ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ବ୍ରାଜିଲର ରିଓ ଡି ଜେନେରୋରେ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ମାଲେସିଆର ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ
Posted On:
07 JUL 2025 5:13AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବ୍ରାଜିଲର ରିଓ ଡି ଜେନେରୋରେ ଅନୁଷ୍ଠିତ ୧୭ତମ ବ୍ରିକ୍ସ ସମ୍ମିଳନୀ ଅବସରରେ ମାଲେସିଆର ପ୍ରଧାନମନ୍ତ୍ରୀ ଅନୱର ବିନ୍ ଇବ୍ରାହିମଙ୍କୁ ସାକ୍ଷାତ କରିଛନ୍ତି ।
୨୦୨୪ରେ ମାଲେସିଆର ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ପରଠାରୁ ଭାରତ ଏବଂ ମାଲେସିଆ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କର ଅଗ୍ରଗତି ଉପରେ ଉଭୟ ନେତା ସମୀକ୍ଷା କରିଛନ୍ତି । ଯେଉଁଥିରେ ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟସେବା, ପର୍ଯ୍ୟଟନ ଏବଂ ଲୋକମାନଙ୍କ ମଧ୍ୟରେ ସମ୍ପର୍କ ଇତ୍ୟାଦି କ୍ଷେତ୍ର ଅନ୍ତର୍ଭୁକ୍ତ ।
ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିବାରୁ ପ୍ରଧାନମନ୍ତ୍ରୀ ଇବ୍ରାହିମଙ୍କୁ ଧନ୍ୟବାଦ ଜଣାଇଥିଲେ ପ୍ରଧାନମନ୍ତ୍ରୀ । ବହୁପାକ୍ଷିକ କ୍ଷେତ୍ର ଏବଂ ଆଞ୍ଚଳିକ ସୁରକ୍ଷାରେ ସହଯୋଗ ବିଷୟରେ ମଧ୍ୟ ଦୁଇ ନେତା ଆଲୋଚନା କରିଥିଲେ ।
ପ୍ରଧାନମନ୍ତ୍ରୀ ମାଲେସିଆକୁ ଆସିଆନ୍ର ସଫଳ ପରିଚାଳନା ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଆସିଆନ୍-ଭାରତ ଏଫ୍ଟିଏ ସମୀକ୍ଷାର ଶୀଘ୍ର ଏବଂ ସଫଳ ସମାପ୍ତି ସମେତ ଏକ ସୁଦୃଢ଼ ଆସିଆନ୍-ଭାରତ ବ୍ୟାପକ ରଣନୈତିକ ସହଭାଗିତା ପାଇଁ ଏହାର ନିରନ୍ତର ସମର୍ଥନକୁ ସ୍ୱାଗତ କରିଛନ୍ତି ।
SR
(Release ID: 2142840)
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam