ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିଶେଶରଙ୍କ ଦ୍ୱାରା ଆୟୋଜିତ ପାରମ୍ପରିକ ରାତ୍ରଭୋଜନରେ ଯୋଗ ଦେଲେ
प्रविष्टि तिथि:
04 JUL 2025 9:45AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିଶେଶରଙ୍କ ଦ୍ୱାରା ଆୟୋଜିତ ପାରମ୍ପରିକ ରାତ୍ରଭୋଜନରେ ସାମିଲ ହେଲେ । ତ୍ରିନିଦାଦ ଓ ଟୋବାଗୋର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆୟୋଜିତ ରାତ୍ରଭୋଜନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋହାରି ପତ୍ରରେ ଭୋଜନ ପରଷା ଯାଇଥିଲା, ଯାହାରକି ତ୍ରିନିଦାଦ ଓ ଟୋବାଗୋର ନାଗରିକ, ବିଶେଷ କରି ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ବହୁତ ସାଂସ୍କୃତିକ ମହତ୍ୱ ରହିଛି ।
ପ୍ରଧାନମନ୍ତ୍ରୀ ଏକ୍ସ ର ଏକ ପୋଷ୍ଟରେ କହିଛନ୍ତି:
“ପ୍ରଧାନମନ୍ତ୍ରୀ କମଳା ପ୍ରସାଦ-ବିଶେଶରଙ୍କ ଦ୍ୱାରା ଆୟୋଜିତ ରାତ୍ର ଭୋଜନରେ ସୋହାରି ପତ୍ରରେ ଭୋଜନ ପରଷା ଯାଇଥିଲା, ଯାହାରକି ତ୍ରିନିଦାଦ ଓ ଟୋବାଗୋର ନାଗରିକ, ବିଶେଷ କରି ଭାରତୀୟ ବଂଶୋଦ୍ଭବଙ୍କ ପାଇଁ ବହୁତ ସାଂସ୍କୃତିକ ମହତ୍ୱ ରହିଛି । ଏଠାରେ ପର୍ବପର୍ବାଣୀ ଓ ଅନ୍ୟାନ୍ୟ ବିଶେଷ କାର୍ଯ୍ୟକ୍ରମ ଅବସରରେ ଏହି ପତ୍ରରେ ଭୋଜନ ପରଷା ଯାଇଥାଏ ।”
SR
(रिलीज़ आईडी: 2142465)
आगंतुक पटल : 8
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Bengali-TR
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam