@font-face { font-family: 'Poppins'; src: url('/fonts/Poppins-Regular.ttf') format('truetype'); font-weight: 400; font-style: normal; } body { font-family: 'Poppins', sans-serif; } .hero { background: linear-gradient(to right, #003973, #e5e5be); color: white; padding: 60px 30px; text-align: center; } .hero h1 { font-size: 2.5rem; font-weight: 700; } .hero h4 { font-weight: 300; } .article-box { background: white; border-radius: 10px; box-shadow: 0 8px 20px rgba(0,0,0,0.1); padding: 40px 30px; margin-top: -40px; position: relative; z-index: 1; } .meta-info { font-size: 1em; color: #6c757d; text-align: center; } .alert-warning { font-weight: bold; font-size: 1.05rem; } .section-footer { margin-top: 40px; padding: 20px 0; font-size: 0.95rem; color: #555; border-top: 1px solid #ddd; } .global-footer { background: #343a40; color: white; padding: 40px 20px 20px; margin-top: 60px; } .social-icons i { font-size: 1.4rem; margin: 0 10px; color: #ccc; } .social-icons a:hover i { color: #fff; } .languages { font-size: 0.9rem; color: #aaa; } footer { background-image: linear-gradient(to right, #7922a7, #3b2d6d, #7922a7, #b12968, #a42776); } body { background: #f5f8fa; } .innner-page-main-about-us-content-right-part { background:#ffffff; border:none; width: 100% !important; float: left; border-radius:10px; box-shadow: 0 8px 20px rgba(0,0,0,0.1); padding: 0px 30px 40px 30px; margin-top: 3px; } .event-heading-background { background: linear-gradient(to right, #7922a7, #3b2d6d, #7922a7, #b12968, #a42776); color: white; padding: 20px 0; margin: 0px -30px 20px; padding: 10px 20px; } .viewsreleaseEvent { background-color: #fff3cd; padding: 20px 10px; box-shadow: 0 .5rem 1rem rgba(0, 0, 0, .15) !important; } } @media print { .hero { padding-top: 20px !important; padding-bottom: 20px !important; } .article-box { padding-top: 20px !important; } }
WAVES BANNER 2025
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ

ଭାରତର ପରବର୍ତ୍ତୀ ପିଢ଼ିର ଭିଏଫଏକ୍ସ କଳାକାରମାନଙ୍କୁ ପ୍ରସ୍ତୁତ କରିବା ପାଇଁ WAFX ସେମିନାର ସିରିଜ୍ ଆରମ୍ଭ ହୋଇଛି



ଦେଶର ଶ୍ରେଷ୍ଠ ଭିଏଫଏକ୍ସ ପ୍ରତିଭାମାନେ WAFX ୨୦୨୫ରେ ଯୋଗଦେବେ; ଚାରୋଟି ସହରରେ ଜୋନାଲ ଫାଇନାଲ, ମୁମ୍ବାଇରେ ଗ୍ରାଣ୍ଡ ଫିନାଲେ

 Posted On: 27 MAR 2025 2:10PM |   Location: PIB Bhubaneshwar

 

କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ, ଆପଟେକ୍ ଲିମିଟେଡ୍ ଏବଂ ଏବିଏଆଇ ସହଯୋଗରେ WAFX ସେମିନାର ସିରିଜ ଆରମ୍ଭ କରିଛି, ଯାହାକି ସମ୍ମାନଜନକ ଓ୍ବେଭ୍ସ ଭିଏଫଏକ୍ସ ପ୍ରତିଯୋଗତା (WAFX) ଲାଗି ଅଂଶଗ୍ରହଣକାରୀମାନଙ୍କୁ ପ୍ରସ୍ତୁତପ୍ରେତ୍ସାହିତ କରିବା ଦିଗରେ ଏକ ପଦକ୍ଷେପଏହି ସିରିଜଟି କ୍ରିଏଟ୍ ଇନ୍ ଇଣ୍ଡିଆ ସିଜନ୍ ଅନ୍ତର୍ଗତ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଦେଶର ସୃଜନଶୀଳ ଅର୍ଥନୀତିକୁ ପ୍ରୋତ୍ସାହିତ କରିବ ଏହା ମଧ୍ୟ ପରବର୍ତ୍ତୀ ପିଢ଼ିର ଭିଏଫଏକ୍ସ ପ୍ରତିଭାକୁ ବିକଶିତ କରିବା ପାଇଁ ସରକାରଙ୍କ ଏକ ପ୍ରୟାସ।

