଗା' ଅଭିଯାନ ସହିତ ଜଡିତ ଉତ୍ସବର ଝଲକ ସେୟାର କରିଛି।

ଅମୃତ ମହୋତ୍ସବର X ପୋଷ୍ଟର ଜବାବ ଦେଇ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି

"#ହର ଘର ତିରଙ୍ଗା ସାରା ଭାରତରେ ଲୋକପ୍ରିୟ ହୋଇଛି, ଯାହା ୧୪୦ କୋଟି ଭାରତୀୟଙ୍କ ତ୍ରିରଙ୍ଗା ପ୍ରତି ଗଭୀର ସମ୍ମାନକୁ ପ୍ରତିଫଳିତ କରେ।’

Sws


(रिलीज़ आईडी: 2173044) आगंतुक पटल : 19
इस विज्ञप्ति को इन भाषाओं में पढ़ें: Punjabi , Bengali , हिन्दी , Hindi_MP , English , Urdu , Marathi , Manipuri , Assamese , Gujarati , Tamil , Telugu , Kannada , Malayalam