ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ନ ସିନାୱାତ୍ରାଙ୍କ ମନୋଭାବରେ ଖୁସି ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 30 OCT 2024 9:38PM by PIB Bhubaneswar

 

ଥାଇଲାଣ୍ଡ ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ନ ସିନାୱାତ୍ରାଙ୍କ ମନୋଭାବରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଖୁସି ପ୍ରକାଶ କରିଛନ୍ତି ମହାମାନ୍ୟ ପେଟୋଙ୍ଗଟାର୍ନ ସିନାୱାତ୍ରା ଥାଇଲାଣ୍ଡ ବ୍ୟାଙ୍ଗକକ୍ ଲିଟିଲ ଇଣ୍ଡିଆ ପାହୁରାତରେ ମନୋମୁଗ୍ଧକର ଥାଇଲାଣ୍ଡ ଦୀପାବଳି ଉତ୍ସବ ୨୦୨୪କୁ ଉଦଘାଟନ କରିଛନ୍ତି ଏହି ଆକର୍ଷଣୀୟ ଥାଇଲାଣ୍ଡ ଦୀପାବଳି ଉତ୍ସବ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି ଏହା ଭାରତ ଥାଇଲାଣ୍ଡ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

ପ୍ରଧାନମନ୍ତ୍ରୀ ପେଟୋଙ୍ଗଟାର୍ନ ସିନାୱାତ୍ରାଙ୍କ ମନୋଭାବରେ ଅତ୍ୟନ୍ତ ଖୁସି ଆକର୍ଷଣୀୟ ଥାଇଲାଣ୍ଡ ଦୀପାବଳି ଉତ୍ସବ ପାଇଁ ବହୁତ ବହୁତ ଶୁଭେଚ୍ଛା ଭାରତ ଥାଇଲାଣ୍ଡ ମଧ୍ୟରେ ଏହା ସାଂସ୍କୃତିକ ସମ୍ପର୍କକୁ ସୁଦୃଢ଼ କରିବ @ingshin

SR


(ରିଲିଜ ଆଡି: 2069842) ପରିଦର୍ଶକ କାଉଣ୍ଟର : 83