ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଏସୀୟ ଉନ୍ନୟନ ବ୍ୟାଙ୍କ ଅଧ୍ୟକ୍ଷଙ୍କୁ ଭେଟିଲେ

ପୋଷ୍ଟ କରାଯିବା ଦିନାଙ୍କ: 01 JUN 2025 4:35PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏସୀୟ ଉନ୍ନୟନ ବ୍ୟାଙ୍କ ଅଧ୍ୟକ୍ଷ ଶ୍ରୀ ମସାତୋ କାଣ୍ଡାଙ୍କୁ ଭେଟିଛନ୍ତି ଶ୍ରୀ ମୋଦୀ କହିଛନ୍ତି, “ବିଗତ ଦଶକରେ ଭାରତରେ ହୋଇଥିବା ପରିବର୍ତ୍ତନ ଅଗଣିତ ଲୋକଙ୍କୁ ସଶକ୍ତ କରିଛି ଏବଂ ଏହାକୁ ଆଗେଇ ନେବା ଦିଗରେ ଆମେ କାମ କରୁଛୁ

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

ଶ୍ରୀ ମସାତୋ କାଣ୍ଡାଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହେଲା ବୈଠକରେ ଆମେ ବିଭିନ୍ନ ପ୍ରସଙ୍ଗରେ ନିଜର ମତ ବିନିମୟ କଲୁ ିଗତ ଦଶକରେ ଭାରତରେ ହୋଇଥିବା ଦ୍ରୁତ ପରିବର୍ତ୍ତନ ଅଗଣିତ ଲୋକଙ୍କୁ ସଶକ୍ତ କରିଛି ଏବଂ ଏହାକୁ ଆଗେଇ ନେବା ଦିଗରେ ଆମ କାମ କରୁଛୁ

@ADBPresident

 

SR


(ରିଲିଜ ଆଡି: 2133184) ପରିଦର୍ଶକ କାଉଣ୍ଟର : 18