ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭୂପେନ ହଜାରିକାଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ, ତାଙ୍କ ଜୀବନ ଓ ସଙ୍ଗୀତ ସମ୍ପର୍କିତ ନିଜର ଚିନ୍ତାଧାରା ସେୟାର କଲେ
प्रविष्टि तिथि:
08 SEP 2025 9:43AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୂପେନ ହଜାରିକାଙ୍କ ଜୟନ୍ତୀ ଅବସରରେ, ତାଙ୍କ ଜୀବନ ଏବଂ ସଙ୍ଗୀତ କିପରି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥିଲା, ସେ ବିଷୟରେ ନିଜର ଚିନ୍ତାଧାରା ଲେଖିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
“ଭୂପେନ ହଜାରିକାଙ୍କୁ ତାଙ୍କ ଜୟନ୍ତୀରେ ସ୍ମରଣ କରୁଛି । ଯେତେବେଳେ ଆମେ ତାଙ୍କ ଜନ୍ମ ଶତବାର୍ଷିକୀ ପାଳନ ଆରମ୍ଭ କରୁଛୁ, ତାଙ୍କ ଜୀବନ ଏବଂ ସଙ୍ଗୀତ କିପରି ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣା ଦେଇଥିଲା, ସେ ବିଷୟରେ ମୋର ଚିନ୍ତାଧାରା ଲେଖିଛି ।”
“ଆସାମର ସଂସ୍କୃତିକୁ ବିଶ୍ୱ ଦରବାରରେ ପରିଚିତ କରିଥିବା, ଭାରତ ରତ୍ନ ଡ. ଭୂପେନ ହଜାରିକାଙ୍କୁ ତାଙ୍କ ଜୟନ୍ତୀରେ ମୋର ପ୍ରଣାମ ।
ଭାରତୀୟ ସଂସ୍କୃତି ଏବଂ ସଙ୍ଗୀତ ଜଗତରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ ରହିବ । ତାଙ୍କର ଜନ୍ମ ଶତବାର୍ଷିକୀରେ ମୋର ଏହି ଲେଖା ନିଶ୍ଚୟ ପଢ଼ନ୍ତୁ...”
SR
(रिलीज़ आईडी: 2164575)
आगंतुक पटल : 8
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali-TR
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam