ଅର୍ଥ ମନ୍ତ୍ରଣାଳୟ
ପରବର୍ତ୍ତୀ ପାଞ୍ଚ ବର୍ଷ ‘ସବକା ବିକାଶ’କୁ ବାସ୍ତବ ରୂପ ଦେବା ପାଇଁ ଏକ ଅଦ୍ୱିତୀୟ ସୁଯୋଗ ପ୍ରଦାନ କରିବ: କେନ୍ଦ୍ର ବଜେଟ୍ ୨୦୨୫-୨୬
କୃଷି, ଏମ୍ଏସ୍ଏମ୍ଇ, ନିବେଶ ଏବଂ ରପ୍ତାନି ବିକାଶର ଯାତ୍ରାରେ ଚାରୋଟି ଶକ୍ତିଶାଳୀ ଇଞ୍ଜିନ ହେବ
ବଜେଟରେ ଗରିବ, ଯୁବକ, ଅନ୍ନଦାତା ଏବଂ ନାରୀଙ୍କ ଉପରେ ଫୋକସ
प्रविष्टि तिथि:
01 FEB 2025 1:01PM by PIB Bhubaneshwar
ଆସନ୍ତା ପାଞ୍ଚ ବର୍ଷକୁ ‘ସବକା ବିକାଶ’ ଲକ୍ଷ୍ୟ ହାସଲ କରିବାର ଏକ ନିଆରା ସୁଯୋଗ ଭାବରେ ଦେଖାଯାଉଛି ବୋଲି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୫-୨୬ ଉପସ୍ଥାପନ କରୁଥିବାବେଳେ କହିଛନ୍ତି । ବଜେଟ୍ ଭାଷଣରେ କେନ୍ଦ୍ର ଅର୍ଥମନ୍ତ୍ରୀ ସମସ୍ତ ଅଞ୍ଚଳର ସନ୍ତୁଳିତ ଅଭିବୃଦ୍ଧିକୁ ଉତ୍ସାହିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ମନ୍ତ୍ରୀ ଆଲୋକପାତ କରିଛନ୍ତି ଯେ ଆମର ଅର୍ଥନୀତି ହେଉଛି ବିଶ୍ବର ସମସ୍ତ ପ୍ରମୁଖ ଅର୍ଥନୀତି ମଧ୍ୟରେ ଦ୍ରୁତତମ ଅଭିବୃଦ୍ଧି କରୁଥିବା ଅର୍ଥନୀତି । ବିଗତ ୧୦ ବର୍ଷର ଆମର ବିକାଶର ଟ୍ରାକ୍ ରେକର୍ଡ ଏବଂ ଗଠନମୂଳକ ସଂସ୍କାର ବିଶ୍ବର ଦୃଷ୍ଟି ଆକର୍ଷଣ କରିଛି । ଏହି ଅବଧିରେ ଭାରତର ଶକ୍ତି ଏବଂ ସାମର୍ଥ୍ୟ ଉପରେ ଆତ୍ମବିଶ୍ୱାସ ବଢିଛି ବୋଲି ମନ୍ତ୍ରୀ କହିଛନ୍ତି।
ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା, ସମାବେଶୀ ବିକାଶକୁ ପ୍ରୋତ୍ସାହିତ କରିବା, ଘରୋଇ କ୍ଷେତ୍ରର ପୁଞ୍ଜି ବିନିଯୋଗକୁ ବୃଦ୍ଧି କରିବା ଏବଂ ଭାରତର ବଢୁଥିବା ମଧ୍ୟବିତ୍ତଙ୍କ ଖର୍ଚ୍ଚ ଶକ୍ତି ବୃଦ୍ଧି ପାଇଁ ସରକାରଙ୍କ ଉଦ୍ୟମକୁ କେନ୍ଦ୍ର ବଜେଟ୍ ୨୦୨୫-୨୬ ରେଖାଙ୍କିତ କରିଛି।
କୃଷି, ଏମଏସଏମଇ, ନିବେଶ ଏବଂ ରପ୍ତାନିକୁ ବିକାଶର ଚାରିଟି ଶକ୍ତିଶାଳୀ ଇଞ୍ଜିନ ବୋଲି ଉଲ୍ଲେଖ କରି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଏହି ବଜେଟରେ ଛଅ ଟି ଡୋମେନରେ ପରିବର୍ତ୍ତନଶୀଳ ସଂସ୍କାର ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି। ପରବର୍ତ୍ତୀ ପାଞ୍ଚ ବର୍ଷ ମଧ୍ୟରେ ଟିକସ, ବିଦ୍ୟୁତ୍ କ୍ଷେତ୍ର, ସହରୀ ବିକାଶ, ଖଣି, ଆର୍ଥିକ କ୍ଷେତ୍ର ଏବଂ ନିୟାମକ ସଂସ୍କାରର ଡୋମେନ୍ ଆମର ଅଭିବୃଦ୍ଧି ସମ୍ଭାବନା ଏବଂ ବିଶ୍ବସ୍ତରୀୟ ପ୍ରତିଦ୍ୱନ୍ଦ୍ୱିତାକୁ ବୃଦ୍ଧି କରିବ । ଅର୍ଥମନ୍ତ୍ରୀ କହିଛନ୍ତି ଯେ ବିକାଶର ଯାତ୍ରାରେ “ଆମର ସଂସ୍କାର” ହେଉଛି ଇନ୍ଧନ; “ଅନ୍ତର୍ଭୂକ୍ତିକରଣ” ହେଉଛି ଆବେଗ; ଏବଂ “ବିକଶିତ ଭାରତ” ହେଉଛି ଗନ୍ତବ୍ୟ ସ୍ଥଳ ।
ତାଙ୍କ ବଜେଟ୍ ୨୦୨୫-୨୬ ଅଭିଭାଷଣରେ ଗରିବ, ଯୁବକ, ଅନ୍ନଦାତା ଏବଂ ନାରୀଙ୍କ ଉପରେ ଧ୍ୟାନ ଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଦଶଟି ବ୍ୟାପକ କ୍ଷେତ୍ରକୁ ନେଇ ପ୍ରସ୍ତାବିତ ବିକାଶମୂଳକ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଏଗୁଡ଼ିକ ହେଉଛି କୃଷି ଅଭିବୃଦ୍ଧି ଏବଂ ଉତ୍ପାଦକତା; ଗ୍ରାମୀଣ ସମୃଦ୍ଧତା ଏବଂ ସ୍ଥିରତା ନିର୍ମାଣ; ସମସ୍ତଙ୍କୁ ଏକ ଅନ୍ତର୍ଭୂକ୍ତ ଅଭିବୃଦ୍ଧି ପଥରେ ନେବା; ଉତ୍ପାଦନକୁ ବଳ ଦେବା ସହିତ ମେକ୍ ଇନ୍ ଇଣ୍ଡିଆକୁ ଆଗକୁ ବଢାଇବା; ଏମଏସଏମଇ ଗୁଡ଼ିକୁ ସମର୍ଥନ କରିବା; ନିଯୁକ୍ତି-ନେତୃତ୍ୱ ବିକାଶକୁ ସକ୍ଷମ କରିବା; ଲୋକ, ଅର୍ଥନୀତି ଏବଂ ନବସୃଜନରେ ବିନିଯୋଗ; ଶକ୍ତି ଯୋଗାଣକୁ ସୁରକ୍ଷିତ କରିବା; ରପ୍ତାନିକୁ ପ୍ରୋତ୍ସାହିତ କରିବା; ଏବଂ ନବସୃଜନର ସମ୍ମିଳିତ ବିକାଶ ।
କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ “ବିକଶିତ ଭାରତ” ଶୂନ ଦାରିଦ୍ର୍ୟତା, ଶତ ପ୍ରତିଶତ ଉନ୍ନତ ଗୁଣାତ୍ମକ ବିଦ୍ୟାଳୟ ଶିକ୍ଷା; ଉଚ୍ଚ-ଗୁଣାତ୍ମକ, ସୁଲଭ ଏବଂ ବ୍ୟାପକ ସ୍ୱାସ୍ଥ୍ୟସେବା; ଅର୍ଥପୂର୍ଣ୍ଣ ନିଯୁକ୍ତି ସହିତ ଶତ ପ୍ରତିଶତ କୁଶଳୀ ଶ୍ରମିକ; ଅର୍ଥନୈତିକ କାର୍ଯ୍ୟକଳାପରେ ସତୁରି ପ୍ରତିଶତ ମହିଳା ଏବଂ ଆମ ଦେଶକୁ ‘ବିଶ୍ବର ଖାଦ୍ୟ ଭଣ୍ଡାର’ ଭାବେ ପ୍ରସ୍ତୁତ କରୁଥିବା କୃଷକଙ୍କ ଉପରେ ଗୁରୁତ୍ବ ଦେଉଛି ।
HS
(रिलीज़ आईडी: 2098837)
आगंतुक पटल : 82
इस विज्ञप्ति को इन भाषाओं में पढ़ें:
Bengali
,
Khasi
,
English
,
Urdu
,
हिन्दी
,
Nepali
,
Marathi
,
Assamese
,
Punjabi
,
Gujarati
,
Tamil
,
Kannada
,
Malayalam