ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ଲି ସିଏନ୍ ଲୁଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବୈଠକ
ପୋଷ୍ଟ କରାଯିବା ଦିନାଙ୍କ:
05 SEP 2024 2:18PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସିଙ୍ଗାପୁରର ବରିଷ୍ଠ ମନ୍ତ୍ରୀ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀ ଲି ସିଏନ ଲୁଙ୍ଗଙ୍କୁ ସାକ୍ଷାତ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମ୍ମାନରେ ବରିଷ୍ଠ ମନ୍ତ୍ରୀ ମଧ୍ୟାହ୍ନ ଭୋଜନର ଆୟୋଜନ କରିଥିଲେ।
ପ୍ରଧାନମନ୍ତ୍ରୀ ଭାରତ -ସିଙ୍ଗାପୁର ରଣନୈତିକ ଭାଗିଦାରୀର ବିକାଶରେ ବରିଷ୍ଠ ମନ୍ତ୍ରୀ ଲିଙ୍କ ଅବଦାନକୁ ପ୍ରଶଂସା କରିଥିଲେ ଏବଂ ବରିଷ୍ଠ ମନ୍ତ୍ରୀ ଭାବରେ ତାଙ୍କ ନୂତନ ଭୂମିକାରେ ଭାରତ ସହିତ ସିଙ୍ଗାପୁରର ସମ୍ପର୍କ ଉପରେ ଲି ଧ୍ୟାନ ଏବଂ ମାର୍ଗଦର୍ଶନ ଜାରି ରଖିବେ ବୋଲି ଆଶା ବ୍ୟକ୍ତ କରିଥିଲେ ।
ସେମାନଙ୍କ ପୂର୍ବ ବୈଠକକୁ ମନେ ପକାଇ ପ୍ରଧାନମନ୍ତ୍ରୀ ଏବଂ ବରିଷ୍ଠ ମନ୍ତ୍ରୀ ଲି ଭାରତ-ସିଙ୍ଗାପୁର ସମ୍ପର୍କର ଏକ ବ୍ୟାପକ ରଣନୈତିକ ଭାଗିଦାରୀରେ ଅଗ୍ରଗତି ନେଇ ସନ୍ତୋଷ ବ୍ୟକ୍ତ କରିଥିଲେ । ବିଶେଷକରି ଭାରତର ଦୁଇଟି ବୈଠକ- ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ରାଉଣ୍ଡଟେବୁଲ ସମୟରେ ଚିହ୍ନଟ ହୋଇଥିବା ସହଯୋଗର ଦିଗ ଉପରେ ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସେମାନେ ସହମତି ପ୍ରକାଶ କରିଥିଲେ। ସେମାନେ ଦ୍ୱିପାକ୍ଷିକ ସହଯୋଗକୁ ଅଧିକ ସୁଦୃଢ଼ କରିବା ଏବଂ ପାରସ୍ପରିକ ସ୍ୱାର୍ଥସମ୍ପନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ଉପରେ ବିଚାର ବିନିମୟ କରିଥିଲେ ।
HS
(ରିଲିଜ ଆଡି: 2052201)
ପରିଦର୍ଶକ କାଉଣ୍ଟର : 108
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam