ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ସ୍ୱାମୀନାରାୟଣ ମନ୍ଦିରର ୨୦୦ତମ ବର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ

Posted On: 11 NOV 2024 2:53PM by PIB Bhubaneshwar

ଜୟ ସ୍ୱାମୀନାରାୟଣ!

ଭଗବାନ ଶ୍ରୀ ସ୍ୱାମୀନାରାୟଣଙ୍କ ପାଦ ତଳେ ମୁଁ ପ୍ରଣାମ କରୁଛି। ଭଗବାନ ଶ୍ରୀ ସ୍ୱାମୀନାରାୟଣଙ୍କ କୃପାରୁ, ଭାଡତାଲ ଧାମରେ ​​ଏକ ମହାନ ଦ୍ୱିଶତବାର୍ଷିକୀ ଉତ୍ସବର ଆୟୋଜନ କରାଯାଉଛି। ଦେଶ ଏବଂ ବିଶ୍ୱର ବିଭିନ୍ନ ସ୍ଥାନରୁ ଭକ୍ତମାନେ ଏକାଠି ହୋଇଛନ୍ତି ଏବଂ ସ୍ୱାମୀନାରାୟଣ ସମ୍ପ୍ରଦାୟରେ ସର୍ବଦା ଏକ ପରମ୍ପରା ରହିଆସିଛି ଯେ, ସେବା ବିନା କୌଣସି ପ୍ରୟାସ ଆଗକୁ ବଢ଼ି ନଥାଏ। ଆଜି, ଲୋକମାନେ ଉତ୍ସାହର ସହିତ ବିଭିନ୍ନ ସେବା କାର୍ଯ୍ୟରେ ଯୋଗଦାନ ଦେଉଛନ୍ତି। ଏହି ଉତ୍ସବର ଦୃଶ୍ୟ ମୁଁ ଟେଲିଭିଜନ, ଗଣମାଧ୍ୟମ ଏବଂ ସୋସିଆଲ ମିଡିଆରେ ସେୟାର କରାଯାଇଥିବା ଭିଡିଓଗୁଡ଼ିକ ଗତ କିଛି ଦିନ ଧରି ମୋର ଆନନ୍ଦକୁ ବହୁଗୁଣିତ କରିଛି।

 

ବନ୍ଧୁଗଣ,

ଭଡତାଲ ଧାମ ପ୍ରତିଷ୍ଠାର ଦ୍ୱିଶତବାର୍ଷିକୀ ପାଳନ କେବଳ ଏକ ଘଟଣା କିମ୍ବା ଇତିହାସର ଏକ ତାରିଖ ଅପେକ୍ଷା ବହୁତ ଅଧିକ ଗୁରୁତ୍ୱପୂର୍ଣ୍ଣ ଏହା ମୋ ପରି ବ୍ୟକ୍ତିବିଶେଷଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର, ଯେଉଁମାନେ ଭଡତାଲ ଧାମରେ ଅଟଳ ବିଶ୍ୱାସ ସହିତ ବଢ଼ିଛନ୍ତି। ଆମ ପାଇଁ, ଏହି ଉତ୍ସବ ଭାରତୀୟ ସଂସ୍କୃତିର ସ୍ଥାୟୀ ପ୍ରବାହର ପ୍ରମାଣ ଭାବରେ କାର୍ଯ୍ୟ କରେ। ଆମେ ଭଡତାଲ ଧାମର ଆଧ୍ୟାତ୍ମିକ ଚେତନାକୁ ସଂରକ୍ଷଣ କରିଛୁ, ଯାହାକୁ ଦୁଇ ଶତାବ୍ଦୀ ପୂର୍ବରୁ ଭଗବାନ ଶ୍ରୀ ସ୍ୱାମୀନାରାୟଣଙ୍କ ଦ୍ୱାରା ପ୍ରତିଷ୍ଠିତ କରାଯାଇଥିଲା। ଆଜି ମଧ୍ୟ, ଭଗବାନ ଶ୍ରୀ ସ୍ୱାମୀନାରାୟଣଙ୍କ ଶିକ୍ଷା ଏବଂ ଦିବ୍ୟ ଶକ୍ତି ଏଠାରେ ଅନୁଭବ କରାଯାଇପାରିବ। ମୁଁ ସମସ୍ତ ଋଷିମାନଙ୍କ ପାଦ ତଳେ ପ୍ରଣାମ କରୁଛି ଏବଂ ଏହି ମହାନ ଦ୍ୱିଶତବାର୍ଷିକୀ ପାଳନରେ ଆପଣମାନଙ୍କୁ ଏବଂ ଆମର ଦେଶବାସୀଙ୍କୁ ମୋର ଅଭିନନ୍ଦନ ଜଣାଉଛିମୁଁ ଆନନ୍ଦିତ ଯେ, ଭାରତ ସରକାର ଏହି ଅବସରକୁ ପାଳନ କରିବା ପାଇଁ ୨୦୦ ଟଙ୍କାର ଏକ ରୂପା ମୁଦ୍ରା ଏବଂ ଏକ ସ୍ମାରକୀ ଡାକଟିକଟ ପ୍ରଚଳନ କରିଛନ୍ତି। ଏହି ପ୍ରତୀକଗୁଡ଼ିକ ଆଗାମୀ ପିଢ଼ି ପାଇଁ ବର୍ତ୍ତମାନର ଏହି ଗୁରୁତ୍ୱପୂର୍ଣ୍ଣ ଘଟଣାର ସ୍ମୃତିକୁ ଜୀବନ୍ତ ରଖିବାରେ ସାହାଯ୍ୟ କରିବ।

 

