ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

“ଅପରେସନ୍ ବ୍ଲାକ୍ ଫରେଷ୍ଟ”ର ସଫଳତାରେ ବୀରତ୍ୱ ପ୍ରଦର୍ଶନ କରିଥିବା ସିଆରପିଏଫ୍, ଛତିଶଗଡ଼ ପୋଲିସ୍, ଡିଆରଜି ଏବଂ କୋବ୍ରା ବାହିନୀର ସାହସୀ ଯବାନମାନଙ୍କୁ ସମ୍ମାନିତ କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଅମିତ ଶାହ

Posted On: 03 SEP 2025 10:48AM by PIB Bhubaneshwar

କାରେଗୁଟ୍ଟାଲୁ ପାହାଡ଼ର “ଅପରେସନ୍ ବ୍ଲାକ୍ ଫରେଷ୍ଟ”ର ସଫଳତାରେ ସାହସୀ ଯବାନମାନଙ୍କୁ ହୃଦୟରୁ ଅଭିନନ୍ଦନ

‘‘ଅପରେସନ୍ ବ୍ଲାକ୍ ଫରେଷ୍ଟ’’ ସମୟରେ ଯବାନମାନଙ୍କ ସାହସିକତା ଏବଂ ବୀରତ୍ୱକୁ ନକ୍ସଲ ବିରୋଧୀ ଅପରେସନ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଭାବେ ସ୍ମରଣ କରାଯିବ

ସମସ୍ତ ନକ୍ସଲ ଆତ୍ମସମର୍ପଣ ନକରିବା, ଧରାପଡ଼ିବା କିମ୍ବା ନିଶ୍ଚିହ୍ନ ନହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ, ଆମେ ଭାରତକୁ ନକ୍ସଲ ମୁକ୍ତ କରିବୁ

ଗରମ, ଉଚ୍ଚ ସ୍ଥାନ ଏବଂ ପ୍ରତ୍ୟେକ ପାଦରେ ଆଇଇଡିର ବିପଦ ସତ୍ତ୍ୱେ, ସୁରକ୍ଷା ବାହିନୀ ଅଦମ୍ୟ ସାହସରେ ଅପରେସନକୁ ସଫଳ କରି ନକ୍ସଲ ବେସ୍ କ୍ୟାମ୍ପକୁ ଧ୍ୱଂସ କରିଥିଲେ

କାରେଗୁଟ୍ଟାଲୁ ପାହାଡ଼ରେ ନକ୍ସଲବାଦୀଙ୍କ ସାମଗ୍ରୀ ଏବଂ ଯୋଗାଣ ଶୃଙ୍ଖଳାକୁ ସୁରକ୍ଷା ବାହିନୀର ଯବାନମାନେ ସାହସର ସହ ନଷ୍ଟ କରିଦେଇଥିଲେ

ନକ୍ସଲ ବିରୋଧୀ ଅପରେସନରେ ଗୁରୁତର ଶାରୀରିକ ଆଘାତ ପାଇଥିବା ସୁରକ୍ଷା ବାହିନୀଙ୍କ ଜୀବନକୁ ସୁଗମ କରିବା ପାଇଁ ମୋଦୀ ସରକାର ସମସ୍ତ ପ୍ରୟାସ କରୁଛନ୍ତି

ନକ୍ସଲ ବିରୋଧୀ ଅପରେସନ କାରଣରୁ ପଶୁପତିନାଥ ଠାରୁ ତିରୁପତି ପର୍ଯ୍ୟନ୍ତ ୬.୫ କୋଟି ଲୋକଙ୍କ ଜୀବନ ଏକ ନୂଆ ସକାଳର ସାକ୍ଷୀ ହୋଇଛି

ମୋଦୀ ସରକାର ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ଲାଗି ସଂକଳ୍ପବଦ୍ଧ

 

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ‘ଅପରେସନ୍ ବ୍ଲାକ୍ ଫରେଷ୍ଟ’ରେ କାରେଗୁଟ୍ଟାଲୁ ପାହାଡ଼ରେ ସଫଳତା ପାଇଥିବା ସିଆରପିଏଫ୍, ଛତିଶଗଡ଼ ପୋଲିସ୍, ଡିଆରଜି ଏବଂ କୋବ୍ରା ବାହିନୀର ସାହସୀ ଯବାନମାନଙ୍କୁ ସମ୍ମାନିତ କରିଛନ୍ତି । ଏହି ଅବସରରେ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଶ୍ରୀ ବିଷ୍ଣୁ ଦେବ ସାଇ ଏବଂ ଉପମୁଖ୍ୟମନ୍ତ୍ରୀ ଶ୍ରୀ ବିଜୟ ଶର୍ମା ମଧ୍ୟ ଉପସ୍ଥିତ ଥିଲେ।

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ କାରେଗୁଟ୍ଟାଲୁ ପାହାଡ଼ରେ ଏପର୍ଯ୍ୟନ୍ତ କରାଯାଇଥିବା ସର୍ବବୃହତ ନକ୍ସଲ ବିରୋଧୀ ଅପରେସନ 'ଅପରେସନ୍ ବ୍ଲାକ୍ ଫରେଷ୍ଟ' କୁ ସଫଳ କରିବାରେ ବୀରତ୍ୱ ପ୍ରଦର୍ଶନ କରିଥିବାରୁ ଯବାନମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ ‘‘ଅପରେସନ ବ୍ଲାକ ଫରେଷ୍ଟ" ସମୟରେ ଯବାନମାନଙ୍କ ସାହସିକତା ଏବଂ ବୀରତ୍ୱକୁ ନକ୍ସଲ ବିରୋଧୀ ଅଭିଯାନ ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଭାବେ ସ୍ମରଣ କରାଯିବ

