ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ଭାରତ-ବାଂଲାଦେଶ ସୀମାର ସାମ୍ପ୍ରତିକ ସ୍ଥିତି ଉପରେ ନଜର ରଖିବା ପାଇଁ ଏକ କମିଟି ଗଠନ କଲେ ଭାରତ ସରକାର
ବାଂଲାଦେଶରେ ରହୁଥିବା ଭାରତୀୟ ନାଗରିକ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କମିଟି ବାଂଲାଦେଶରେ ନିଜ ସମକକ୍ଷ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କ ବଜାୟ ରଖିବ
ପୋଷ୍ଟ କରାଯିବା ଦିନାଙ୍କ:
09 AUG 2024 3:06PM by PIB Bhubaneswar
ଭାରତ-ବାଂଲାଦେଶ ସୀମା (ଆଇବିବି)ର ସାମ୍ପ୍ରତିକ ସ୍ଥିତି ଉପରେ ନଜର ରଖିବା ପାଇଁ ଭାରତ ସରକାର ଏକ କମିଟି ଗଠନ କରିଛନ୍ତି । ବାଂଲାଦେଶରେ ଭାରତୀୟ ନାଗରିକ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଏହି କମିଟି ବାଂଲାଦେଶରେ ଥିବା ନିଜ ସମକକ୍ଷ କର୍ତ୍ତୃପକ୍ଷଙ୍କ ସହ ସମ୍ପର୍କ ବଜାୟ ରଖିବ।
ସୀମା ସୁରକ୍ଷା ବଳ (ବିଏସଏଫ)ର ପୂର୍ବ କମାଣ୍ଡ ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସଦସ୍ୟ ଭାବେ ବିଏସଏଫ ଫ୍ରଣ୍ଟିୟର ମୁଖ୍ୟାଳୟ ଦକ୍ଷିଣ ବଙ୍ଗର ଆଇଜି, ବିଏସଏଫ ଫ୍ରଣ୍ଟିୟର ମୁଖ୍ୟାଳୟ ତ୍ରିପୁରାର ଆଇଜି, ଭାରତୀୟ ଭୂମି ବନ୍ଦର ପ୍ରାଧିକରଣ (ଏଲପିଏଆଇ)ର ସଦସ୍ୟ (ଯୋଜନା ଓ ବିକାଶ) ଏବଂ ଏଲପିଏଆଇର ସଚିବ ସାମିଲ ହେବେ।
*****
P.S/Swadhin
(ରିଲିଜ ଆଡି: 2043749)
ପରିଦର୍ଶକ କାଉଣ୍ଟର : 160
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Hindi_MP
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam