ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

କୁମୁଦିନୀ ଲାଖିଆଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 APR 2025 3:39PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କୁମୁଦିନୀ ଲାଖିଆଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ସେ ତାଙ୍କୁ ଜଣେ ଉଚ୍ଚକୋଟୀର ସାଂସ୍କୃତିକ ପ୍ରତୀକ ଭାବରେ ପ୍ରଶଂସା କରିଛନ୍ତି । କଥକ ଏବଂ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ଆଗ୍ରହ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟରେ ପ୍ରତିଫଳିତ ହୋଇଥିଲା ବୋଲି ଶ୍ରୀ ମୋଦୀ କହିଛନ୍ତି ।

ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି:

“କୁମୁଦିନୀ ଲାଖିଆଙ୍କ ବିୟୋଗରେ ଗଭୀର ଦୁଃଖିତ । ସେ ଜଣେ ଉଚ୍ଚକୋଟୀର ସାଂସ୍କୃତିକ ପ୍ରତୀକ ଭାବରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । କଥକ ଏବଂ ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରତି ତାଙ୍କର ଆଗ୍ରହ ବର୍ଷ ବର୍ଷ ଧରି ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟରେ ପ୍ରତିଫଳିତ ହୋଇଥିଲା। ଜଣେ ପ୍ରକୃତ ଅଗ୍ରଣୀ ହେବା ସହ ସେ ବହୁ ପିଢ଼ିର ନୃତ୍ୟଶିଳ୍ପୀଙ୍କୁ ମଧ୍ୟ ଶିକ୍ଷା ପ୍ରଦାନ କରିଥିଲେ । ତାଙ୍କର ଅବଦାନକୁ ସ୍ମରଣୀୟ କରାଯିବ । ତାଙ୍କ ପରିବାର, ଛାତ୍ର ଏବଂ ପ୍ରଶଂସକମାନଙ୍କ ପ୍ରତି ସମବେଦନା । ଓମ୍ ଶାନ୍ତି ।”

 

SR


(ରିଲିଜ ଆଡି: 2121352) ପରିଦର୍ଶକ କାଉଣ୍ଟର : 44