ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶିଷ୍ଟ ନର୍ତ୍ତକ ତଥା ସାଂସ୍କୃତିକ ପ୍ରତୀକ ଶ୍ରୀ କନକ ରାଜୁଙ୍କ ପରଲୋକରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ

ପୋଷ୍ଟ କରାଯିବା ଦିନାଙ୍କ: 26 OCT 2024 10:36AM by PIB Bhubaneswar

 

ବିଶିଷ୍ଟ ନର୍ତ୍ତକ ତଥା ସାଂସ୍କୃତିକ ପ୍ରତୀକ ଶ୍ରୀ କନକ ରାଜୁଙ୍କ ପରଲୋକରେ ଆଜିଶ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ଗୁସାଡି ନୃତ୍ୟର ସଂରକ୍ଷଣ ତଥାଏଥିପ୍ରତି ତାଙ୍କର ଅବଦାନ ପାଇଁ ଶ୍ରୀ ମୋଦୀ ପ୍ରଶଂସା କରିଛନ୍ତି । ତାଙ୍କରଉତ୍ସର୍ଗୀକୃତ ମନୋଭାବ ସାଂସ୍କୃତିକ ଐତିହ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗକୁ ପ୍ରାମାଣିକ ରୂପଦେବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି ।

ଏକ୍ସ ର ଏକ ପୋଷ୍ଟରେ ଶ୍ରୀ ମୋଦୀ ଲେଖିଛନ୍ତି:

“ବିଶିଷ୍ଟ ନର୍ତ୍ତକ ତଥା ସାଂସ୍କୃତିକ ପ୍ରତୀକ ଶ୍ରୀ କନକ ରାଜୁ ଜୀଙ୍କ ପରଲୋକରେଗଭୀର ଦୁଃଖିତ । ଗୁସାଡି ନୃତ୍ୟର ସଂରକ୍ଷଣ ଦିଗରେ ତାଙ୍କର ସମୃଦ୍ଧ ଯୋଗଦାନ ଆଗାମୀ ପିଢ଼ିକୁ ପ୍ରେରଣା ଦେଇଚାଲିବ । ତାଙ୍କର ଉତ୍ସର୍ଗୀକୃତ ମନୋଭାବସାଂସ୍କୃତିକ ଐତିହ୍ୟର ଗୁରୁତ୍ୱପୂର୍ଣ୍ଣ ଦିଗକୁ ପ୍ରାମାଣିକ ରୂପ ଦେବାରେ ଗୁରୁତ୍ୱପୂର୍ଣ୍ଣଭୂମିକା ନେଇଛି । ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ପ୍ରତି ସମବେଦନା । ଓମ୍ଶାନ୍ତି!”   

SR

 


(ରିଲିଜ ଆଡି: 2068483) ପରିଦର୍ଶକ କାଉଣ୍ଟର : 49