ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ଜମ୍ମୁ-କାଶ୍ମୀରର କିସ୍ତୱାରରେ ବାଦଲ ଫଟା ବର୍ଷା ଓ ବନ୍ୟାରେ ପ୍ରଭାବିତ ଲୋକଙ୍କ ପ୍ରତି ନିଜର ଏକତା ଦର୍ଶାଇଛନ୍ତି । ଯଥଅର୍ ସମ୍ଭବ ସହାୟତା ପାଇଁ ଆଶ୍ୱାସନା ଦେଇଛନ୍ତି
Posted On:
14 AUG 2025 4:50PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କାଶ୍ମୀରର କିସ୍ତୱାରରେ ବାଦଲ ଫଟା ବର୍ଷା ଏବଂ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତିରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହି ପ୍ରାକୃତିକ ବିପତ୍ତି ଯୋଗୁ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଅତି ଶୀଘ୍ର ସହାୟତା ଦେବାକୁ ଯଥାସମ୍ଭବ ପ୍ରଚେଷ୍ଟା ଜାରି ରହିଛି ।
ଏକ୍ସ ର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି;
“ଜମ୍ମୁ-କାଶ୍ମୀରର କିସ୍ତୱାରରେ ବାଦଲ ଫଟା ବର୍ଷା ଏବଂ ବନ୍ୟାଯୋଗୁ ପ୍ରଭାବିତ ଲୋକଙ୍କ ପାଇଁ ମୋର ଗଭୀର ସମବେଦନା ଏବଂ ପ୍ରାର୍ଥନା । ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ଉଦ୍ଧାର ଓ ରିଲିଫ କାର୍ଯ୍ୟ ଜାରି ରହିଛି । ଆବଶ୍ୟକତା ଥିବା ଲୋକମାନଙ୍କୁ ଯଥାସମ୍ଭବ ସହାୟତା ପ୍ରଦାନ କରାଯିବ ।”
SR
(Release ID: 2156623)
Read this release in:
English
,
Urdu
,
Marathi
,
Hindi
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam