ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍‌ ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ‘ଗ୍ଲୋବାଲ୍‌ ଫାଇନାନ୍ସ ସେଣ୍ଟ୍ରାଲ୍‌ ବ୍ୟାଙ୍କର୍‌ ରିପୋର୍ଟ କାର୍ଡ ୨୦୨୪’ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ‘‘ଏ+’’ ରେଟିଂ ମିଳିବା ପରେ ଜଣାଇଲେ ଅଭିନନ୍ଦନ

प्रविष्टि तिथि: 21 AUG 2024 9:33AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶ୍ରୀ ଶକ୍ତିକାନ୍ତ ଦାସଙ୍କୁ ଗ୍ଲୋବାଲ ଫାଇନାନ୍ସ ବ୍ୟାଙ୍କର ରିପୋର୍ଟ କାର୍ଡ ୨୦୨୪ରେ କ୍ରମାଗତ ଦ୍ୱିତୀୟ ଥର ପାଇଁ ‘ଏ ପ୍ଲସ୍‌’ ରେଟିଂ ମିଳିବା ନିମନ୍ତେ ଅଭିନନ୍ଦନ ଜଣାଇଛନ୍ତି।

ଭାରତୀୟ ରିଜର୍ଭ ବ୍ୟାଙ୍କର ଏକ୍ସ ପୋଷ୍ଟ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ମୋଦୀ ଲେଖିଛନ୍ତି :

‘‘ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର୍‌ ଶ୍ରୀ ଶକ୍ତିକାନ୍ତ ଦାସ (@DasShaktikanta)ଙ୍କୁ ଦ୍ୱିତୀୟ ଥର ଲାଗି ଏହି ସଫଳତା ପାଇଁ ଅଭିନନ୍ଦନ । ଏହା ଭାରତୀୟ ରିଜର୍ଭ ବ୍ୟାଙ୍କରେ ତାଙ୍କର ନେତୃତ୍ୱ ଓ ଆର୍ଥିକ ବିକାଶ ତଥା ସ୍ଥିରତା ସୁନିଶ୍ଚିତ କରିବା ଦିଗରେ ତାଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ପଦକ୍ଷେପକୁ ମାନ୍ୟତା ଦେଉଛି ।’’

************

P.S.

 


(रिलीज़ आईडी: 2047190) आगंतुक पटल : 126
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Hindi_MP , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam