ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ମୁମ୍ବାଇରେ ଓ୍ବେଭ୍ସ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏଲ୍. ମୁରୁଗନ
ସମ୍ମିଳନୀ ଆୟୋଜନ ସ୍ଥଳୀରେ ପ୍ରସ୍ତୁତିର ସମୀକ୍ଷା କଲେ
प्रविष्टि तिथि:
18 APR 2025 4:19PM
|
Location:
PIB Bhubaneshwar
କେନ୍ଦ୍ର ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଏଲ୍. ମୁରୁଗନ ଆଜି ମୁମ୍ବାଇରେ ବିଶ୍ୱ ଅଡିଓ ଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ଓ୍ବେଭ୍ସ) ୨୦୨୫ ପାଇଁ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ। ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଭାରତ ସରକାର ଏବଂ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କ ଶୀର୍ଷ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ବୈଠକ ସମୟରେ, ଓ୍ବେଭ୍ସର ଚାରୋଟି ସ୍ତମ୍ଭ ଯଥା ପ୍ରସାରଣ ଏବଂ ସୂଚନା ପ୍ରଦାନ, ଏଭିଜିସି-ଏକ୍ସଆର, ଡିଜିଟାଲ୍ ମିଡିଆ ଏବଂ ନବସୃଜନ ଏବଂ ଚଳଚ୍ଚିତ୍ର ଅଧୀନରେ ବିଭିନ୍ନ କାର୍ଯ୍ୟକଳାପର ଅଗ୍ରଗତି ବିଷୟରେ ଆଲୋଚନା କରାଯାଇଥିଲା। ୱେଭ୍ସ ବଜାର, ୱେଭ୍ଏକ୍ସ, ଇଣ୍ଡିଆ ପାଭିଲିୟନ୍, କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ ଭଳି ବିଭିନ୍ନ ପଦକ୍ଷେପ ଅଧୀନରେ କରାଯାଉଥିବା କାର୍ଯ୍ୟର ମୂଲ୍ୟାଙ୍କନ କରାଯାଇଥିଲା ଏବଂ କିପରି ଆଗକୁ ବଢ଼ିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ବିଭିନ୍ନ କ୍ଷେତ୍ରର ଶୀର୍ଷ ଅଧିକାରୀମାନେ ପ୍ରସ୍ତୁତିର ଅଗ୍ରଗତି ବିଷୟରେ ମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ଏହି ଅବସରରେ, ଶ୍ରୀ ଏଲ୍. ମୁରୁଗନ ଶିଖର ସମ୍ମିଳନୀ ସ୍ଥାନରେ ଚାଲିଥିବା ପ୍ରସ୍ତୁତିର ମଧ୍ୟ ମୂଲ୍ୟାଙ୍କନ କରିଥିଲେ।



TKM/Swadhin
रिलीज़ आईडी:
2122792
| Visitor Counter:
59
इस विज्ञप्ति को इन भाषाओं में पढ़ें:
Khasi
,
English
,
Urdu
,
Marathi
,
हिन्दी
,
Nepali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam