ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ମହାକୁମ୍ଭରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟର ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ ଜାଜୁଙ୍କ ସମୀକ୍ଷା


ମହାକୁମ୍ଭରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ପ୍ରଦର୍ଶନୀ ଲୋକାଭିମୁଖୀ ହୋଇଛି : ସଞ୍ଜୟ ଜାଜୁ

ମଡିଆ ସେଂଟର ଷ୍ଟଲ ବୁଲି ସାମ୍ବାଦିକମାନଙ୍କ ସହ କଥା ହେଲେ ସଚିବ

ମହାକୁମ୍ଭକୁ ଡିଜିଟାଲ କରିବା କ୍ଷେତ୍ରରେ ପ୍ରସାର ଭାରତୀର ଆୟୋଜନକୁ ସଚିବଙ୍କ ପ୍ରଶଂସା

प्रविष्टि तिथि: 23 JAN 2025 10:08PM by PIB Bhubaneswar

ମହାକୁମ୍ଭ ମେଳାରେ କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ମିଡିଆ ୟୁନିଟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ ଜାଜୁ ସ୍ଥିତି ସମୀକ୍ଷା କରିଛନ୍ତି ମଲଟି ମିଡିଆ ହଲରେ ଜନ ଭାଗିଦାରୀରୁ ଜନ କଲ୍ୟାଣ ଉପରେ କରାଯାଇଥିବା ପ୍ରଦର୍ଶନୀର ସମୀକ୍ଷା କରାଯାଇଛି ଗତ ଦଶ ବର୍ଷର ବିଭିନ୍ନ ସରକାରୀ ଯୋଜନା, ସଫଳତା, କାର୍ଯ୍ୟକ୍ରମ ଉପରେ ମହାକୁମ୍ଭର ତ୍ରିବେଣୀ ମାର୍ଗରେ ଅନୁଷ୍ଠିତ ହେଉଥିବା ପ୍ରଦର୍ଶନୀକୁ ସଚିବ ବୁଲି ଦେଖିଛନ୍ତି  

ପ୍ରଦର୍ଶନୀକୁ ଏକ ନିଆରା କାର୍ଯ୍ୟକ୍ରମ ବୋଲି ଅଭିହିତ କରି ଏହା ଲୋକାଭିମୁଖୀ ହୋଇଥିବା ସଚିବ କହିଛନ୍ତି କାନ୍ଥ, ଏଲଇଡି କାନ୍ଥ, ହୋଲୋଗ୍ରାଫିକ ସିଲିଣ୍ଡର ପରି ବିଭିନ୍ନ ଉନ୍ନତମାନର ଯାନ୍ତ୍ରିକ ଜ୍ଞାନ କୌଶଳର ଉପଯୋଗ କରାଯାଇ ଏହି ପ୍ରଦର୍ଶନୀ ଆୟୋଜିତ ହୋଇଥିବା ସେ କହିଛନ୍ତି ମହାକୁମ୍ଭରେ ପଡିଥିବା ମିଡିଆ ସେଂଟରକୁ ଯାଇ ବିଭିନ୍ନ ସାମ୍ବାଦିକ ବନ୍ଧୁମାନଙ୍କ ପାଇଁ ରହିଥିବା ସୁବିଧା ସୁଯୋଗ ସମ୍ପର୍କରେ ବିଭାଗୀୟ ସଚିବ ସଞ୍ଜୟ ଜାଜୁ ସମୀକ୍ଷା କରିଛନ୍ତି ସେଠାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ ସହ କଥା ହୋଇ ସେମାନଙ୍କର ସୁବିଧା ଅସୁବିଧା ସମ୍ପର୍କରେ ମଧ୍ୟ ସେ ପଚାରି ବୁଝିଛନ୍ତି

ମହାକୁମ୍ଭ ମେଳା ଅଂଚଳର ସେକ୍ଟର-୪ରେ ଅବସ୍ଥାପିତ ଦୂରଦର୍ଶନ ଆକାଶବାଣୀର ଅସ୍ଥାୟୀ କେନ୍ଦ୍ରକୁ ଯାଇ ଶ୍ରୀ ଜାଜୁ ସ୍ଥିତିର ସମୀକ୍ଷା କରିଛନ୍ତି ରେଡିଓ, ଟେଲିଭିଜନ, ମୋବାଇଲ ଅନ୍ୟ ମାଧ୍ୟମ ଯୋଗେ ମହାକୁମ୍ଭର ଟିକିନିଖି ଖବର ସମ୍ପର୍କରେ ଲୋକଙ୍କୁ ଅବଗତ କରିବା ପାଇଁ କରାଯାଉଥିବା ସରକାରୀ ଉଦ୍ୟମକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି ପ୍ରସାର ଭାରତୀ ପକ୍ଷରୁ ବହୁମୁଖୀ କ୍ୟାମେରା ବ୍ୟବସ୍ଥାର ଆୟୋଜନ କରାଯାଇଥିବା ବେଳେ ଏଠାରୁ ସିଧା ପ୍ରସାରଣ ପାଇଁ ବି ଉଦ୍ୟମ କରାଯାଉଥିବା ସେ କହିଛନ୍ତି

କୁମ୍ଭବାଣୀ ରେଡିଓ କାର୍ଯ୍ୟକ୍ରମ ଦ୍ୱାରା ସାଧାରଣ ଜନତାଙ୍କ ପାଖରେ ଖବର ପହଂଚା ଯାଉଥିବା ସେ ଉଲ୍ଲେଖ କରିଛନ୍ତି ଏଫଏମ ସେବା ପ୍ରସାରଣ ଫଳରେ ସାଧାରଣ ଜନତାଙ୍କ ସମେତ ବହୁ ଶ୍ରଦ୍ଧାଳୁ ଭକ୍ତ ଉପକୃତ ହେଉଥିବା କୁହାଯାଇଛି କେନ୍ଦ୍ର ସୂଚନା ପ୍ରସାରଣ ମନ୍ତ୍ରଣାଳୟର ବିଭିନ୍ନ ପଦାଧିକାରୀଙ୍କ ସହ ବିଭାଗୀୟ ସଚିବ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି

ଦୀର୍ଘ ୧୪୪ ବର୍ଷ ପରେ ଅନୁଷ୍ଠିତ ହେଉଥିବା ଏହି ମହାକୁମ୍ଭକୁ ସଫଳ କରିବା ପାଇଁ ସମସ୍ତେ ପ୍ରୟାସ କରୁଥିବା ବିଭାଗୀୟ ସଚିବ କହିଛନ୍ତି ମହାକୁମ୍ଭକୁ ଦେଶର ବିଭିନ୍ନ ପ୍ରାନ୍ତରୁ ବୁଲି ଆସୁଥିବା ସମସ୍ତ ଶ୍ରଦ୍ଧାଳୁ ଦେଶରେ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରିଥିବା କୁହାଯାଇଛି ଆମ ଭାରତୀୟ ସଂସ୍କୃତି ପରମ୍ପରାକୁ ଆଗକୁ ନେବା ପାଇଁ ମହାକୁମ୍ଭ ମେଳାର ଯଥେଷ୍ଟ ଭୂମିକା ରହିଥିବା ସଚିବ ସଞ୍ଜୟ ଜାଜୁ ମତପ୍ରକାଶ କରିଛନ୍ତି ପରେ ପ୍ରକାଶନୀ ସଂସ୍ଥା ଷ୍ଟଲ ଗସ୍ତ କରି ସଚିବ ସଞ୍ଜୟ ଜାଜୁ ନିଜ ପିଲାଦିନ କଥା ମନେ ପକାଇ ବିହ୍ୱଳିତ ହୋଇଥିଲେ ଷ୍ଟଲରେ ବାଲ ଭାରତୀ ପତ୍ରିକା ଦେଖି ପିଲା ଦିନର ସୁଖଦ ଅନୁଭୂତିକୁ ସଚିବ ମନେ ପକାଇ ଏହା ନିରନ୍ତର ପ୍ରକାଶ ପାଇବା ଦରକାର ବୋଲି ମତବ୍ୟକ୍ତି କରିଥିଲେ

PBD/Swadhin

 


(रिलीज़ आईडी: 2095750) आगंतुक पटल : 66
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Assamese , Bengali , Punjabi , Gujarati , Tamil , Telugu , Kannada , Malayalam