କ୍ୟାବିନେଟ
azadi ka amrit mahotsav

ଏକକାଳୀନ ନିର୍ବାଚନ ନେଇ ଉଚ୍ଚସ୍ତରୀୟ କମିଟିର ସୁପାରିସ କେନ୍ଦ୍ର କ୍ୟାବିନେଟରେ ଗୃହୀତ

Posted On: 18 SEP 2024 4:26PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଦେଶବ୍ୟାପୀ ଏକକାଳୀନ ନିର୍ବାଚନ ପାଇଁ ଉଚ୍ଚସ୍ତରୀୟ କମିଟିର ସୁପାରିସକୁ ଗ୍ରହଣ କରାଯାଇଛି ।

ଏକକାଳୀନ ନିର୍ବାଚନ: ଉଚ୍ଚସ୍ତରୀୟ କମିଟିର ସୁପାରିସ

 

  1. ୧୯୫୧ରୁ ୧୯୬୭ ମଧ୍ୟରେ ଏକାସାଙ୍ଗରେ ନିର୍ବାଚନ ଅନୁଷ୍ଠିତ ହୋଇସାରିଛି।
  2. ଆଇନ ଆୟୋଗ: ୧୭୦ତମ ରିପୋର୍ଟ (୧୯୯୯): ୫ ବର୍ଷ ମଧ୍ୟରେ ଲୋକସଭା ଓ ସମସ୍ତ ବିଧାନସଭା ପାଇଁ ଏକକାଳୀନ ନିର୍ବାଚନ।
  3. ସଂସଦୀୟ କମିଟି ୭୯ତମ ରିପୋର୍ଟ (୨୦୧୫): ଦୁଇଟି ପର୍ଯ୍ୟାୟରେ ଏକକାଳୀନ ନିର୍ବାଚନ ପାଇଁ ପଦ୍ଧତି ପଦ୍ଧତିର ପରାମର୍ଶ
  4. ଶ୍ରୀ ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ କମିଟି ରାଜନୈତିକ ଦଳ ଓ ବିଶେଷଜ୍ଞଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ।
  5. ଏହି ରିପୋର୍ଟ ଅନଲାଇନରେ ଉପଲବ୍ଧ : https://onoe.gov.in
  6. ଦେଶରେ ଏକକାଳୀନ ନିର୍ବାଚନ ପାଇଁ ବ୍ୟାପକ ସମର୍ଥନ ରହିଛି ବୋଲି ବିସ୍ତୃତ ମତାମତରୁ ଜଣାପଡିଛି ।

ସୁପାରି ଏବଂ ଆଗକୁ ମାର୍ଗ

  1. ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ
  2. ପ୍ରଥମ ପର୍ଯ୍ୟାୟ: ଲୋକସଭା ଓ ବିଧାନସଭା ନିର୍ବାଚନ ଏକକାଳୀନ ଆୟୋଜନ କରିବା
  3. ଦ୍ୱିତୀୟ ପର୍ଯ୍ୟାୟ: ସାଧାରଣ ନିର୍ବାଚନର ୧୦୦ ଦିନ ମଧ୍ୟରେ ସ୍ଥାନୀୟ ପ୍ରଶାସନିକ ସଂସ୍ଥା ନିର୍ବାଚନ (ପଞ୍ଚାୟତ ଓ ପୌରପାଳିକା) ଅନୁଷ୍ଠିତ ହେବ।
  4. ସମସ୍ତ ନିର୍ବାଚନ ପାଇଁ ଗୋଟିଏ ସାଧାରଣ ଭୋଟର ତାଲିକା ।
  5. ସମଗ୍ର ଦେଶରେ ବିସ୍ତୃତ ଆଲୋଚନା ଆରମ୍ଭ କରାଯିବ।
  6. ଏକ କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯିବ।

 

******

 

P.S.



(Release ID: 2056271) Visitor Counter : 124