ବନ୍ଧୁଗଣ,

ଭଗବାନ ସ୍ୱାମୀନାରାୟଣଙ୍କ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତି ଏହି ପରମ୍ପରା ସହିତ ମୋର ସମ୍ପର୍କର ଗଭୀରତା ହୃଦୟଙ୍ଗମ କରନ୍ତି ସେଠାରେ ଉପସ୍ଥିତ ଥିବା ରାକେଶ ମହାଶୟ, ତାଙ୍କ ସହିତ ମୋର ସମ୍ପର୍କ କେତେ ପୁରୁଣା ଏବଂ ଗୁରୁତ୍ୱପୂର୍ଣ୍ଣ ତାହା ଆପଣମାନଙ୍କ ସହିତ ସେୟାର କରିପାରିବେ। ଏହି ବନ୍ଧନ କେବଳ ଆଧ୍ୟାତ୍ମିକ ନୁହେଁ ବରଂ ସାମାଜିକ ମଧ୍ୟ। ଗୁଜୁରାଟରେ ଥିବା ସମୟରେ, ମୁଁ ୠଷୀମାନଙ୍କ ସହିତ ସମୟ ବିତାଇବା ଏବଂ ସତସଙ୍ଗରେ ଅଂଶଗ୍ରହଣ କରିବାର ସୌଭାଗ୍ୟ ପାଇଥିଲି। ମୁଁ ଅତ୍ୟନ୍ତ ଭାଗ୍ୟବାନ ଥିଲି ସେହି ମୁହୂର୍ତ୍ତଗୁଡ଼ିକୁ ପାଇଥିବାରୁ ଏବଂ ମୁଁ ପ୍ରତ୍ୟେକଙ୍କୁ ଆଦର ସହକାରେ ଗ୍ରହଣ କରିଥିଲି। ଭଗବାନ ସ୍ୱାମୀନାରାୟଣଙ୍କ କୃପାରୁ, ଆଜି ମଧ୍ୟ, କୌଣସି ନା କୌଣସି ଉପାୟରେ, ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ, ସେହି ସମ୍ପର୍କ ଅତୁଟ ରହିଛି। ଅନେକ ସମୟରେ, ମୁଁ ଋଷି-ମୁନିମାନଙ୍କର ଆଶୀର୍ବାଦ ପାଇବାର ସୌଭାଗ୍ୟ ଲାଭ କରିଛି, ଯାହା ମୋତେ ଜାତୀୟ ଗୁରୁତ୍ୱର ବିଷୟଗୁଡ଼ିକୁ ଗଭୀରତାରେ ଚିନ୍ତନ କରିବାକୁ ପ୍ରେରଣା ଦେଇଛି। ଆଜି ଭଡତାଲ ଧାମର ଏହି ପବିତ୍ର ଉତ୍ସବରେ ମୁଁ ପ୍ରତ୍ୟକ୍ଷ ଭାବରେ ଉପସ୍ଥିତ ରହିପାରିବି ବୋଲି ମୁଁ ଗଭୀର ଇଚ୍ଛା କରୁଥିଲି। ମୁଁ ଆପଣମାନଙ୍କ ସହିତ ବସିବାକୁ, ଅନେକ ସ୍ମରଣୀୟ ସ୍ମୃତିକୁ ମନେ ପକାଇବାକୁ ଏବଂ ଏହି ଅବସରର ଆନନ୍ଦରେ ଅଂଶୀଦାର ହେବାକୁ ଚାହୁଁଥିଲି। ସ୍ୱାଭାବିକ ଭାବରେ ଆମେ ଏପରି ଏକ ମୁହୂର୍ତ୍ତର ଆନନ୍ଦ ନେଇଥାନ୍ତୁ। କିନ୍ତୁ, ମୋର ଦାୟିତ୍ୱ ଏବଂ ପ୍ରତିବଦ୍ଧତା ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ। ତଥାପି, ମୁଁ ଭାବନାରେ ଆପଣମାନଙ୍କ ସହିତ ଅଛି। ଏହି ମୁହୂର୍ତ୍ତରେ ମୋର ହୃଦୟ ସମ୍ପୂର୍ଣ୍ଣ ଭାବରେ ଭଡତାଲ ଧାମ ସହିତ ଜଡିତ ଅଛି।

 

ବନ୍ଧୁଗଣ,

ସମ୍ମାନୀୟ ଋଷିଗଣ, ଭାରତର ଏକ ଉଲ୍ଲେଖନୀୟ ଗୁଣ ହେଉଛି ଯେ, କଷ୍ଟ ସମୟରେ, ଋଷି, ମହର୍ଷି, ସନ୍ଥ ଏବଂ ମହାତ୍ମାମାନେ ସର୍ବଦା ସମାଜକୁ ମାର୍ଗଦର୍ଶନ ଏବଂ ଉନ୍ନତ କରିବା ପାଇଁ ଆବିର୍ଭୂତ ହୋଇଛନ୍ତି। ଭଗବାନ ସ୍ୱାମୀନାରାୟଣ ଏପରି ଏକ ମୁହୂର୍ତ୍ତରେ ଆବିର୍ଭାବ ହୋଇଥିଲେ ଯେତେବେଳେ ଆମର ଦେଶ ଦୀର୍ଘ ଶତାବ୍ଦୀର ପରାଧୀନତା ପରେ ଦୁର୍ବଳ ହୋଇଯାଇଥିଲା, ବିଶ୍ୱାସ ହରାଇ ଆତ୍ମ-ସମାଲୋଚନରେ ବୁଡ଼ି ଯାଇଥିଲା। ଏପରି ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ, ଭଗବାନ

ସ୍ୱାମୀନାରାୟଣ ଏବଂ ସେହି ଯୁଗର ଦ୍ରଷ୍ଟବ୍ୟ ବ୍ୟକ୍ତିମାନେ ଆମକୁ ନୂତନ ଆଧ୍ୟାତ୍ମିକ ଶକ୍ତି ପ୍ରଦାନ କରିଥିଲେ। ସେମାନେ ଆମର ଆତ୍ମସମ୍ମାନକୁ ଜାଗ୍ରତ କରିଥିଲେ ଏବଂ ଆମର ପରିଚୟବୋଧ ଭାବନାକୁ ପୁନର୍ଜୀବିତ କରିଥିଲେ। ଶିକ୍ଷାପତ୍ର ଏବଂ ବଚନାମୃତର ଶିକ୍ଷା ଏହି କ୍ଷେତ୍ରରେ ଏକ ବିଶାଳ ଅବଦାନ ରଖିଛି ଏବଂ ଏହି ଶିକ୍ଷାଗୁଡ଼ିକୁ ଗ୍ରହଣ କରିବା ତଥା ସେଗୁଡ଼ିକୁ ଆଗକୁ ବଢ଼ାଯିବା ଆମର କର୍ତ୍ତବ୍ୟ।

 

ମୁଁ ଅତ୍ୟନ୍ତ ଆନନ୍ଦିତ ଯେ, ଏହି ଦୃଷ୍ଟିକୋଣରୁ ଅନୁପ୍ରାଣିତ ହୋଇ, ଭଡତାଲ ଧାମ ମାନବତାର ସେବା ଏବଂ ଯୁଗକୁ ବଳିଷ୍ଠ କରିବା ପାଇଁ ସମର୍ପିତ ଏକ ମହାନ ଅନୁଷ୍ଠାନ ପାଲଟିଛି। ଏହି ପବିତ୍ର ସ୍ଥାନ ଅବହେଳିତ ସମ୍ପ୍ରଦାୟର ସାଗରମ ମହାଶୟଙ୍କ ପରି ଭକ୍ତମାନଙ୍କୁ ଜନ୍ମ ଦେଇଛି। ଆଜି, ଆପଣଙ୍କ ପ୍ରୟାସ ଦ୍ୱାରା ଅନେକ ପଦକ୍ଷେପ କାର୍ଯ୍ୟକାରୀ ହେଉଛି, ଯେଉଁଥିରେ ଅଗଣିତ ପିଲାମାନଙ୍କୁ ଖାଦ୍ୟ, ବାସସ୍ଥାନ ଏବଂ ଶିକ୍ଷା ପ୍ରଦାନ କରିବା ପାଇଁ ପ୍ରକଳ୍ପ ସାମିଲ ରହିଛିଏହା ବ୍ୟତୀତ, ଦୂରବର୍ତ୍ତୀ ଜଙ୍ଗଲ ଅଞ୍ଚଳରେ ଅନେକ ସେବା-ସମ୍ବନ୍ଧୀୟ ପଦକ୍ଷେପ କାର୍ଯ୍ୟକାରୀ ହେଉଛିଆପଣ ଆଦିବାସୀ ଅଞ୍ଚଳର ଝିଅମାନଙ୍କ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ମିଶନ ହାତକୁ ନେଇଛନ୍ତି। ଏହା ଗରିବଙ୍କ ସେବା ହେଉ, ନୂତନ ପିଢ଼ିର ପାଳନ ହେଉ, କିମ୍ବା ଆଧୁନିକତାକୁ ଆଧ୍ୟାତ୍ମିକତା ସହିତ ମିଶ୍ରଣ କରି ଭାରତୀୟ ସଂସ୍କୃତିକୁ ସଂରକ୍ଷଣ କରୁ, ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଚାଲିଥିବା ଅଭିଯାନ ଆପଣଙ୍କ ସମର୍ପଣର ପ୍ରମାଣ ପ୍ରତିପାଦିତ କରୁଛିମୁଁ ଯେଉଁ ସବୁ ଆହ୍ୱାନ କରିଛି - ତାହା ସ୍ୱଚ୍ଛତା ପାଇଁ ହେଉ କିମ୍ବା ପରିବେଶ ସଂରକ୍ଷଣ ପାଇଁ - ସର୍ବଦା ଆପଣଙ୍କ ଉତ୍ସାହୀ ପ୍ରତିକ୍ରିୟା ଦ୍ୱାରା ହିଁ ପୂରଣ ହୋଇଛି। ଆପଣଙ୍କ ପରି ସାଧୁ ଏବଂ ଭକ୍ତମାନେ ମୋତେ କେବେ ନିରାଶ କରିନାହାଁନ୍ତି; ଆପଣ ମୋର ପ୍ରତ୍ୟେକ ଅନୁରୋଧକୁ ନିଜର ଦାୟିତ୍ୱ ଭାବରେ ଗ୍ରହଣ କରିଛନ୍ତି, ସେଗୁଡ଼ିକୁ ପୂରଣ କରିବା ପାଇଁ ଆନ୍ତରିକତାର ସହିତ ଚେଷ୍ଟା କରୁଛନ୍ତି।

 

ମୁଁ ନିକଟରେ ମୋର ପ୍ରସ୍ତାବିତ ଏକ ଅଭିଯାନ ବିଷୟରେ ଶୁଣିଲି: ନିଜ ମାଆଙ୍କ ନାମରେ ଗଛ ଲଗାଇବା (ଏକ ପେଡ୍‌ ମା’ କେ ନାମ)। ସ୍ୱାମୀନାରାୟଣ ପରିବାର ଏଥିରେ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି, ଏହି ପଦକ୍ଷେପ ଅଧୀନରେ ଏକ ଲକ୍ଷରୁ ଅଧିକ ଗଛ ଲଗାଇଛନ୍ତି।

 

ବନ୍ଧୁଗଣ,

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନର ଏକ ଉଦ୍ଦେଶ୍ୟ ଥାଏ ଏବଂ ଏହି ଉଦ୍ଦେଶ୍ୟ ଆମର ଅସ୍ତିତ୍ୱକୁ ଆକାର ଦିଏ। ଏହା ଆମର ଚିନ୍ତାଧାରା, କାର୍ଯ୍ୟଶୈଳୀ ଏବଂ ବକ୍ତବ୍ୟକୁ ପ୍ରଭାବିତ କରେ। ଯେତେବେଳେ ଆମେ ଆମର ଜୀବନର ଉଦ୍ଦେଶ୍ୟ ବିଷୟରେର ଅବଗତ ହେଉ, ସବୁକିଛି ପରିବର୍ତ୍ତନ ହୁଏ। ଇତିହାସ ସାରା, ଆମର ସନ୍ଥ ଏବଂ ଋଷିମାନେ ଲୋକମାନଙ୍କୁ ସେମାନଙ୍କ ଜୀବନର ଅର୍ଥ ଏବଂ ଉଦ୍ଦେଶ୍ୟ ବୁଝିବାରେ ସାହାଯ୍ୟ କରିଛନ୍ତି। ସମାଜ ପାଇଁ ଏହି ଆଧ୍ୟାତ୍ମିକ ମାର୍ଗଦର୍ଶକମାନଙ୍କର ଅପୂରଣୀୟ ଅବଦାନ ରହିଛି। ଯେତେବେଳେ ଏକ ସମ୍ପୂର୍ଣ୍ଣ ସମାଜ କିମ୍ବା ରାଷ୍ଟ୍ର ଏକ ସାଧାରଣ ଉଦ୍ଦେଶ୍ୟ ହାସଲ କରିବା ପାଇଁ ଏକତ୍ରିତ ହୁଏ, ସଫଳତା ଅନିବାର୍ଯ୍ୟ ହୋଇଥାଏ, ଯାହା ଅନେକ ଉଦାହରଣ ମାଧ୍ୟମରେ ଦର୍ଶାଯାଇଛି। ଆମେ ପୂର୍ବରୁ ଏହା ହାସଲ କରିଛୁ - ଆମର ପାରଦର୍ଶୀ ବ୍ୟକ୍ତିତ୍ୱମାନେ ଏହାକୁ ହାସଲ କରିଛନ୍ତି, ଆମର ସମାଜ ଏହାକୁ ହାସଲ କରିଛି ଏବଂ ଆମର ଧାର୍ମିକ ଅନୁଷ୍ଠାନଗୁଡ଼ିକ ଏହାକୁ ହାସଲ କରିଛନ୍ତି।

 

ଆଜି, ଆମ ଯୁବପିଢ଼ିଙ୍କ ସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ଲକ୍ଷ୍ୟ ରହିଛି ଏବଂ ସମଗ୍ର ଦେଶ ଏକ ସ୍ପଷ୍ଟ ଦୃଷ୍ଟିକୋଣ ସହିତ ଆଗକୁ ବଢ଼ୁଛି। ଏହି ଦୃଷ୍ଟିକୋଣ ହେଉଛି ଏକ ବିକଶିତ ଭାରତ ଗଠନ କରିବା। ମୁଁ ଭାଡତାଲର ମାର୍ଗଦର୍ଶକ ଓ ସାଧୁମାନଙ୍କୁ ଏବଂ ସମଗ୍ର ସ୍ୱାମୀନାରାୟଣ ପରିବାରକୁ ନିବେଦନ କରୁଛି ଯେ, ସେମାନେ ସମସ୍ତଙ୍କୁ ଏହି ମହାନ ମିଶନରେ ଯୋଗଦେବା ପାଇଁ ପ୍ରେରଣା ଦିଅନ୍ତୁ, ଏକ ବିକଶିତ ଭାରତର ଏହି ମହାନ ଦୃଷ୍ଟିକୋଣ ସହିତଯେପରି ସ୍ୱାଧୀନତା ଆନ୍ଦୋଳନ ସ୍ୱାଧୀନତା ପାଇଁ ଏକ ଅଦମ୍ୟ ଆଗ୍ରହ ଦ୍ୱାରା ପ୍ରେରିତ ହୋଇଥିଲା - ଯାହା ଏକ ଶତାବ୍ଦୀରୁ ଅଧିକ ସମୟ ଧରି ଜୀବନର ସମସ୍ତ କ୍ଷେତ୍ରର ଲୋକଙ୍କ ହୃଦୟକୁ ପ୍ରଭାବିତ କରିଥିଲା, ସେହିପରି ଜାତୀୟ ବିକାଶ ପାଇଁ ସମାନ ନିରନ୍ତର ପ୍ରୟାସ ଭାବରେ ଆମେ ମଧ୍ୟ ଏହାକୁ ଗ୍ରହଣ କରିବା ଉଚିତ ସ୍ୱାଧୀନତା ସଂଗ୍ରାମ ସମୟରେ ଗୋଟିଏ ବି ଦିନ କିମ୍ବା ମୁହୂର୍ତ୍ତ ବିତି ନଥିଲା ଯେଉଁଠାରେ ସ୍ୱାଧୀନତାର ଅନୁସନ୍ଧାନ ଲୋକଙ୍କ ହୃଦୟରେ ଉଜ୍ଜବିତ ନ ଥିଲା, ଏବଂ ଏପରି ସମର୍ପଣ ହେଉଛି - ଯାହା ଆମକୁ ଏବେ ଆମର ପ୍ରତ୍ୟେକ ୧୪୦ କୋଟି ଦେଶବାସୀଙ୍କ ପାଇଁ ଆବଶ୍ୟକ।

 

ଏକାଠି, ଆମେ ସମସ୍ତଙ୍କୁ - ବିଶେଷକରି ଆମର ଯୁବ ବନ୍ଧୁମାନଙ୍କୁ - ଆଗାମୀ ୨୫ ବର୍ଷ ପାଇଁ ଏକ ବିକଶିତ ଭାରତର ଏହି ଦୃଷ୍ଟିକୋଣ ପ୍ରତି ପ୍ରତିବଦ୍ଧ ହେବା ପାଇଁ ପ୍ରେରଣା ଦେବା ଉଚିତ। ଆମକୁ ଏହି ମିଶନକୁ ବଞ୍ଚିବାକୁ ଏବଂ ନିଶ୍ୱାସ ନେବାକୁ ପଡିବ, ପ୍ରତ୍ୟେକ ମୁହୂର୍ତ୍ତରେ ଏହା ସହିତ ଜଡିତ ରହିବା ଉଚିତ। ଆମେ ଯେଉଁଠାରେ ଅଛୁ, ଆମେ ସେହି ସ୍ଥାନରୁ ଯୋଗଦାନ ଦେବା ଆରମ୍ଭ କରିବା ଉଚିତ। ଯେହେତୁ ଆମେ ପ୍ରତ୍ୟେକେ ଏହି ଲକ୍ଷ୍ୟରେ ଯୋଗଦାନ ଦେଉଛୁ, ଆମେ ସାମୂହିକ ଭାବରେ ଲାଭବାନ ହେବୁ। ବିକଶିତ ଭାରତ ଆଡ଼କୁ ଏକ ଜରୁରୀ ପଦକ୍ଷେପ ହେଉଛି - ଆତ୍ମନିର୍ଭରଶୀଳତା ହାସଲ କରିବା। ଏକ ଆତ୍ମନିର୍ଭରଶୀଳ ରାଷ୍ଟ୍ର ଗଠନ କରିବାକୁ, ଆମକୁ ବାହ୍ୟ ସହାୟତା ଆଶା ନକରି ନିଜ ଉପରେ ନିର୍ଭର କରିବାକୁ ପଡିବ। ସମସ୍ତ ୧୪୦ କୋଟି ନାଗରିକଙ୍କୁ ଏହି ଦାୟିତ୍ୱ ଗ୍ରହଣ କରିବାକୁ ପଡିବ, ଏବଂ ଏଠାରେ ଉପସ୍ଥିତ ଭକ୍ତମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ଆମେ ସ୍ଥାନୀୟ ଉତ୍ପାଦ ଏବଂ ବ୍ୟବସାୟକୁ ପ୍ରୋତ୍ସାହିତ କରି ଭୋକାଲ୍ ଫର ଲୋକାଲ ଅଭିଯାନ ସହିତ ଆରମ୍ଭ କରିପାରିବା।

 

 

ଏକ ବିକଶିତ ଭାରତ ପାଇଁ, ଆମର ଏକତା ଏବଂ ଜାତୀୟ ଅଖଣ୍ଡତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଦୁର୍ଭାଗ୍ୟବଶତଃ, କିଛି ଲୋକ, ସ୍ୱାର୍ଥପର ଭାବରେ ସ୍ୱାର୍ଥ ଏବଂ ସୀମିତ ବୁଝାମଣା ଦ୍ୱାରା ପରିଚାଳିତ ହୋଇ, ଜାତି, ଧର୍ମ, ଭାଷା, ସାମାଜିକ ସ୍ଥିତି, ଲିଙ୍ଗ ଏବଂ ସହରାଞ୍ଚଳ-ଗ୍ରାମାଞ୍ଚଳ ବିଭାଜନ ଆଧାରରେ ସମାଜକୁ ଖଣ୍ଡ ଖଣ୍ଡ କରିବାକୁ ଚେଷ୍ଟା କରୁଛନ୍ତି। ସେମାନେ ଭାରତର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ମହତ୍ୱାକାଂକ୍ଷୀ ଲକ୍ଷ୍ୟକୁ ଦୁର୍ବଳ କରୁଛନ୍ତି। ଆମକୁ ଦେଶର ବିରୋଧୀମାନଙ୍କ ଦ୍ୱାରା ଉପୁଜିଥିବା ଏହି ବିପଦଗୁଡ଼ିକର ଗମ୍ଭୀରତାକୁ ଚିହ୍ନିବାକୁ ପଡିବ ଏବଂ ଏହି ସଙ୍କଟର ଗୁରୁତ୍ୱକୁ ବୁଝିବାକୁ ପଡିବ। ଏକାଠି, ଆମକୁ ଏହି ବିଭାଜନକାରୀ କାର୍ଯ୍ୟଗୁଡ଼ିକୁ ପ୍ରତିହତ କରିବାକୁ ହେବ ଏବଂ ସେଗୁଡ଼ିକୁ ସଫଳ ହେବାରୁ ରୋକିବାକୁ ପଡିବ। ଆମକୁ ଆମର ଜାତୀୟ ଏକତାକୁ ରକ୍ଷା କରିବାରେ ଏକତା ଏବଂ ଦୃଢ଼ ଭାବରେ ଠିଆ ହେବାକୁ ପଡିବ।

 

ବନ୍ଧୁଗଣ,

ଭଗବାନ ଶ୍ରୀ ସ୍ୱାମୀନାରାୟଣ ଆମକୁ ଶିଖାଇଲେ ଯେ, ମହାନ ଲକ୍ଷ୍ୟ ଅପାର ସମର୍ପଣ ଏବଂ କଠିନ ପରିଶ୍ରମ ଦ୍ୱାରା ହାସଲ କରାଯାଏ। ସେ ଗୁରୁତ୍ୱାରୋପ କରିଥିଲେ ଯେ, ଯୁବ ମନରେ ଦେଶକୁ ନିର୍ଣ୍ଣାୟକ ଭାବରେ ଗଠନ କରିବାର ସମ୍ଭାବନା ରହିଛି। ସେ ଏହି ବିଶ୍ୱାସ ସୃଷ୍ଟି କରିଥିଲେ ଯେ, ଯୁବପିଢ଼ି ଦେଶ ନିର୍ମାଣ କରିପାରିବେ ଏବଂ କରିବେ ମଧ୍ୟଏହାକୁ ସାକାର କରିବା ପାଇଁ, ଆମକୁ କୌଶଳୀ, ଦକ୍ଷ ଏବଂ ସୁଶିକ୍ଷିତ ଯୁବକମାନଙ୍କୁ ଉତ୍ସାହିତ କରିବାକୁ ପଡିବ। ଏକ ବିକଶିତ ଭାରତ ପାଇଁ, ଆମର ଯୁବକମାନଙ୍କୁ ସଶକ୍ତ କରିବା ଜରୁରୀ। ଦକ୍ଷ ଯୁବକମାନେ ଆମର ସର୍ବଶ୍ରେଷ୍ଠ ସମ୍ପତ୍ତି ହେବେ। ଆମ ଯୁବପିଢ଼ିର ବିଶ୍ୱ ଚାହିଦା ବୃଦ୍ଧି ପାଇବ। ଆଜି, ମୁଁ ଯେଉଁ ବିଶ୍ୱ ନେତୃତ୍ୱମାନଙ୍କୁ ଭେଟିଥାଏ ସେମାନଙ୍କ ଦେଶର ଯୁବପିଢ଼ି, ଦକ୍ଷ କର୍ମଚାରୀ ଏବଂ ଆଇଟି କ୍ଷେତ୍ରର ବୃତ୍ତିଧାରୀମାନେ ସେମାନଙ୍କ ଦେଶରେ କାମ କରନ୍ତୁ ବୋଲି ସେମାନଙ୍କର  ଇଚ୍ଛାକୁ ପ୍ରକଟିତ କରେ। ଭାରତର ଯୁବପିଢ଼ିର ଗତିଶୀଳତାରେ ବିଶ୍ୱ ଆକର୍ଷିତ। ଏହି ଯୁବକମାନେ କେବଳ ଆମ ଦେଶର ଆବଶ୍ୟକତା ପୂରଣ କରିବେ ନାହିଁ ବରଂ ବିଶ୍ୱ ଚାହିଦା ମଧ୍ୟ ପୂରଣ କରିବେ। ଦକ୍ଷ ଯୁବକମାନଙ୍କୁ ବିକାଶିତ କରିବା ପାଇଁ ଆମର ପ୍ରୟାସ ରାଷ୍ଟ୍ର ନିର୍ମାଣରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବ।

 

ମୋର ତୁମକୁ ଆଉ ଏକ ଅନୁରୋଧ ଅଛି। ନିଶା ବିରୁଦ୍ଧରେ ଲଢ଼େଇରେ ସ୍ୱାମୀନାରାୟଣ ସମ୍ପ୍ରଦାୟ ସର୍ବଦା ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କରିଆସିଛି। ଆମର ସନ୍ଥ, ମହାତ୍ମା ଏବଂ ଭକ୍ତମାନେ ଆମର ଯୁବପିଢ଼ିଙ୍କୁ ନିଶା ସେବନରୁ ଦୂରେଇ ରଖିବା ଏବଂ ସେମାନଙ୍କୁ ନିଶା ମୁକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ। ଯୁବପିଢ଼ିଙ୍କୁ ନିଶା ଫାଶରେ ପଡ଼ିବାରୁ ରୋକିବା ପାଇଁ ଅଭିଯାନ ଏବଂ ପଦକ୍ଷେପ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଜାରି ରହିବା ଉଚିତ। ଏହି ପ୍ରୟାସଗୁଡ଼ିକ ସମସ୍ତ ସମାଜ ଓ ଆମ ଦେଶର ପ୍ରତ୍ୟେକ କୋଣରେ ଆବଶ୍ୟକ ଏବଂ ଆମକୁ ଏହି ମିଶନରେ ଅଟଳ ରହିବାକୁ ପଡିବ।

 

ବନ୍ଧୁଗଣ,

ଗୋଟିଏ ଦେଶ କେବଳ ସେତେବେଳେ ପ୍ରଗତି କରିପାରିବ, ଯେତେବେଳେ ସେ ଏହାର ଐତିହ୍ୟକୁ ନେଇ ଗର୍ବ କରିବ ଏବଂ ଏହାର ସଂରକ୍ଷଣ କରିବତେଣୁ, ଆମର ମାର୍ଗଦର୍ଶକ ନୀତି ହେଉଛି ଐତିହ୍ୟ ସଂରକ୍ଷଣ ସହିତ ବିକାଶ। ଆମର ପ୍ରାଚୀନ ଐତିହ୍ୟ ସ୍ଥଳରେ ଗୌରବର ପୁନରୁତ୍ଥାନ ଦେଖିବା ଉତ୍ସାହଜନକ, ଯେଉଁଗୁଡ଼ିକ ହଜିଯାଇଥିବ ବୋଲି ଭାବୁଥିଲେ ତାହା ଏବେ ପୁନରୁଦ୍ଧାର କରାଯାଉଛି। ଅଯୋଧ୍ୟାର ପରିବର୍ତ୍ତନ ଏକ ପ୍ରମୁଖ ଉଦାହରଣ, ଯେଉଁଠାରେ ୫୦୦ ବର୍ଷ ଧରି ପରିଚାଳିତ ଏକ ସ୍ୱପ୍ନ ଶେଷରେ ସଫଳ ହୋଇଛି। ପିଢ଼ିମାନେ ଏହି ସ୍ୱପ୍ନକୁ ସମର୍ଥନ କରିଛନ୍ତି, ଏଥିପାଇଁ ସଂଘର୍ଷ କରିଛନ୍ତି ଏବଂ ଏହାକୁ ସାକାର କରିବା ପାଇଁ ବଳିଦାନ ଦେଇଛନ୍ତି। ଆଜି, ଆମେ କାଶୀ ଏବଂ କେଦାରନାଥର ପୁନରୁତ୍ଥାନ ଦେଖୁଛୁ, ଯାହା ଏହି ପୁନରୁତ୍ଥାନର ପ୍ରମାଣ ସ୍ୱରୂପ ଛିଡା ହୋଇଛି। ପାବାଗଡରେ, ୫୦୦ ବର୍ଷ ପରେ, ଆମର ବିଶ୍ୱାସର ପତାକା ଏବେ ଗର୍ବର ସହିତ ଉଡୁଛି।

 

ମୋଧେରାର ସୂର୍ଯ୍ୟ ମନ୍ଦିର ଏବଂ ସୋମନାଥର ମହିମା ଅନ୍ୟ ଆକର୍ଷଣୀୟ ଉଦାହରଣ। ଆମେ ଯେଉଁଠାକୁ ଚାହିଁବୁ, ଏକ ନୂତନ ଭାବନା ଏବଂ ଏକ ସାଂସ୍କୃତିକ ବିପ୍ଳବ ଆମ ଆଖି ଆଗରେ ଉଭା ହେଉଛି।

 

କେବଳ ସେତିକି ନୁହେଁ, ଶତାବ୍ଦୀ ଧରି, ଆମ ଦେଶରୁ ଆମର ଦେବତାମାନଙ୍କ ମୂର୍ତ୍ତି ଚୋରି ହୋଇଯାଉଥିଲା, ଏବଂ କେହି ସେମାନଙ୍କ ଉଭାନ ହେବା ବିଷୟରେ ଚିନ୍ତିତ ନଥିଲେ। ଆଜି, ବହୁତ ପ୍ରୟାସ ପରେ, ଆମର ଦେବା-ଦେବୀଙ୍କ ଏହି ଚୋରି ହୋଇଥିବା ମୂର୍ତ୍ତିଗୁଡ଼ିକ ମିଳିଯାଉଛି ଏବଂ ଆମ ମନ୍ଦିରଗୁଡ଼ିକୁ ଫେରାଇ ଦିଆଯାଉଛି। ଆମେ, ଗୁଜରାଟର ଲୋକମାନେ, ଆମର ପ୍ରାଚୀନ ସଭ୍ୟତାର ପ୍ରତୀକ ଧୋଲାବୀରା ଏବଂ ଲୋଥାଲର ଐତିହ୍ୟରେ ଅତ୍ୟନ୍ତ ଗର୍ବ ଅନୁଭବ କରୁଛୁ। ଏହି ସ୍ଥାନଗୁଡ଼ିକୁ ପୁନରୁଦ୍ଧାର ଏବଂ ପ୍ରତିଷ୍ଠା କରିବା ପାଇଁ ପ୍ରୟାସ ମଧ୍ୟ ଚାଲିଛି। ଭାରତର ସାଂସ୍କୃତିକ-ଚେତନା ଜାଗ୍ରତ କରିବା ପାଇଁ ଏହି ଅଭିଯାନ କେବଳ ଏକ ସରକାରୀ ପଦକ୍ଷେପ ନୁହେଁ। ଏହା ଏହି ଭୂମି, ଏହି ଦେଶକୁ ଭଲ ପାଉଥିବା, ଏହାର ପରମ୍ପରାକୁ ଆଦର କରୁଥିବା, ଏହାର ସଂସ୍କୃତିରେ ଗର୍ବ କରୁଥିବା ଏବଂ ଏହାର ଐତିହ୍ୟକୁ ପ୍ରଶଂସା କରୁଥିବା ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଆମ ପ୍ରତ୍ୟେକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ଏବଂ ଆପଣ ଏହି କ୍ଷେତ୍ରରେ ମହାନ ପ୍ରେରଣା ପ୍ରଦାନ କରିପାରିବେ। ଭଡତାଲ ଧାମର ଅକ୍ଷର-ଭୁବନ ସଂଗ୍ରହାଳୟ, ଯେଉଁଥିରେ ଭଗବାନ-ସ୍ୱାମୀନାରାୟଣଙ୍କ ସହିତ ଜଡିତ ଅନେକ ଜିନିଷ ରହିଛି, ଏହି ସାଂସ୍କୃତିକ ପୁନରୁଦ୍ଧାରର ଏକ ଅଂଶ ଏବଂ ମୁଁ ଏହି ସଫଳତା ପାଇଁ ଆପଣଙ୍କୁ ଅଭିନନ୍ଦନ ଜଣାଉଛି। ଏହି ସଂଗ୍ରହାଳୟ ନୂତନ ପିଢ଼ିକୁ ବହୁତ କମ ସମୟ ମଧ୍ୟରେ ଆମର ଐତିହ୍ୟର ଏକ ଝଲକ ପ୍ରଦାନ କରେ। ମୁଁ ନିଶ୍ଚିତ ଯେ, ଅକ୍ଷର ଭୁବନ ଭାରତର ଅନନ୍ତ ଆଧ୍ୟାତ୍ମିକ ଐତିହ୍ୟର ଏକ ମହାନ ତୀର୍ଥସ୍ଥଳ ହୋଇଯିବ।

 