କେନ୍ଦ୍ର ଗୃହମନ୍ତ୍ରୀ  କାରେଗୁଟ୍ଟାଲୁ ପାହାଡ଼ରେ ଆୟୋଜିତ ସର୍ବବୃହତ ନକ୍ସଲ ବିରୋଧୀ ଅଭିଯାନ ‘ଅପରେସନ୍ ବ୍ଲାକ୍ ଫରେଷ୍ଟ’ର ସଫଳତାରେ ସାହସ ଓ ବୀରତ୍ୱ ପ୍ରଦର୍ଶନ କରିଥିବା ଯବାନମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଏହି ଅଭିଯାନରେ ଯବାନମାନଙ୍କର ସାହସିକତା ଓ ବୀରତ୍ୱକୁ ନକ୍ସଲ ବିରୋଧୀ ଅଭିଯାନର ଇତିହାସରେ ଏକ ସୁବର୍ଣ୍ଣ ଅଧ୍ୟାୟ ଭାବରେ ସ୍ମରଣ କରାଯିବ।”

ଶ୍ରୀ ଶାହ ସ୍ପଷ୍ଟ କରିଥିଲେ ଯେ, ସମସ୍ତ ନକ୍ସଲ ଆତ୍ମସମର୍ପଣ କରିବା, ଧରାପଡ଼ିବା କିମ୍ବା ସମୂଳ ନିଶ୍ଚିହ୍ନ ହେବା ପର୍ଯ୍ୟନ୍ତ ମୋଦୀ ସରକାର ବିଶ୍ରାମ ନେବେ ନାହିଁ। ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱରେ ଭାରତକୁ ଶୀଘ୍ରହି ନକ୍ସଲ ମୁକ୍ତ କରାଯିବ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ଯେ ଗରମ, ଉଚ୍ଚ ସ୍ଥାନ ଏବଂ ପ୍ରତ୍ୟେକ ପାଦରେ ଆଇଇଡି ବିପଦ ସତ୍ତ୍ୱେ ସୁରକ୍ଷା ବାହିନୀ ଉତ୍ସାହର ସହିତ ଅପରେସନକୁ ସଫଳ କରିଥିଲେ ଏବଂ ନକ୍ସଲଙ୍କ ବେସ୍ କ୍ୟାମ୍ପକୁ ନଷ୍ଟ କରିଦେଇଥିଲେ। ସେ କହିଥିଲେ ଯେ କାରେଗୁଟ୍ଟାଲୁ ପାହାଡ଼ରେ ନିର୍ମିତ ନକ୍ସଲମାନଙ୍କ ସାମଗ୍ରୀ ଏବଂ ଯୋଗାଣ ଶୃଙ୍ଖଳକୁ ଛତିଶଗଡ଼ ପୋଲିସ, ସିଆରପିଏଫ୍, ଡିଆରଜି ଏବଂ କୋବ୍ରା ଯବାନମାନେ ସାହସର ସହ ଧ୍ୱଂସ କରିଦେଇଥିଲେ

ଶ୍ରୀ ଶାହ ଏହା ମଧ୍ୟ କହିଥିଲେ ଯେ, ନକ୍ସଲମାନେ ଦେଶର କମ୍‍ ବିକଶିତ ଅଞ୍ଚଳକୁ ବ୍ୟାପକ କ୍ଷତି ପହଞ୍ଚାଉଛନ୍ତି, ବିଦ୍ୟାଳୟ, ଡାକ୍ତରଖାନା ବନ୍ଦ କରିଦେଉଛନ୍ତି ଏବଂ ସରକାରୀ ଯୋଜନାଗୁଡ଼ିକୁ ଲୋକମାନଙ୍କ ନିକଟରେ ପହଞ୍ଚିବାକୁ ଦେଉନାହାଁନ୍ନ୍ତି। ସେ କହିଥିଲେ, ନକ୍ସଲ ବିରୋଧୀ ଅଭିଯାନ କାରଣରୁ ପଶୁପତିନାଥ ଠାରୁ ତିରୁପତି ପର୍ଯ୍ୟନ୍ତ ୬.୫ କୋଟି ଲୋକଙ୍କ ଜୀବନରେ ଏକ ନୂଆ ସୂର୍ଯ୍ୟୋଦୟ ଆସିଛି। ଶ୍ରୀ ଶାହ କହିଥିଲେ  ନକ୍ସଲ ବିରୋଧୀ ଅପରେସନରେ ଗୁରୁତର ଶାରୀରିକ ଆଘାତ ପାଇଥିବା ସୁରକ୍ଷା ବାହିନୀଙ୍କ ଜୀବନକୁ ସୁଗମ କରିବା ପାଇଁ ମୋଦୀ ସରକାର ସମସ୍ତ ପ୍ରକାର ପ୍ରୟାସ କରୁଛନ୍ତି ମୋଦୀ ସରକାର ୨୦୨୬ ମସିହା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଦେଶକୁ ନକ୍ସଲ ମୁକ୍ତ କରିବା ଲାଗି ପ୍ରତିଶ୍ରୁତିବଦ୍ଧ

HS

 


(Release ID: 2163361) Visitor Counter : 2