ଅର୍ଥ ମନ୍ତ୍ରଣାଳୟ
୨୦୪୭ ସୁଦ୍ଧା ବିକଶିତ ଭାରତର ସ୍ୱପ୍ନ ପୂରଣ ପାଇଁ ଭିତ୍ତିଭୂମି କ୍ଷେତ୍ରରେ ଘରୋଇ ଭାଗିଦାରୀର ବେଶ୍ ଗୁରୁତ୍ୱ ଥିବାର ସୂଚନା ଦେଉଛି ଅର୍ଥନୈତିକ ସର୍ଭେ ରିପୋର୍ଟ
ନିର୍ବାଚନର ଆଦର୍ଶ ଆଚରଣ ବିଧି ଓ ମୌସୁମୀର ଅନିୟମିତତା ସତ୍ତ୍ୱେ ଭିତ୍ତିଭୂମି ବିକାଶର ଗତି ଠିକ୍ ଟ୍ରାକରେ ଥିଲା : ଅର୍ଥନୈତିକ ସର୍ଭେ
ଘରୋଇ ଭାଗିଦାରୀକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ସଂସ୍କାର ଆଣିଛନ୍ତି ବିତ୍ତୀୟ ବଜାର ନିୟନ୍ତ୍ରକ
प्रविष्टि तिथि:
31 JAN 2025 1:59PM by PIB Bhubaneshwar
ସଂସଦରେ ଆଜି କେନ୍ଦ୍ର ଅର୍ଥ ଓ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୨୪-୨୫ ଉପସ୍ଥାପନ କରିଛନ୍ତି। ଏହି ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି- ଉଚ୍ଚ ଅଭିବୃଦ୍ଧି ହାରକୁ ବଜାୟ ରଖିବା ପାଇଁ ଆସନ୍ତା ଦୁଇ ଦଶନ୍ଧି ଯାଏ ଭିତ୍ତିଭୂମି କ୍ଷେତ୍ରରେ ଭାରତକୁ ଅଧିକରୁ ଅଧିକ ନିବେଶ କରିବାକୁ ପଡ଼ିବ।
ଅର୍ଥନୈତିକ ସର୍ଭେ ରିପୋର୍ଟ କହୁଛି- ଗତ ୫ ବର୍ଷରେ ସରକାରଙ୍କ ଅଧିକ ଫୋକସ୍ ଥିଲା ଭୌତିକ, ଡିଜିଟାଲ, ସାମାଜିକ ଭିତ୍ତିଭୂମି ନିର୍ମାଣ। ଏହାର ବହୁତ ଦିଗ ରହିଛି। ଏହା ଦ୍ୱାରା ଭିତ୍ତିଭୂମି କ୍ଷେତ୍ରରେ ସରକାରଙ୍କ ଖର୍ଚ୍ଚ ବୃଦ୍ଧି ହେବ, ବିଭିନ୍ନ ପ୍ରତିବନ୍ଧକ ଦୂର କରିବାକୁ ଓ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଅନେକ ନୂଆ ସଂସ୍ଥା ଗଠନ କରିବାକୁ ହେବ ଓ ସମ୍ବଳର ସଦୁପଯୋଗ କରିବାକୁ ନୂଆ ନୂଆ ଉପାୟ ବାହାର କରିବାକୁ ପଡ଼ିବ। ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନର ସ୍ୱପ୍ନ ପୂରଣ ପାଇଁ ଦେଶରେ ଭିତ୍ତିଭୂମିରେ ଯେଉଁ ଉନ୍ନତି ଦରକାର, ତାହା କେବଳ ସରକାରୀ ବ୍ୟୟରେ ହୋଇପାରିବ ନାହିଁ।
ଭିତ୍ତିଭୂମି ନିର୍ମାଣରେ ଆମକୁ ଘରୋଇ ଭାଗିଦାରୀ ବୃଦ୍ଧି କରିବାକୁ ପଡ଼ିବ। ବିଭିନ୍ନ ପ୍ରକଳ୍ପର ଯୋଜନା ପ୍ରସ୍ତୁତିରେ ସେମାନଙ୍କର ଦକ୍ଷତା ବୃଦ୍ଧି କରିବାରେ ସେମାନଙ୍କୁ ସାହାଯ୍ୟ କରିବାକୁ ପଡ଼ିବ, ରିସ୍କ ନେବାରେ ଓ ରାଜସ୍ୱ ବଣ୍ଟନ ବ୍ୟବସ୍ଥାରେ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାକୁ ପଡ଼ିବ, ବିବାଦର ସମାଧାନ ଓ ପ୍ରକଳ୍ପ ନିର୍ମାଣ ସଂପୂର୍ଣ୍ଣ କରିବାରେ ମଧ୍ୟ ସେମାନଙ୍କୁ ସାହାଯ୍ୟ କରିବାକୁ ପଡ଼ିବ। ସର୍ଭେ କହୁଛି, ସାରା ଦେଶରେ ଭିତ୍ତିଭୂମି କ୍ଷେତ୍ରରେ ପବ୍ଲିକ-ପ୍ରାଇଭେଟ୍ ସହଭାଗିତା ପାଇିଁ କେନ୍ଦ୍ର ସରକାର ଯେଉଁ ଉଦ୍ୟମ କରୁଛନ୍ତି, ତାକୁ ପୂର୍ଣ୍ଣ ଭାବେ ଗ୍ରହଣ କରି ସହଯୋଗ କରିବାକୁ ପଡ଼ିବ। ସେହିପରି ଘରୋଇ କ୍ଷେତ୍ର ମଧ୍ୟ ସମାନ ଭାବେ ଏପରି ମନୋଭାବ ରଖିବାକୁ ପଡ଼ିବ।
ଭିତ୍ତିଭୂମି ନିର୍ମାଣରେ ଘରୋଇ ଭାଗିଦାରୀ ବୃଦ୍ଧିର ରଣନୀତି ପାଇଁ ସମସ୍ତ ଅଂଶୀଦାର ଯେମିତିକି ସରକାରଙ୍କ ବିଭିନ୍ନ ସଂସ୍ଥା, ବିତ୍ତୀୟ ସଂସ୍ଥା, ପ୍ରକଳ୍ପ ପରିଚାଳନା ବିଶେଷଜ୍ଞ ଓ ଯୋଜନକାରୀ ଏବଂ ଘରୋଇ କ୍ଷେତ୍ର ମଧ୍ୟରେ ଉତ୍ତମ ସମନ୍ୱୟ ଦରକାର। ବିଭିନ୍ନ ପ୍ରକଳ୍ପର ପରିଯୋଜନା ପ୍ରସ୍ତୁତି, କାର୍ଯ୍ୟକାରୀ ପାଇଁ ନିର୍ଦ୍ଦିଷ୍ଟ କ୍ଷେତ୍ର ଅନୁସାରେ ଅଭିନବ ରଣନୀତି ପ୍ରସ୍ତୁତି, ରିସ୍କ ଆକଳନ ଓ ରାଜସ୍ୱ ଭାଗବଣ୍ଟା ପରି ବିଶେଷ ଜ୍ଞାନର ବିକାଶ, ଚୁକ୍ତି ପରିଚାଳନା ଓ ପ୍ରକଳ୍ପ ସଂପୂର୍ଣ୍ଣ କରିବାର ଦକ୍ଷତା ବୃଦ୍ଧି କରିବାକୁ ପଡ଼ିବ।
ସାଧାରଣ ନିର୍ବାଚନ ବେଳେ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଯୋଗୁଁ ଆର୍ଥିକ ବର୍ଷ ୨୫ର ପ୍ରଥମ ତୈମାସିକରେ ପ୍ରମୁଖ ଭିତ୍ତିଭୂମି କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବ୍ୟୟ ଧିମେଇ ଯାଇଥିଲା। ବର୍ଷାର ଅନିୟମିତତା ମଧ୍ୟ ଅନେକ କାମର ଗତିକୁ ମନ୍ଥର କରିଦେଇଥିଲା। ତେଣୁ ଆର୍ଥିକ ବର୍ଷ ୨୫ର ପ୍ରଥମ ତୈମାସିକ ସହିତ ତା ପୂର୍ବ ବର୍ଷର ତ୍ରୈମାସିକର କାମକୁ ତୁଳନା କରିବା ଠିକ ହେବ ନାହିଁ। ନିର୍ବାଚନ ସରିବା ପରେ ପରେ ଜୁଲାଇରୁ ନଭେମ୍ବର ୨୦୨୪ରେ ବ୍ୟୟ ପରିମାଣ ବୃଦ୍ଧି ପାଇଥିଲା। ଏହି ବିତ୍ତୀୟ ବର୍ଷର ବାକି ମାସରେ ଭିତ୍ତିଭୂମି କ୍ଷେତ୍ରର କ୍ୟାପେକ୍ସ ଅଧିକ ଗତିରେ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି। ୨୦୨୪ ଏପ୍ରିଲରୁ ନଭେମ୍ୱର ମଧ୍ୟରେ ଭିତ୍ତିଭୂମି ସହିତ ଜଡ଼ିତ ବିଭିନ୍ନ ମନ୍ତ୍ରଣାଳୟ ବଜେଟ କ୍ୟାପେକ୍ସର ୬୦ ପ୍ରତିଶତ ବିନିଯୋଗ କରିଛନ୍ତି। ୧୭ଶ ଲୋକସଭା ନିର୍ବାଚନ ସମୟର ଆର୍ଥକ ବର୍ଷ ୨୦ର ସେହି ସମୟ ସହିତ ବର୍ତ୍ତମାନକୁ ତୁଳନା କଲେ ଅନେକ ଉନ୍ନତି ହୋଇଛି।
ପ୍ରତିବନ୍ଧକ ଦୂର କରିବାକୁ ଓ କାମକୁ ସହଜ କରିବାକୁ ସରକାର ଜାତୀୟ ଭିତ୍ତିଭୂମି ପାଇପଲାଇନ, ଜାତୀୟ ମନିଟାଇଜେସନ ପାଇପଲାଇନ୍, ପିଏମ୍ ଗତି ଶକ୍ତି ଭଳି ଅନେକ ସଂସ୍ଥା ଗଠନ କରିଛନ୍ତି। ଘରୋଇ ଭାଗିଦାରୀ ବୃଦ୍ଧି ପାଇଁ ବିତ୍ତୀୟ ବଜାର ନିୟନ୍ତ୍ରକ ଅନେକ ସଂସ୍କାର ଆଣିଛନ୍ତି। ଏସବୁ ସତ୍ତ୍ୱେ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଘରୋଇ ଭାଗିଦାରୀ ବହୁତ କମ୍ ବୋଲି ଏହି ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଜଣାପଡ଼ିଛି।
BSP
(रिलीज़ आईडी: 2098329)
आगंतुक पटल : 61
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
हिन्दी
,
Nepali
,
Marathi
,
Bengali
,
Punjabi
,
Gujarati
,
Tamil
,
Kannada
,
Malayalam