ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ୟାରିସ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ହକି ଟିମକୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପୋଷ୍ଟ କରାଯିବା ଦିନାଙ୍କ: 08 AUG 2024 7:46PM by PIB Bhubaneswar

 

ଫ୍ରାନ୍ସର ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡ଼ାରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଭାରତୀୟ ହକି ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି

ଶ୍ରୀ ମୋଦୀ ସେମାନଙ୍କ ଦକ୍ଷତା, ଦୃଢ଼ତା ଏବଂ ଦଳଗତ ଭାବନାକୁ ପ୍ରଶଂସା କରିଛନ୍ତି

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

ଏହି ସଫଳତାକୁ ଆଗାମୀ ପିଢ଼ି ପରେ ପିଢ଼ି ମନେ ରଖିବେ!

ଭାରତୀୟ ହକି ଟିମ୍ ଅଲିମ୍ପିକ୍ସରେ ଚମକ ଦେଖାଇଛନ୍ତି ଏବଂ ଘରକୁ ବ୍ରୋଞ୍ଜ ପଦକ ଆଣିଛନ୍ତି! ଏହା ଅଧିକ ସ୍ୱତନ୍ତ୍ର କାରଣ ଏହା ଅଲିମ୍ପିକ୍ସରେ ହକି ଟିମର କ୍ରମାଗତ ଦ୍ୱିତୀୟ ପଦକ

ଏହି ସଫଳତା ସେମାନଙ୍କ ଦକ୍ଷତା, ଦୃଢ଼ତା ଏବଂ ଦଳଗତ ଭାବନାର ବିଜୟ ଏହା ସେମାନଙ୍କ ଦୃଢ଼ତା ଧୈର୍ଯ୍ୟର ପ୍ରମାଣ ଦେଇଛି

ପ୍ରତ୍ୟେକ ଭାରତୀୟଙ୍କର ହକି ସହ ଭାବନାତ୍ମକ ସମ୍ପର୍କ ରହିଛି ଏବଂ ଏହି ଉପଲବ୍ôଧି ହକିକୁ ଆମ ଦେଶରେ ଏବଂ ଯୁବ ପିଢ଼ିଙ୍କ ମଧ୍ୟରେ ଅଧିକ ଲୋକପ୍ରିୟ କରିବ

SR


(ରିଲିଜ ଆଡି: 2043382) ପରିଦର୍ଶକ କାଉଣ୍ଟର : 68