ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମରିସସ୍‌ର ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତର ଫଳାଫଳ

प्रविष्टि तिथि: 11 SEP 2025 2:10PM by PIB Bhubaneshwar

 

କ୍ରମିକ ନମ୍ୱର

ବୁଝାମଣାପତ୍ର/ଚୁକ୍ତି

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସହଯୋଗ ପାଇଁ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଓ ମରିସସ୍‌ର ଟର୍ସିଆରି ଶିକ୍ଷା, ବିଜ୍ଞାନ ଓ ଗବେଷଣା ମନ୍ତ୍ରାଳୟ ମଧ୍ୟରେ ବୁଝାମଣାପତ୍ର

ବିଜ୍ଞାନ ଓ ଶିଳ୍ପଭିତ୍ତିକ ଗବେଷଣା ପରିଷଦ –ରାଷ୍ଟ୍ରୀୟ ସାମୁଦ୍ରିକ ବିଜ୍ଞାନ ସଂସ୍ଥାନ ଏବଂ ମରିସସ୍‌ ସାମୁଦ୍ରିକ ବିଜ୍ଞାନ ସଂସ୍ଥାନ ମଧ୍ୟରେ ବୁଝାମଣାପତ୍ର  

କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଅଧୀନରେ ଥିବା କର୍ମଯୋଗୀ ଭାରତ ଏବଂ ମରିସସ୍ ସରକାରଙ୍କ ଜନସେବା ଓ ପ୍ରାଶାସନିକ ସଂସ୍କାର ମନ୍ତ୍ରାଳୟ ମଧ୍ୟରେ ବୁଝାମଣାପତ୍ର

ଶକ୍ତି କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ର

କ୍ଷୁଦ୍ର ଉନ୍ନୟନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକାରୀତା ପାଇଁ ଭାରତୀୟ ଅନୁଦାନ ସହାୟତା ପାଇଁ ବୁଝାମଣାପତ୍ର

ହାଇଡ୍ରୋଗ୍ରାଫି କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣାପତ୍ରର ନବୀକରଣ

ଟେଲିମେଟ୍ରି ପ୍ରତିଷ୍ଠା, ଟ୍ରାକିଂ ଏବଂ ସାଟେଲାଇଟ ଓ ଉତକ୍ଷେପଣ ଯାନ ପ୍ରକ୍ଷେପଣ ପାଇଁ ଟେଲିକମ୍ୟୁନିକେସନ ଷ୍ଟେସନ ପ୍ରତିଷ୍ଠା, ମହାକାଶ ଗବେଷଣା, ବିଜ୍ଞାନ ଓ ପ୍ରୟୋଗ କ୍ଷେତ୍ରରେ ସହଯୋଗ  ପାଇଁ ଭାରତ ସରକାର ଓ ମରିସସ୍ ସରକାରଙ୍କ ମଧ୍ୟରେ ଚୁକ୍ତି

ଘୋଷଣା

୧-ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି, ମାଡ୍ରାସ ଓ ୟୁନିଭରସିଟି ଅଫ୍ ମରିସସ୍, ରେଡ୍ୟୁଟ୍ ମଧ୍ୟରେ ବୁଝାମଣାପତ୍ର

୨-ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ପ୍ଲାଣ୍ଟେସନ ମ୍ୟାନେଜମେଣ୍ଟ, ବେଙ୍ଗଳୁରୁ ଓ ୟୁନିଭରସିଟି ଅଫ୍ ମରିସସ୍ ମଧ୍ୟରେ ବୁଝାମଣାପତ୍ର

୩- ଟାମାରିଣ୍ଡ ଜଳପ୍ରପାତରେ ୧୭.୫ ମେଗାଓ୍ୱାଟର ଭାସମାନ ସୌରଶକ୍ତି ପିଭି ପ୍ରକଳ୍ପ ସ୍ଥାପନ ପାଇଁ ଜିଟୁଜି ପ୍ରସ୍ତାବକୁ ଆଗେଇ ନିଆଯିବ। ଏଥିପାଇଁ ସିଇବି ସହିତ ଏକ ଚୁକ୍ତି ଚୂଡ଼ାନ୍ତ କରିବା ପାଇଁ ଏନ୍‌ଟିପିସି ଲିମିଟେଡର ଏକ ଟିମ୍ ଖୁବ ଶୀଘ୍ର ମରିସସ୍ ପରିଦର୍ଶନ କରିବ।  

 

 

BSP


(रिलीज़ आईडी: 2165876) आगंतुक पटल : 16
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam