ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତ ସହିତ ସମ୍ପର୍କକୁ ସୁଦୃଢ କରିବାପାଇଁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରାଥମିକତାକୁ ପ୍ରଶଂସା କରୁଛି: ପ୍ରଧାନମନ୍ତ୍ରୀ

प्रविष्टि तिथि: 24 JUL 2024 9:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଉଭୟ ରାଷ୍ଟ୍ର ମଧ୍ୟରେ ବ୍ୟାପକ ରଣନୈତିକ ଭାଗିଦାରୀକୁ ବ୍ୟାପକ ଏବଂ ସୁଦୃଢ କରିବା ଲାଗି ବ୍ରିଟେନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଶ୍ରୀ କୀର ଷ୍ଟାମରଙ୍କ ଦ୍ୱାରା ଦିଆଯାଇଥିବା ପ୍ରାଥମିକତାକୁ ପ୍ରଶଂସା କରିଛନ୍ତି।

ଶ୍ରୀ ମୋଦୀ ବ୍ରିଟେନର ବୈଦେଶିକ, ରାଜ୍ୟଗୋଷ୍ଠୀ ଏବଂ ବିକାଶ ବ୍ୟାପାର ସଚିବ ଶ୍ରୀ ଡେଭିଡ୍ ଲାମ୍ମୀଙ୍କୁ  ମଧ୍ୟ ଭେଟିଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

"ୟୁନାଇଟେଡ଼ କିଙ୍ଗଡମର ବିଦେଶ ସଚିବ@DavidLammyଙ୍କୁ ଭେଟି ଖୁସି ଲାଗିଲା । କୀର ଷ୍ଟାମରଙ୍କ ଦ୍ୱାରା ବ୍ୟାପକ ରଣନୈତିକ ଭାଗିଦାରୀକୁ ଅଧିକ ବିସ୍ତୁତ ଏବଂ ଗଭୀର କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଦିଆଯାଇଥିବା ପ୍ରାଥମିକତାକୁ ପ୍ରଶଂସା କରୁଛି । ସମ୍ପର୍କକୁ ଉର୍ଦ୍ଧ୍ଵକୁ ନେବା ପାଇଁ ପ୍ରତିଶ୍ରୁତିବଦ୍ଧ । ଦ୍ୱିପାକ୍ଷିକ ପ୍ରଯୁକ୍ତିବିଦ୍ୟା ସୁରକ୍ଷା ପଦକ୍ଷେପ ଏବଂ ପାରସ୍ପରିକ ଲାଭଦାୟକ ଏଫ୍ ଟି ଏକୁ ଅନ୍ତିମ ସ୍ପର୍ଶ ଦେବାର ଇଚ୍ଛାକୁ ମୁଁ ସ୍ଵାଗତ କୁରୁଛି ।

*****

NS/SLP

 

 


(रिलीज़ आईडी: 2169396) आगंतुक पटल : 9
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Hindi_MP , Marathi , Manipuri , Bengali , Assamese , Punjabi , Gujarati , Tamil , Telugu , Kannada , Malayalam