ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ତ୍ରିନିଦାଦ ଏବଂ ଟୋବାଗୋକୁ ସରକାରୀ ଗସ୍ତରେ ଯାଇ ପୋର୍ଟ ଅଫ୍ ସ୍ପେନ୍‌ରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

Posted On: 04 JUL 2025 4:14AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩-୪ ଜୁଲାଇ ୨୦୨୫ ପର୍ଯ୍ୟନ୍ତ ତ୍ରିନିଦାଦ ଏବଂ ଟୋବାଗୋ (ଟିଆଣ୍ଡ୍‌ଟି) ସରକାରୀ ଗସ୍ତରେ ଆଜି ପୋର୍ଟ ଅଫ୍ ସ୍ପେନ୍‌ରେ ପହଞ୍ଚିଛନ୍ତି । ୧୯୯୯ ପରେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କର ଟିଆଣ୍ଡଟିକୁ ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ପୋର୍ଟ ଅଫ୍ ସ୍ପେନ ବିମାନବନ୍ଦରରେ ପହଞ୍ଚିବା ପରେ, ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କର ପ୍ରତୀକ ସ୍ୱରୂପ, ତ୍ରିନିଦାଦ ଏବଂ ଟୋବାଗୋର ପ୍ରଧାନମନ୍ତ୍ରୀ ଶ୍ରୀମତି କମଲା ପ୍ରସାଦ-ବିସେସର, ତାଙ୍କ କ୍ୟାବିନେଟ୍ ସଦସ୍ୟ ଏବଂ ଅନେକ ବିଶିଷ୍ଟ ବ୍ୟକ୍ତି ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ଏକ ଆନୁଷ୍ଠାନିକ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା ଏବଂ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ସ୍ୱାଗତ କରାଯାଇଥିଲା ।

ହୋଟେଲରେ ପହଞ୍ଚିବା ପରେ, ପ୍ରଧାନମନ୍ତ୍ରୀଙ୍କୁ ଦେଶର ଅନେକ କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପସ୍ଥିତିରେ ଟିଆଣ୍ଡଟିରେ ଥିବା ପ୍ରବାସୀ ଭାରତୀୟମାନେ ଭବ୍ୟ ସ୍ୱାଗତ କରିଥିଲେ ।

 

SR


(Release ID: 2142026)