ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିଶେଶରଙ୍କ ଦ୍ୱାରା ଆୟୋଜିତ ପାରମ୍ପରିକ ରାତ୍ରଭୋଜନରେ ଯୋଗ ଦେଲେ

ପୋଷ୍ଟ କରାଯିବା ଦିନାଙ୍କ: 04 JUL 2025 9:45AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିଶେଶରଙ୍କ ଦ୍ୱାରା ଆୟୋଜିତ ପାରମ୍ପରିକ ରାତ୍ରଭୋଜନରେ ସାମିଲ ହେଲେ । ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାତ୍ରଭୋଜନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋହାରି ପତ୍ରରେ ଭୋଜନ ପରଷା ଯାଇଥିଲା, ଯାହାରକି ତ୍ରିନିଦାଦ ଓ ଟୋବାଗୋର ନାଗରିକ, ବିଶେଷ କରି ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ବହୁତ ସାଂସ୍କୃତିକ ମହତ୍ୱ ରହିଛି ।

ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ କହିଛନ୍ତି:

“ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିଶେଶରଙ୍କ ଦ୍ୱାରା ଆୟୋଜିତ ରାତ୍ର ଭୋଜନରେ ସୋହାରି ପତ୍ରରେ ଭୋଜନ ପରଷା ଯାଇଥିଲା, ଯାହାରକି ତ୍ରିନିଦାଦ ଓ ଟୋବାଗୋର ନାଗରିକ, ବିଶେଷ କରି ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ବହୁତ ସାଂସ୍କୃତିକ ମହତ୍ୱ ରହିଛି । ଏଠାରେ ପର୍ବପର୍ବାଣୀ ଓ ଅନ୍ୟାନ୍ୟ ବିଶେଷ କାର୍ଯ୍ୟକ୍ରମ ଅବସରରେ ଏହି ପତ୍ରରେ ଭୋଜନ ପରଷା ଯାଇଥାଏ ।”

SR


(ରିଲିଜ ଆଡି: 2142465) ପରିଦର୍ଶକ କାଉଣ୍ଟର : 22