ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଗୀତା ଏବଂ ନାଟ୍ୟଶାସ୍ତ୍ରକୁ ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟର୍‌ରେ ସାମିଲ କରାଯିବାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 APR 2025 10:43AM by PIB Bhubaneswar

 

 

ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଗୀତା ଏବଂ ନାଟ୍ୟଶାସ୍ତ୍ରକୁ ସାମିଲ କରାଯିବା ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ରଶଂସା କରିଛନ୍ତି । ଏହା ଆମର କାଳଜୟୀ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତିର ଏକ ବିଶ୍ୱସ୍ତରୀୟ ସ୍ୱୀକୃତି ବୋଲି ସେ କହିଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଶ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି:

“ସମଗ୍ର ବିଶ୍ୱର ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ!

ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟର୍‌ରେ ଗୀତା ଏବଂ ନାଟ୍ୟଶାସ୍ତ୍ରକୁ ସାମିଲ କରିବା ଆମର କାଳଜୟୀ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତିର ଏକ ବିଶ୍ୱସ୍ତରୀୟ ମାନ୍ୟତା ।

ଗୀତା ଏବଂ ନାଟ୍ୟଶାସ୍ତ୍ର ବହୁ ଶତାବ୍ଦୀ ଧରି ସଭ୍ୟତା ଏବଂ ଚେତନାକୁ ପୋଷଣ କରିଆସିଛି । ସେମାନଙ୍କର ଅନ୍ତର୍ଦୃଷ୍ଟି ବିଶ୍ୱକୁ ପ୍ରେରଣା ଦେଇ ଚାଲିଛି ।

@UNESCO”

 

SR


(ରିଲିଜ ଆଡି: 2122804) ପରିଦର୍ଶକ କାଉଣ୍ଟର : 49