ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଖାଦ୍ୟ ସୁରକ୍ଷାକୁ ବଢ଼ାଇବା ସହ ଗରିବୀର ମୂଳୋତ୍ପାଟନ ପାଇଁ ଭାରତ ପ୍ରତିବଦ୍ଧ: ମୋଦୀ

Posted On: 18 NOV 2024 11:52PM by PIB Bhubaneshwar

ଭାରତ ଖାଦ୍ୟ ନିରାପତ୍ତାକୁ ବଢ଼ାଇବା ସହ ଗରିବୀର ମୂଳୋତ୍ପାଟନ ପାଇଁ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି । ସେ ବିଶ୍ୱାସ ବ୍ୟକ୍ତ କରିଥିଲେ କି, ଭାରତ ନିଜର ସଫଳତାକୁ ଆଗକୁ ବଢ଼ାଇବ ଏବଂ ସମସ୍ତଙ୍କ ପାଇଁ ଉଜ୍ୱଳ ଭବିଷ୍ୟତ ସୁନିଶ୍ଛିତ କରିବା ସକାଶେ ସାମୁହିକ ଶକ୍ତି ଓ ସମ୍ବଳର ଉପଯୋଗ କରିବ ।

ସୁଶ୍ରୀ ଗୀତା ଗୋପୀନାଥ ଏକ୍ସ ରେ କରିଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ଶ୍ରୀ ମୋଦୀ ଲେଖିଛନ୍ତି:

“ଭାରତ ଖାଦ୍ୟ ନିରାପତ୍ତାକୁ ବଢ଼ାଇବା ସହ ଗରିବୀର ମୂଳୋତ୍ପାଟନ ପାଇଁ ପ୍ରତିବଦ୍ଧ । ଆମେ ନିଜର ସଫଳତାକୁ ଆଗକୁ ବଢ଼ାଇବା ସହ ସମସ୍ତଙ୍କ ପାଇଁ ଉଜ୍ୱଳ ଭବିଷ୍ୟତ ସୁନିଶ୍ଛିତ କରିବା ସକାଶେ ସାମୁହିକ ଶକ୍ତି ଓ ସମ୍ବଳର ଉପଯୋଗ କରିବୁ ।”

SR


(Release ID: 2076802)