ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଂଲାଦେଶରେ ନୂତନ ଦାୟିତ୍ୱ ଗ୍ରହଣ ପାଇଁ ନୋବେଲ ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

Posted On: 08 AUG 2024 9:50PM by PIB Bhubaneshwar

ବାଂଲାଦେଶରେ ନୂତନ ଭାବେ ଗଠିତ ଅନ୍ତରୀଣ ସରକାରରେ ମୁଖ୍ୟ ପରାମର୍ଶଦାତା ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ନୋବେଲ ବିଜେତା ପ୍ରଫେସର ମହମ୍ମଦ ୟୁନୁସଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଶୁଭେଚ୍ଛା ଜଣାଇଛନ୍ତି ।

ଏହି ପଡ଼ୋଶୀ ରାଷ୍ଟ୍ରରେ ଶାନ୍ତି ଫେରିବା ସହ ହିନ୍ଦୁ ଓ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଗୁଡ଼ିକର ସୁରକ୍ଷା ନିଶ୍ଚିତ ହୋଇପାରିବ ବୋଲି ଶ୍ରୀ ମୋଦୀ ମଧ୍ୟ ଆଶା ପ୍ରକାଶ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ନୂତନ ଦାୟିତ୍ୱ ଗ୍ରହଣ ପାଇଁ ପ୍ରଫେସର ମହମ୍ମଦ ୟୁନୁସଙ୍କୁ ମୋର ଶୁଭେଚ୍ଛା । ଦେଶରେ ଶୀଘ୍ର ଶାନ୍ତି ଫେରିବା ସହ ହିନ୍ଦୁ ଓ ଅନ୍ୟାନ୍ୟ ସଂଖ୍ୟାଲଘୁମାନଙ୍କ ସୁରକ୍ଷା ନିଶ୍ଚିତ ହୋଇପାରିବ ବୋଲି ଆଶା କରୁଛି । ଶାନ୍ତି, ନିରାପତ୍ତା ଓ ବିକାଶ ପାଇଁ ଉଭୟ ଦେଶର ଜନସାଧାରଣଙ୍କ ଆକାାଂକ୍ଷା ପୂରଣ କରିବା ଦିଗରେ ବାଂଲାଦେଶ ସହ ମିଳିତ ଭାବେ କାମ କରିବାକୁ ଭାରତ ପ୍ରତିବଦ୍ଧ ।” 

SR



(Release ID: 2043428) Visitor Counter : 16