ପୋଷ୍ଟ କରାଯିବା ଦିନାଙ୍କ:
14 AUG 2025 8:52AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରିଛନ୍ତି । ଭାରତର ଇତିହାସର ସବୁଠାରୁ ଦୁଃଖଦ ଅଧ୍ୟାୟ ସମୟରେ ଅଗଣିତ ବ୍ୟକ୍ତିମାନେ ସହ୍ୟ କରିଥିବା ଦୁଃଖ ଏବଂ ଯନ୍ତ୍ରଣାକୁ ମନେ ପକାଇଛନ୍ତି ।
ପ୍ରଧାନମନ୍ତ୍ରୀ ବିଭାଜନ ଦ୍ୱାରା ପ୍ରଭାବିତ ଲୋକମାନଙ୍କର ଧୈର୍ଯ୍ୟ ଏବଂ ଦୃଢ଼ ସଂକଳ୍ପକୁ ହୃହୟସ୍ପର୍ଶୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅକଳ୍ପନୀୟ କ୍ଷତିର ସମ୍ମୁଖୀନ ହେବା ଏବଂ ଜୀବନକୁ ପୁନଃନିର୍ମାଣ କରିବା ପାଇଁ ଶକ୍ତି ପାଇବାର ସେମାନଙ୍କର କ୍ଷମତାକୁ ସ୍ୱୀକାର କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି;
“ଆମ ଇତିହାସର ସେହି ଦୁଃଖଦ ଅଧ୍ୟାୟ ସମୟରେ ଅଗଣିତ ଲୋକମାନେ ସହିଥିବା ଦୁଃଖ ଏବଂ ଯନ୍ତ୍ରଣାକୁ ମନେ ପକାଇ ଭାରତ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରୁଛି । ଏହା ମଧ୍ୟ ସେମାନଙ୍କ ଧୈର୍ଯ୍ୟ ଏବଂ ଅକଳ୍ପନୀୟ କ୍ଷତିର ସମ୍ମୁଖୀନ ହେବାର ସାହସ ଏବଂ ନୂତନ ଭାବରେ ଜୀବନ ଆରମ୍ଭ କରିବାର ସାମର୍ଥ୍ୟକୁ ସମ୍ମାନ ଦେବାର ଏକ ଦିନ । ବିଭାଜନ ଦ୍ୱାରା ପ୍ରଭାବିତମାନଙ୍କ ମଧ୍ୟରୁ ଅନେକ ସେମାନଙ୍କ ଜୀବନକୁ ପୁନଃନିର୍ମାଣ କରିବା ସହ ଉଲ୍ଲେଖନୀୟ ଉପଲବ୍ଧି ହାସଲ କରିଥିଲେ । ଏହି ଦିନ ଆମକୁ ଆମର ସେହି ଦାୟିତ୍ୱକୁ ମଧ୍ୟ ସ୍ମରଣ କରାଇଥାଏ ଯେ, ଦେଶକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ଆମକୁ ସଦ୍ଭାବନାର ବନ୍ଧନକୁ ସୁଦୃଢ଼ ରଖିବାକୁ ହେବ ।”
SR