ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ଜିତିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ
Posted On:
16 MAR 2025 1:59PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ଜିତିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)କୁ ପ୍ରଶଂସା କରିଛନ୍ତି । ବ୍ରିଟେନର ଲଣ୍ଡନ ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ଆର୍ବିଆଇକୁ ଏହି ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି । ଏଥିରେ ଆର୍ବିଆଇର ଇନ୍-ହାଉସ୍ ଡେଭଲପର୍ ଟିମ୍ ଦ୍ୱାରା ବିକଶିତ ଏହାର ଅଭିନବ ଡିଜିଟାଲ ପଦକ୍ଷେପ - ପ୍ରବାହ ଏବଂ ସାରଥୀ – କୁ ସ୍ୱୀକୃତି ଦିଆଯାଇଛି ।
ଏହି ସଫଳତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି:
“ଏକ ପ୍ରଶଂସନୀୟ ସଫଳତା, ଯାହା ଶାସନରେ ନବାଚାର ଏବଂ ଦକ୍ଷତା ପ୍ରତି ଗୁରୁତ୍ୱକୁ ପ୍ରତିଫଳିତ କରେ ।
ଡିଜିଟାଲ ନବାଚାର ଭାରତର ଆର୍ଥିକ ଇକୋସିଷ୍ଟମକୁ ମଜବୁତ କରିଚାଲିଛି ଏବଂ ଏହିପରି ଏହା ଅଗଣିତ ଜୀବନକୁ ସଶକ୍ତ କରୁଛି ।”
SR
(Release ID: 2111666)
Visitor Counter : 20
Read this release in:
Telugu
,
Kannada
,
Malayalam
,
English
,
Urdu
,
Hindi
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil