ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଯୁକ୍ତିବିଦ୍ୟା କିପରି ଭାରତର ସର୍ବଶ୍ରେଷ୍ଠ ସମାନତା ପାଲଟିଛି ସେ ଉପରେ ଏକ ଲେଖା ଶେୟାର କଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
19 SEP 2025 12:05PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲିଖିତ ଏକ ଲେଖା ଶେୟାର କରିଛନ୍ତି, ଯେଉଁଥିରେ କୁହାଯାଇଛି ଯେ, ପ୍ରଯୁକ୍ତିବିଦ୍ୟା କିପରି ଭାରତର ସର୍ବଶ୍ରେଷ୍ଠ ଇକ୍ୱାଲାଇଜର (ସମାନତା) ପାଲଟିଛି ଏବଂ ରାସ୍ତା ବିକ୍ରେତାଙ୍କ ଠାରୁ ଆରମ୍ଭ କରି କର୍ପୋରେଟ କାର୍ଯ୍ୟନିର୍ବାହୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସଶକ୍ତ କରିଛି । ଶ୍ରୀ ମୋଦୀ କହିଛନ୍ତି, “ଇଣ୍ଡିଆ ଷ୍ଟାକ, ୟୁପିଆଇ, ଜାମ ଟ୍ରିନିଟି ଏବଂ କୋୱିନ ଭଳି ପଦକ୍ଷେପ ମାଧ୍ୟମରେ, ନବାଚାର ଏବଂ ସମାବେଶୀ ଜୀବନକୁ ପରିବର୍ତ୍ତନ କରିଛି, ଶାସନରେ ସୁଧାର ଆଣିଛି ଏବଂ ବିଶ୍ୱସ୍ତରରେ ଭାରତର ଭୂମିକାକୁ ସୁଦୃଢ଼ କରିଛି ।”
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଲେଖିଛନ୍ତି ଯେ, ପ୍ରଯୁକ୍ତିବିଦ୍ୟା ଭାରତର ସର୍ବଶ୍ରେଷ୍ଠ ଇକ୍ୱାଲାଇଜର ପାଲଟିଛି ଓ ରାସ୍ତା ବିକ୍ରେତାଙ୍କଠାରୁ ଆରମ୍ଭକ କରି କର୍ପୋରେଟ କାର୍ଯ୍ୟନିର୍ବାହୀ ପର୍ଯ୍ୟନ୍ତ ସମସ୍ତଙ୍କୁ ସଶକ୍ତ କରିଛି । ଇଣ୍ଡିଆ ଷ୍ଟାକ, ୟୁପିଆଇ, ଜାମ୍ ଟ୍ରିନିଟି ଏବଂ କୋୱିନ ଭଳି ପଦକ୍ଷେପ ମାଧ୍ୟମରେ, ନବାଚାର ଏବଂ ସମାବେଶୀ ଜୀବନକୁ ପରିବର୍ତ୍ତନ କରିଛି, ଶାସନକୁ ଉନ୍ନତ କରିଛି ଏବଂ ବିଶ୍ୱସ୍ତରରେ ଭାରତ ଭୂମିକାକୁ ସୁଦୃଢ଼ କରିଛି ।”
SR
(ରିଲିଜ ଆଡି: 2168827)
ପରିଦର୍ଶକ କାଉଣ୍ଟର : 30
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam