ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଜୀଙ୍କର ସମ୍ବୋଧନ ଆମ ବିକଶିତ ଭାରତ ଯାତ୍ରାର ବ୍ୟାପକ ଦୃଷ୍ଟିକୋଣକୁ ଦର୍ଶାଉଛି : ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଏଭଳି ଏକ ଭାରତର ପରିକଳ୍ପନା କରାଯାଇଛି ଯେଉଁଠାରେ ଯୁବକମାନେ ଆଗକୁ ବଢିବାକୁ ସର୍ବୋତ୍ତମ ସୁଯୋଗ ପାଇଥାନ୍ତି: ପ୍ରଧାନମନ୍ତ୍ରୀ
Posted On:
31 JAN 2025 2:43PM by PIB Bhubaneshwar
ସଂସଦର ଉଭୟ ଗୃହକୁ ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଏବଂ ଏହାକୁ ବିକଶିତ ଭାରତ ନିର୍ମାଣ ଦିଗରେ ଭାରତର ଯାତ୍ରା ପାଇଁ ଏକ ବ୍ୟାପକ ଦୃଷ୍ଟିକୋଣ ବୋଲି କହିଛନ୍ତି।
ଶ୍ରୀ ମୋଦୀ କହିଛନ୍ତି ଯେ ମାନ୍ୟବର ରାଷ୍ଟ୍ରପତି ସରକାରଙ୍କ ପ୍ରମୁଖ ପଦକ୍ଷେପଗୁଡିକୁ ଆଲୋକପାତ କରିଛନ୍ତି ଏବଂ ଭବିଷ୍ୟତର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି।
ଶ୍ରୀ ମୋଦୀ ଉଲ୍ଲେଖ କରିଛନ୍ତି ଯେ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଏକ ଏପରି ଭାରତର ପରିକଳ୍ପନା କରାଯାଇଛି ଯେଉଁଠାରେ ଯୁବକମାନଙ୍କର ଉନ୍ନତି ପାଇଁ ସର୍ବୋତ୍ତମ ସୁଯୋଗ ରହିଛି।
ଶ୍ରୀ ମୋଦୀ ଆହୁରି କହିଛନ୍ତି ଯେ ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣ ଗତ ଦଶନ୍ଧିରେ ଆମ ଦେଶର ସାମୂହିକ ସଫଳତାକୁ ସୁନ୍ଦର ଭାବରେ ବ୍ୟାଖ୍ୟା କରିବା ସହ ଆମର ଭବିଷ୍ୟତର ଆକାଂକ୍ଷାକୁ ମଧ୍ୟ ଉଲ୍ଲେଖ କରିଛି ।
ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;
ଆଜି ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତିଜୀଙ୍କର ଅଭିଭାଷଣ ଏକ ବିକଶିତ ଭରତ ନିର୍ମାଣ ଦିଗରେ ଆମ ଦେଶର ଦୃଷ୍ଟିକୋଣକୁ ଦର୍ଶାଇଥିଲା । ସେ ବିଭିନ୍ନ କ୍ଷେତ୍ର ଉପରେ ଆଲୋକପାତ କରିଥିଲେ ଏବଂ ଭବିଷ୍ୟତର ବିକାଶ ସହିତ ସବୁ କ୍ଷେତ୍ର ଉପରେ ଗୁରୁତ୍ୱାରୋପ କରିଥିଲେ ।
‘‘ତାଙ୍କ ଅଭିଭାଷଣରେ ଏପରି ଏକ ଭାରତର ପରିକଳ୍ପନା କରାଯାଇଛି ଯେଉଁଠାରେ ଯୁବକମାନଙ୍କର ଉନ୍ନତି ପାଇଁ ସର୍ବୋତ୍ତମ ସୁଯୋଗ ରହିଛି। ଏକତା ଏବଂ ନିଷ୍ଠାର ଆବେଗ ସହିତ ଆମେ ସ୍ଥିର କରିଥିବା ଲକ୍ଷ୍ୟ ହାସଲ ପାଇଁ ପ୍ରେରଣାଦାୟକ ରୋଡମ୍ୟାପ୍ ମଧ୍ୟ ଅନ୍ତର୍ଭୁକ୍ତ ରହିଛି । ”
“ମାନ୍ୟବର ରାଷ୍ଟ୍ରପତିଙ୍କ ଅଭିଭାଷଣ ଗତ ଦଶନ୍ଧିରେ ଆମ ଦେଶର ସାମୂହିକ ସଫଳତାକୁ ସୁନ୍ଦର ଭାବରେ ବ୍ୟାଖ୍ୟା କରିବା ସହ ଆମ ଭବିଷ୍ୟତର ଆକାଂକ୍ଷାକୁ ମଧ୍ୟ ଉଲ୍ଲେଖ କରିଛି । ଏହି ଅଭିଭାଷଣ ଅର୍ଥନୈତିକ ସଂସ୍କାର, ଭିତ୍ତିଭୂମି ବିକାଶ, ସ୍ୱାସ୍ଥ୍ୟସେବା, ଶିକ୍ଷା, ଅକ୍ଷୟ ଶକ୍ତି, ଗ୍ରାମୀଣ ଅଭିବୃଦ୍ଧି, ଉଦ୍ୟୋଗ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲା।’’
HS/Swadhin
(Release ID: 2098090)
Visitor Counter : 28
Read this release in:
Tamil
,
English
,
Urdu
,
Hindi
,
Marathi
,
Assamese
,
Bengali
,
Punjabi
,
Gujarati
,
Telugu
,
Malayalam