ବନ୍ଧୁଗଣ,

ମୁଁ ଦୃଢ଼ ଭାବରେ ବିଶ୍ୱାସ କରେ ଯେ, ଏକ ବିକଶିତ ଭାରତର ସ୍ୱପ୍ନ କେବଳ ଏହିପରି ପ୍ରୟାସ ଦ୍ୱାରା ସାକାର ହେବ। ଯେତେବେଳେ ୧୪୦ କୋଟି ଭାରତୀୟ ଏକ ନିର୍ଦ୍ଧାରିତ ଉଦ୍ଦେଶ୍ୟ ସହିତ ଏକାଠି ହୁଅନ୍ତି, ସେତେବେଳେ ସଫଳତା ସ୍ୱାଭାବିକ ଭାବରେ ଆସିବ। ଏହି ଯାତ୍ରାରେ ଆମର ଦୂରଦ୍ରଷ୍ଟାଙ୍କ ମାର୍ଗଦର୍ଶନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଦେଶ  ତଥା ବିଦେଶରୁ ହଜାର ହଜାର ସନ୍ଥ ଏବଂ ଭକ୍ତ ଏଠାରେ ଏକତ୍ରିତ ହେବା ଫଳରେ ମୁଁ ଅନୁଭବ କରୁଛି ଯେପରି ମୁଁ ଏହି ପରିବାରର ଅଂଶ। ଏହା ମୋତେ ଆପଣଙ୍କୁ ଆଉ ଏକ ମିଶନରେ ସାମିଲ କରିବାର ସୁଯୋଗ ଦେଉଛି। ଏହି ବର୍ଷ, ପ୍ରୟାଗରାଜରେ ପୂର୍ଣ୍ଣ କୁମ୍ଭ ଅନୁଷ୍ଠିତ ହେଉଛି। ପ୍ରତି ୧୨ ବର୍ଷରେ ଅନୁଷ୍ଠିତ ପୂର୍ଣ୍ଣ କୁମ୍ଭ ହେଉଛି ଭାରତର ବିଶାଳ ଐତିହ୍ୟର ଏକ ଉତ୍ସବ, ଯାହା ଏବେ ବିଶ୍ୱ ସ୍ତରରେ ସ୍ୱୀକୃତ। ୧୩ ଜାନୁଆରୀରୁ, ୪୫ ଦିନ ମଧ୍ୟରେ, ପ୍ରାୟ ୪୦ ରୁ ୫୦ କୋଟି ଲୋକ କୁମ୍ଭ ମେଳା ପାଇଁ ଏକାଠି ହେବେ। ମୋର ଏକ ବିନମ୍ର ଅନୁରୋଧ: ଆପଣ କଣ ଏହି ପ୍ରୟାସ ଗ୍ରହଣ କରିପାରିବେ? ଆପଣଙ୍କର ବିଶ୍ୱସ୍ତରୀୟ ଉପସ୍ଥିତି ଅଛି, ଅନେକ ଦେଶରେ ମନ୍ଦିର ଅଛି। ଆପଣ କଣ ବିଦେଶରେ ଥିବା ଲୋକମାନଙ୍କୁ କୁମ୍ଭ ମେଳାର ଗୁରୁତ୍ୱ, ଏହା କାହିଁକି ପାଳିତ ହୁଏ ଏବଂ ଏହା ପଛରେ ଥିବା ସାଂସ୍କୃତିକ ଦର୍ଶନ ବିଷୟରେ ଶିକ୍ଷା ଦେଇପାରିବେ? ଆପଣ କଣ ଅଣ-ଭାରତୀୟ ସମ୍ପ୍ରଦାୟ ସହିତ ଜଡିତ ହୋଇ ଆପଣଙ୍କର ପ୍ରତ୍ୟେକ ବିଦେଶୀ ଶାଖାରୁ ଅତି କମରେ ୧୦୦ ଜଣ ବିଦେଶୀଙ୍କୁ ପ୍ରୟାଗରାଜର କୁମ୍ଭମେଳାକୁ ସମ୍ମାନ ଏବଂ ଶ୍ରଦ୍ଧାର ସହିତ ଆଣିବାକୁ ଚେଷ୍ଟା କରିପାରିବେ? ଏହା ବିଶ୍ୱବ୍ୟାପୀ ସାଂସ୍କୃତିକ ସଚେତନତା ପ୍ରସାର କରିବାର ଏକ ଶକ୍ତିଶାଳୀ କାର୍ଯ୍ୟ ହେବ, ଏବଂ ମୁଁ ନିଶ୍ଚିତ ଯେ, ଆପଣ ଏହାକୁ ସହଜରେ ହାସଲ କରିପାରିବେ।

 

ଆଉଥରେ, ମୁଁ ଆପଣଙ୍କ ସହିତ ବ୍ୟକ୍ତିଗତ ଭାବରେ ରହିପାରି ନ ଥିବାରୁ କ୍ଷମା ପ୍ରାର୍ଥନା କରୁଛି, କିନ୍ତୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆପଣମାନଙ୍କୁ ଦେଖିବାର ସୁଯୋଗ ପାଇଥିବାରୁ ମୁଁ କୃତଜ୍ଞ। ଏତେ ସଂଖ୍ୟକ ପରିଚିତ ମୁହଁ ଦେଖିବା ମୋତେ ଅତ୍ୟନ୍ତ ଆନନ୍ଦ ଦେଉଛିଯଦିଓ ଦୂରରୁ, ତଥାପି ଏହି ମୁହୂର୍ତ୍ତ ମୋତେ ଖୁସିରେ ଭରିଦିଏ ଏବଂ ମୁଁ ଏହି ଦ୍ୱିଶତବାର୍ଷିକୀ ଉତ୍ସବର ଅଂଶ ହେବା ପାଇଁ ଉତ୍ସାହିତ।

 

ଅନେକ ଅନେକ ଅଭିନନ୍ଦନ! ସମସ୍ତଙ୍କୁ ଧନ୍ୟବାଦ!

ଜୟ ସ୍ୱାମୀନାରାୟଣ।

 

*****

MT


(Release ID: 2169952) Visitor Counter : 6