WAFX ସେମିନାର ସିରିଜ୍ ଆଶାୟୀ ଭିଏଫଏକ୍ସ କଳାକାରମାନଙ୍କୁ ଶିକ୍ଷିତ ଏବଂ ପରାମର୍ଶ ଦେବା ପାଇଁ ଶୀର୍ଷ ଶିଳ୍ପ ପେସାଦାରମାନଙ୍କୁ ଆଣିବଏହି ସେମିନାରଗୁଡ଼ିକର ଉଦ୍ଦେଶ୍ୟ ହେଉଛି ଶିଳ୍ପ ଧାରା, ଉନ୍ନତ ଭିଏଫଏକ୍ସ କୌଶଳ ଏବଂ କ୍ୟାରିୟର ଅଭିବୃଦ୍ଧି ସୁଯୋଗ ବିଷୟରେ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିବା, ଅଂଶଗ୍ରହଣକାରୀମାନଙ୍କୁ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିବାରେ ସାହାଯ୍ୟ କରିବା ଏବଂ ଭିଏଫଏକ୍ସ ଶିଳ୍ପର ପରିବର୍ତ୍ତିତ ପରିଦୃଶ୍ୟକୁ ବୁଝିବା ।

ଆପ୍ଟେକ୍ ମୁମ୍ବାଇରେ ଆୟୋଜିତ ପ୍ରଥମ ସେମିନାରରେ ପୋଚେର, ଲିଓ ଏବଂ ଭେଡିଆ ଉପରେ କାମ ପାଇଁ ଜଣାଶୁଣା ପ୍ରସିଦ୍ଧ ଭିଏଫଏକ୍ସ ସୁପରଭାଇଜର ଯତୀନ ଠକ୍କର ଅଂଶଗ୍ରହଣ କରିଥିଲେ। ଅନ୍ୟ ଏକ ଅଧିବେଶନରେ, ଏମଏଏସି ସ୍କାନ୍ଲାଇନ୍ ଭିଏଫଏକ୍ସରେ ଭିଏଫଏକ୍ସ ସୁପରଭାଇଜର ଜୟ ମେହେଟ୍ଟାଙ୍କ ଦ୍ୱାରା ଏକ ୱେବିନାର ଆୟୋଜନ କରିଥିଲା, ଯାହା ସମଗ୍ର ଭାରତରେ ସିଧା ପ୍ରସାରଣ କରାଯାଇଥିଲା । ଭିଏଫଏକ୍ସ ଦୁନିଆ ସଂପର୍କରେ ସେ କେତେକ ବିଶେଷ ଜ୍ଞାନ ପ୍ରଦାନ କରିଥିଲେ

୨୦୨୫ ଏପ୍ରିଲ ମଧ୍ୟଭାଗରେ ୪ଟି ପ୍ରମୁଖ ସହର ଚଣ୍ଡିଗଡ଼, ମୁମ୍ବାଇ, ବେଙ୍ଗାଲୁରୁ ଓ କୋଲକାତାରେ WAFX ଜୋନାଲ ଫାଇନାଲ ଅନୁଷ୍ଠିତ ହେବ। ଏହି ରାଉଣ୍ଡର ଶ୍ରେଷ୍ଠ ପ୍ରତିଭାମାନେ ମେ ପହିଲାରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ହେବାକୁ ଥିବା ଗ୍ରାଣ୍ଡ ଫିନାଲେରେ ପ୍ରବେଶ କରିବେ। WAFX ଜୋନାଲ ଫାଇନାଲ୍ସ ଏକ ପ୍ଲାଟଫର୍ମ ହେବ ଯେଉଁଠାରେ ସର୍ବଭାରତୀୟ ଅନଲାଇନ୍ ଭିଏଫଏକ୍ସ ପ୍ରତିଯୋଗିତାର ପ୍ରତିଯୋଗୀମାନେ ସମ୍ମାନିତ ଜୁରିଙ୍କ ସମ୍ମୁଖରେ ଲାଇଭ୍ ପ୍ରତିଦ୍ୱନ୍ଦ୍ୱିତା କରିବେ। ବିଜେତାମାନେ ଅଗ୍ରଣୀ ଭିଏଫଏକ୍ସ ସଂସ୍ଥା ସହିତ ଶିଳ୍ପ ମାନ୍ୟତା, ପୁରସ୍କାର ଏବଂ ଷ୍ଟୁଡିଓ ଇଣ୍ଟର୍ନସିପ୍ ପାଇବେ, ଯାହା ସେମାନଙ୍କ କ୍ୟାରିୟର ସମ୍ଭାବନାକୁ ଆଗକୁ ନେଇଯିବ

WAFX, ଆଗାମୀ ସେମିନାର ଏବଂ ଆଞ୍ଚଳିକ ପ୍ରତିଯୋଗିତା ବିଷୟରେ ଅଧିକ ସୂଚନା ପାଇଁ, https://wafx.abai.avgc.in/ ପରିଦର୍ଶନ କରନ୍ତୁ।

ଅଧିକ ସୂଚନା କିମ୍ବା ମିଡିଆ ପ୍ରଶ୍ନ ପାଇଁ ଯୋଗାଯୋଗ କରନ୍ତୁ: ଆପଟେକ୍; ଶ୍ରୀନିଧି ଆୟର (କର୍ପୋରେଟ୍ ଯୋଗାଯୋଗ); ଇମେଲ୍: srinidhi.iyer@aptech.ac.in

ଓ୍ବେଭ୍ସ ବିଷୟରେ

ପ୍ରଥମ ବିଶ୍ୱ ଅଡିଓଭିଜୁଆଲ୍ ଏବଂ ମନୋରଞ୍ଜନ ସମ୍ମିଳନୀ (ଓ୍ବେଭ୍ସ) ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମଏଣ୍ଡଇ) ଜଗତ ପାଇଁ ଏକ ଐତିହାସିକ କାର୍ଯ୍ୟକ୍ରମ, ଯାହାକି ଭାରତ ସରକାରଙ୍କ ଦ୍ୱାରା ୧ରୁ ୪ ମେ ୨୦୨୫ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁମ୍ବାଇରେ ଆୟୋଜିତ ହେବ।

ଆପଣ ଜଣେ ଶିଳ୍ପ ବୃତ୍ତିଗତ, ନିବେଶକ, ନିର୍ମାତା କିମ୍ବା ଉଦ୍ଭାବକ ହୁଅନ୍ତୁ ନା କାହିଁକି, ଏହି ସମ୍ମିଳନୀ ଗଣମାଧ୍ୟମ ଓ ମନୋରଞ୍ଜନ ଶିଳ୍ପ ଜଗତରେ ଯୋଗାଯୋଗ, ସହଯୋଗ, ନବସୃଜନ ଏବଂ ଅବଦାନ ପାଇଁ ସର୍ବୋତ୍ତମ ବିଶ୍ୱ ପ୍ଲାଟଫର୍ମ ପ୍ରଦାନ କରିବ

ୱେଭ୍ସ ଦେଶର ସୃଜନଶୀଳ ଶକ୍ତିକୁ ନୂଆ ଉଚ୍ଚତାକୁ ନେବାକୁ ପ୍ରସ୍ତୁତ, କଣ୍ଟେଣ୍ଟ କ୍ରିଏସନ, ବୌଦ୍ଧିକ ସମ୍ପତ୍ତି ଏବଂ ପ୍ରଯୁକ୍ତିବିଦ୍ୟା ନବସୃଜନର ଏକ କେନ୍ଦ୍ର ଭାବରେ ଏହାର ସ୍ଥିତିକୁ ବୃଦ୍ଧି କରୁଛି। ଫୋକସରେ ଥିବା ଶିଳ୍ପ ଏବଂ କ୍ଷେତ୍ରଗୁଡ଼ିକ ମଧ୍ୟରେ ଅଛନ୍ତି ପ୍ରସାରଣ, ମୁଦ୍ରିତ ଗଣମାଧ୍ୟମ, ଟେଲିଭିଜନ, ରେଡିଓ, ଫିଲ୍ମ, ଆନିମେସନ, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ, ଶବ୍ଦ ଏବଂ ସଙ୍ଗୀତ, ବିଜ୍ଞାପନ, ଡିଜିଟାଲ୍ ମିଡିଆ, ସୋସିଆଲ ମିଡିଆ ପ୍ଲାଟଫର୍ମ, ଜେନେରେଟିଭ୍ ଏଆଇ, ଅଗମେଣ୍ଟେଡ୍ ରିଆଲିଟି (ଏଆର୍), ଭର୍ଚୁଆଲ୍ ରିଆଲିଟି (ଭିଆର), ଏବଂ ଏକ୍ସଟେଣ୍ଡେଡ୍ ରିଆଲିଟି (ଏକ୍ସଆର) ଇତ୍ୟାଦି

****

TKM


Release ID: (Release ID: 2115925)   |   Visitor Counter: 36