ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବେଲଜିୟମ୍ର ପ୍ରଧାନମନ୍ତ୍ରୀ ପଦବୀ ଗ୍ରହଣ କରିଥିବାରୁ ବାର୍ଟ ଡେ ୱେଭର୍ଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
Posted On:
04 FEB 2025 9:00AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବେଲ୍ଜିୟମ୍ର ପ୍ରଧାନମନ୍ତ୍ରୀ ପଦବୀ ଗ୍ରହଣ କରିଥିବାରୁ ଶ୍ରୀ ବାର୍ଟ ଡେ ୱେଭର୍ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଭାରତ-ବେଲ୍ଜିୟମ୍ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ବିଶ୍ୱ ପ୍ରସଙ୍ଗରେ ସହଯୋଗ ବୃଦ୍ଧି କରିବା ପାଇଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଶ୍ରୀ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ସେ ଲେଖିଛନ୍ତି :
“ପ୍ରଧାନମନ୍ତ୍ରୀ ପଦବୀ ଗ୍ରହଣ କରିଥିବାରୁ ବାର୍ଟ ୱେଭର୍ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଭାରତ-ବେଲ୍ଜିୟମ୍ ସମ୍ପର୍କକୁ ଆହୁରି ମଜବୁତ କରିବା ଏବଂ ବିଶ୍ୱବ୍ୟାପୀ ପ୍ରସଙ୍ଗରେ ଆମର ସହଯୋଗକୁ ବଢ଼ାଇବା ପାଇଁ ମୁଁ ମିଳିତ ଭାବରେ କାର୍ଯ୍ୟ କରିବାକୁ ଉତ୍ସାହିତ ଅଛି । ଆଗାମୀ ଦିନରେ ଆପଣଙ୍କର ସଫଳ କାର୍ଯ୍ୟକାଳ ପାଇଁ କାମନା କରୁଛି ।”
SR
(Release ID: 2099448)
Visitor Counter : 28
Read this release in:
Malayalam
,
English
,
Urdu
,
Hindi
,
Marathi
,
Bengali-TR
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada