ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ଜିତିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 16 MAR 2025 1:59PM by PIB Bhubaneswar

 

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ଜିତିଥିବାରୁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)କୁ ପ୍ରଶଂସା କରିଛନ୍ତି ବ୍ରିଟେନର ଲଣ୍ଡନ ସ୍ଥିତ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପକ୍ଷରୁ ଆର୍ବିଆଇକୁ ଏହି ଡିଜିଟାଲ ରୂପାନ୍ତରଣ ପୁରସ୍କାର ୨୦୨୫ ପ୍ରଦାନ କରାଯାଇଛି ଏଥିରେ ଆର୍ବିଆଇର ଇନ୍-ହାଉସ୍ ଡେଭଲପର୍ ଟିମ୍ ଦ୍ୱାରା ବିକଶିତ ଏହାର ଅଭିନବ ଡିଜିଟାଲ ପଦକ୍ଷେପ - ପ୍ରବାହ ଏବଂ ସାରଥୀକୁ ସ୍ୱୀକୃତି ଦିଆଯାଇଛି

ଏହି ସଫଳତାକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି:

ଏକ ପ୍ରଶଂସନୀୟ ସଫଳତା, ଯାହା ଶାସନରେ ନବାଚାର ଏବଂ ଦକ୍ଷତା ପ୍ରତି ଗୁରୁତ୍ୱକୁ ପ୍ରତିଫଳିତ କରେ

ଡିଜିଟାଲ ନବାଚାର ଭାରତର ଆର୍ଥିକ ଇକୋସିଷ୍ଟମକୁ ମଜବୁତ କରିଚାଲିଛି ଏବଂ ଏହିପରି ଏହା ଅଗଣିତ ଜୀବନକୁ ସଶକ୍ତ କରୁଛି

 

SR


(ରିଲିଜ ଆଡି: 2111666) ପରିଦର୍ଶକ କାଉଣ୍ଟର : 65