ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜି୭ ଶିଖର ସମ୍ମିଳନୀ ଅବସରରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟ
प्रविष्टि तिथि:
18 JUN 2025 2:56PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଜୁନ୍ ୨୦୨୫ରେ କାନାଡାର କାନାନାସ୍କିସ୍ ଠାରେ ଅନୁଷ୍ଠିତ ୫୧ତମ ଜି୭ ଶିଖର ସମ୍ମିଳନୀରେ ଫ୍ରାନ୍ସ ରାଷ୍ଟ୍ରପତି ମହାମହିମ ଶ୍ରୀ ଇମାନୁଏଲ ମାକ୍ରୋଁଙ୍କ ସହ ଆଲୋଚନା କରିଛନ୍ତି। ବିଭିନ୍ନ ପ୍ରସଙ୍ଗରେ ଦୃଷ୍ଟିକୋଣ ବିନିମୟ କରିଛନ୍ତି । ଭାରତ ଏବଂ ଫ୍ରାନ୍ସ ଆମ ପୃଥିବୀର ଉନ୍ନତି ପାଇଁ ନିବିଡ଼ ଭାବରେ କାମ କରି ଚାଲିବେ ବୋଲି ଉଭୟ ନେତା ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ଏକ୍ସରେ ଗୋଟିଏ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି:
‘‘ମୋର ବନ୍ଧୁ ଇମାନୁଏଲ ମାକ୍ରୋଁଙ୍କ ସହିତ କଥା ହେବା ଏବଂ ବିଭିନ୍ନ ପ୍ରସଙ୍ଗରେ ପରସ୍ପରର ମତ ବିନିମୟ କରିବା ସବୁବେଳେ ଖୁସିର ବିଷୟ। ଭାରତ ଏବଂ ଫ୍ରାନ୍ସ ଆମ ପୃଥିବୀର ଉନ୍ନତି ପାଇଁ ନିବିଡ଼ ଭାବରେ କାମ କରି ଚାଲିବେ।
@EmmanuelMacron”
***
PS
(रिलीज़ आईडी: 2158872)
आगंतुक पटल : 10
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam