ପୋଷ୍ଟ କରାଯିବା ଦିନାଙ୍କ:
21 MAY 2025 3:53PM by PIB Bhubaneswar
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଅମୃତ ଭାରତ ଷ୍ଟେସନ ଯୋଜନା ଅଧୀନରେ ୧୦୩ଟି ପୁନଃବିକଶିତ ରେଳ ଷ୍ଟେସନର ଉଦ୍ଘାଟନ କରିବେ, ଯାହା ଭାରତୀୟ ରେଳର ଆଧୁନିକୀକରଣ ଦିଗରେ ଏକ ଐତିହାସିକ ପଦକ୍ଷେପ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି:
“ଆସନ୍ତା କାଲି ୨୨ ମଇ ଭାରତର ରେଳ ଭିତ୍ତିଭୂମି ପାଇଁ ଏକ ଐତିହାସିକ ଦିନ । ଅମୃତ ଷ୍ଟେସନଗୁଡିକ ସୁବିଧାଜନକ ହେବା ସହ ସଂଯୋଗୀକରଣକୁ ବୃଦ୍ଧି କରିବ ଏବଂ ଆମର ଗୌରବମୟ ସଂସ୍କୃତିର ପ୍ରତୀକ ହେବ ।”
SR