ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି : ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
20 NOV 2024 5:02AM by PIB Bhubaneswar
ଏକ ସୁସ୍ଥ ପୃଥିବୀ ହିଁ ଏକ ଉତ୍ତମ ପୃଥିବୀ ବୋଲି ଆଲୋକପାତ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କହିଛନ୍ତି ଯେ ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ଭାରତ ସ୍ୱାସ୍ଥ୍ୟ କ୍ଷେତ୍ରରେ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ଏହି ପରିପ୍ରେକ୍ଷୀରେ ଭାରତ ବିଶ୍ୱସ୍ତରୀୟ ଉଦ୍ୟମକୁ ଆହୁରି ମଜବୁତ କରିବ ବୋଲି ସେ ଗୁରୁତ୍ୱ ଦେଇ କହିଛନ୍ତି ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମହାନିର୍ଦ୍ଦେଶକ ଡକ୍ଟର ଟେଡ୍ରୋସ୍ ଏଡାନୋମ୍ ଘେବ୍ରେୟେସସ୍ଙ୍କ ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ଶ୍ରୀ ମୋଦୀ ଲେଖିଛନ୍ତି :
“ପ୍ରିୟ ତୁଳସୀ ଭାଇ,
ଏକ ପୃଥିବୀ ହିଁ ଏକ ଉତ୍ତମ ପୃଥିବୀ । ଏହି କ୍ଷେତ୍ରରେ ଭାରତ ସକ୍ରିୟ ଭାବେ କାର୍ଯ୍ୟ କରୁଛି । ପ୍ରଯୁକ୍ତିବିଦ୍ୟାକୁ ଏକୀକୃତ କରିବା ପାଇଁ ମଧ୍ୟ ଆମେ ପ୍ରାଥମିକତା ଦେଉଛୁ । ଏଥିସହିତ, ଆମେ ଏ ଦିଗରେ ବିଶ୍ୱସ୍ତରୀୟ ଉଦ୍ୟମକୁ ମଜବୁତ କରିବୁ।
@DrTedros”
*******
P.S.
(ରିଲିଜ ଆଡି: 2075027)
ପରିଦର୍ଶକ କାଉଣ୍ଟର : 62
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam